ଆସ ସ୍କୁଲ ଯିବ। ଏକ୍ସ ବୋର୍ଡ ବିଦ୍ୟାଳୟର ସଚେତନ ପଦଯାତ୍ରା
ସରକାରୀ ଏକ୍ସ ବୋର୍ଡ ବିଦ୍ୟାଳୟରେ ‘ଆସ ସ୍କୁଲ୍ ଯିବା’ ସଚେତନତା ପଦଯାତ୍ରା
ନବରଙ୍ଗପୁର, ୧୩/୦୮ : ଡ୍ରୋପ ଆଉଟକୁ ସମୂଳେ ଦୂର କରିବା ଏବଂ ସେହି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ଉଦ୍ଦେଶ୍ୟ ରଖୁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସ୍ୱରୁପ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏକବୋଡର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପଦଯାତ୍ରା ଆୟୋଜନ କରାଯାଇଥିଲା । ଆସ ସ୍କୁଲ ଯିବା ବିଷୟରେ ସଚେତନତାକୁ କରିବା ପାଇଁ ଏହି ପଦଯାତ୍ରା ମେନ୍ଦ୍ରି ସାହି ଓ ଦଣ୍ଡାସି ସାହି ଓ ମୁଖ୍ୟ ରାସ୍ତା ଦେଇ ଯାଇଥିଲା। ବିଦ୍ୟାଳୟ ବାହାରେ ଥିବା ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ଫେରାଇ
ଆଣିବା, ନାମ ନ ଲେଖାଇଥି ବା ପିଲାମାନଙ୍କୁ ବୟସ ଅନୁଯାୟୀ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଛାତ୍ର ଛାତ୍ରୀମାନଙ୍କ ପାଠପଢ଼ା।କୁ ବିଦ୍ୟାଳୟରେ ଜାରି ରଖୁବା ଓ ପୁନର୍ବାର ପାଠପଢା ନ ଛାଡିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ନାଚ ଗୀତ ସହ ପଦଯାତ୍ରା କରିଥିଲେ । ଏହି ପଦଯାତ୍ରାରେ ଏବିଇଓ ଜଗବନ୍ଧୁ ସୋଉରା, ନମିତା ଘଡେଇ, ସିଆରସିସି ରାମଚନ୍ଦ୍ର ପାଣି ପ୍ରଧାନ ଶିକ୍ଷୟତ୍ରୀ ସିଏଚ୍ ଉଷାରାଣୀ
ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ବିନୋଦିନୀ ଦାସ୍, ଫଲାଗୁନୀ ଉକଲ, ବିନୋଦିନୀ ମହାପାତ୍ର, ମାଲାସିନ୍ହା ଦାସ, ରଞ୍ଜନ ଗଣ୍ଡା, ରିନା ନାୟକ,
ଅ।ସ ସ୍କୁଲ୍ ଯିବା
ସୁଧାଂଶୁ କିରଣ ରଥ, ସୁନନ୍ଦା ସାଗର, ମୀନା କୁମାରୀ ମିଶ୍ରଙ୍କ ସହ ବିଦ୍ୟାଳୟର ସଭାପତି ଅଙ୍ଗନବାଡି କର୍ମୀ ଓ ଅଭିଭାବକମାନେ ଯୋଗ ଦେଇଥିଲେ।