ପାପଡାହାଣ୍ଡି, ଠ।ରେ ସହିଦ ସ୍ମୃତି ଦିବସ 2025 ପ।ଳନ ନିମନ୍ତେ ପ୍ରସ୍ତୁତି ବୈଠକ
ପାପଡ଼ାହାଣ୍ଡି ଠାରେ ସହିଦ ସ୍ମୃତି ଦିବସ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକା
ନବରଙ୍ଗପୁର , ତା: 14/8 ଆଜି ପାପଡ଼ା ହାଣ୍ଡି ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୪ ଅଗଷ୍ଟ ରେ ସହିଦ ସ୍ମୃତି ଦିବସ ୨୦୨୫ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧ ଲିଙ୍ଗରାଜ ଭତରା, ନବରଙ୍ଗପୁର ବିଧାୟକ ପ୍ରତିନିଧ କାହୁଁ ଦାସ,ସାଂସଦ ପ୍ରତିନିଧ୍ବ ସୋମନାଥ ପୂଜାରୀ,ଡ଼ାବୁ ଗାଁ ବିଧାୟକ ପ୍ରତିନିଧା ରଜନୀକାନ୍ତ ସାସମଲ୍ ବ୍ଲକ୍ ଅଧ୍ଯକ୍ଷା ହେମଲତା ମାଝୀ,ବ୍ଲକ୍ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ ।
ପ୍ରଥମେ ବି ଡି ଓ କପିଲଦେବ ସାହୁ ସମସ୍ତଙ୍କୁ ସ୍ଵାଗତ ପୂର୍ବକ ଏହି ମହାନ ସହିଦ ସ୍ମୃତି ଦିବସ କୁ ପାଳନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବି ପି ସି ଶଶିକାନ୍ତ ଦାସ ଏଜେଣ୍ଡା ଅନୁଯାୟୀ କାର୍ଯ୍ୟକ୍ରମର ବିଭିନ୍ନ ପ୍ରସ୍ତାବ କୁ ସଭାରେ ଉପସ୍ଥାପନ କରି ସଭା ପରିଚାଳନା କରିଥିଲେ ।
ବୈଠକରେ ଗାନ୍ଧୀ ପାର୍କ ଓ ସହିଦ ମିନାର ପରିସର ସଫା ସୁତୁରା ଓ ରଙ୍ଗ କାର୍ଯ୍ୟ,ସହିଦ ସ୍ମୃତି ଦିବସ ରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ନିମନ୍ତ୍ରଣ, ମଶାଲ ଶୋଭାଯାତ୍ରା, ସ୍ଵାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ସହିଦଙ୍କ ଓ ଜିଲ୍ଲାର
ଅନ୍ୟାନ୍ୟ ସ୍ଵାଧୀନତା ସଂଗ୍ରାମୀଙ୍କ ଦାୟାଦ, ପଞ୍ଚାୟତିରାଜ ଜନ ପ୍ରତିନିଧ ଗଣ ମାଧ୍ୟମ ପ୍ରତିନିଧୁ,ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ଜିଲ୍ଲା ର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ, ସ୍ଵାଧୀନତା ସଂଗ୍ରାମୀ ଓ ସହିଦ ପରିବାର ସଦସ୍ୟଙ୍କୁ ସମ୍ବଦ୍ଧନା,ତିଲତର୍ପଣ ଓ ମାଲ୍ୟାର୍ପଣ,ସର୍ବ ଧର୍ମ ପାର୍ଥନା ସଭା,କାର୍ଯ୍ୟକ୍ରମର ବହୁଳ ପ୍ରଚାର, ପ୍ରସାର, ପାନୀୟ ଜଳ, ଅଗ୍ନିଶମ, ପାକିଂ, ଟ୍ରାଫିକ ନିୟନ୍ତ୍ରଣ ଉପରେ ବିଶେଷ ଆଲୋଚନା ହୋଇଥିଲା । ସୂଚନା ଯେ ପୂର୍ବରୁ ସହିଦ ସ୍ମୃତି ସ୍ତମ୍ଭଭବ୍ୟ ଭାବରେ ନିର୍ମାଣ ପାଇଁ ରାଜ୍ୟ ସରକାର ୬ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି । ଜିଲ୍ଲାପାଳ ପାପତାହାଣ୍ଡି ବ୍ଲକ ସହର, ରାସ୍ତା,ବଜାର ଓ ସଲଂଗ୍ନ ଜାତୀୟ ରାଜପଥ ରେ ଅଳିଆ ଆବର୍ତ୍ତନା କୁ ଦେଖ୍ ଏହା ତୁରନ୍ତ ସଫା ସୁତୁରା ଓ ପ୍ଲାଷ୍ଟିକମୁକ୍ତ ରଖିବା ପାଇଁ ପଦକ୍ଷେପ ନେବାକୁ ପଞ୍ଚାୟତ ଅକାରୀ ଓ ବି ଡି ଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସହିଦ ସ୍ମୃତି ଦିବସ ପାଳନ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ସହିଦ ସ୍ମୃତି ଦିବସ ପାଳନ ପାଇଁ ରାଜ୍ୟ ସରକାରଙ୍କ ମାନ୍ୟତା,ଭବ୍ୟ ନିର୍ମାଣ ପାଇଁ ଅନୁଦାନ କୁ ପ୍ରଶଂସା ସହ ଜାତି, ଧର୍ମ,ରାଜନୈତିକ ଭେଦଭାବ ଭୁଲି ଏହି ଦିବସ କୁ ସମସ୍ତଙ୍କ ସହଯୋଗରେ ପାଳନ କରିବାକୁ କହିଥିଲେ । ରାଜ୍ୟ ସହିଦ ସ୍ମୃତି କମିଟି, କାର୍ଯ୍ୟକାରୀ ସଭାପତି ମନୋରଂଜନ ତ୍ରିପାଠୀ ନିଜ ବକ୍ତବ୍ୟରେ ସହିଦ ସ୍ମୃତି ଦିବସ ପାଳନ କାର୍ଯ୍ୟକ୍ରମ ଏହି ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀ ଏବଂ ପ୍ରାଣବଳି ଦେଇଥିବା ସହିଦ ମାନକ ପାଇଁ ଏକ ବଡ଼ ଶ୍ରଦ୍ଧାଞ୍ଜଳି ଓ ସାର ଦେଶ ଏହା ପାଇଁ ନବରଙ୍ଗପୁର ଜିଲ୍ଲା କୁ ଚିହ୍ନିଛି ବୋଲି କହିବା ସଙ୍ଗେ ପୂର୍ବତନ ସାଂସଦ, ବିଧାୟକ ଏବଂ ଜନପ୍ରତିନିଧ୍ ଙ୍କୁ ଅତିଥ୍ ରୂପେ ନିମନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉ ବୋଲି କହିଥିଲେ । ସଭାରେ ଜିଲ୍ଲା ଓକିଲ ସଂଘ ତଥା ସ୍ଵାଧୀନତା ସଂଗ୍ରାମୀ ସ୍ମୃତି ସଭାପତି ସିରାଜୁଦ୍ଦିନ ଅହମ୍ମଦ,ହରି ନାରାୟଣ ଚୌଧୁରୀ, ଏ ଅନନ୍ତ ମୂର୍ତ୍ତି, ତ୍ରିନାଥ ଅମାନତ୍ୟ, ଜଗନ୍ନାଥ ମହାପାତ୍ର ଙ୍କ ସମେତ ଅକ୍ଷଣ ଯନ୍ତ୍ରୀ,ରାସ୍ତା ଓ ଗୃହ ନିର୍ମାଣ, ପ୍ରକଳ୍ପ ପ୍ରଶାସକ, ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ,ଜିଲ୍ଲା ସୁଚନା ও ଲୋକ ସମ୍ପର୍କ ଅଧୁକାରୀ, ତହସିଲଦାର ପାପଡାହାଣ୍ଡି ଜିଲ୍ଲା ସଂସ୍କୃତି ଅଧୁକାରୀ,ପଂଚାୟତ ସଭ୍ୟ, ସ୍ମୃତି କମିଟି ସଭ୍ୟ, ପାପଡ଼ାହାଣ୍ଡି ବ୍ଲକ ର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପମୁଖ ଉପସ୍ଥିତ ଥିଲେ । ।