Education

ତେତୁଳି ଖୁଣ୍ଟି ବ୍ଲକ ରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି ବ୍ଳକରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

 

ତେନ୍ତୁଳିଖୁଣ୍ଟି, : ଆଜି ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋନକ ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ନୋଡ଼ାଲ ବାପୁଜି ହାଇସ୍କୁଲ ପରିସର ମଧ୍ୟରେ ସମସ୍ତ ଛାତ୍ର ଛାତ୍ରୀ ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ବ୍ଳକ ଷ୍ଟାଫ ଙ୍କ ମିଳିତ ସହଯୋଗରେ ଏକ ତ୍ରିରଙ୍ଗା ସଭାଯାତ୍ରା ବାହାରି ଥିଲା । ଏହି ପରିପ୍ରେକ୍ଷୀରେ ଛାତ୍ର ଛାତ୍ରୀ ସବୁଘରେ ତ୍ରିରଙ୍ଗା, ସବୁଘରେ ଛତା ର ବ୍ୟାନର ସହ ପ୍ରଥମେ ବିଦ୍ୟାଳୟ ପରିସର ଠାରୁ କୂର୍ମାକୋଟ ଛକ ପୁଣି ତେନ୍ତୁଳିଖୁଣ୍ଟି ଗ୍ରାମ ପରିକ୍ରମା କରିଥିଲେ। ଏହି ଶୋଭା ଯାତ୍ରାରେ ଖୋଦ ଗୋଷ୍ଠୀ ଗନ୍ଧୟନ ଅଧିକାରୀ ଶ୍ରୀ ପାଣିଗ୍ରାହୀ ଛାତ୍ର ଛାତ୍ରୀ ଙ୍କ ଉପାଳିତ ପାଇଁ ପ୍ୟାରେଡ଼ କ୍ରମ ବଢାଇବା ସହ ତ୍ରିରଙ୍ଗା ହାତରେ ଧରି ପରିକ୍ରମା କରିଥିଲେ । ସେହି ପରି ଖାତିଗୁଜା କଲେଜ ଛକ ଠାରୁ ଏକ ବାଇକ ରାଲି ର ମୁଖ୍ୟ ସଂଗ୍ରାମ କିଶୋର ସିଂହ, ଆଶିଷ କୁମାର ଟାକ୍ତି ଏବଂ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଦାଇତ୍ଵ ସୁଦ୍ଧା ଚନ୍ଦ୍ର ନାୟକ, ସୁଦର୍ଶନ ହରିଜନ ଙ୍କ ଦାଇତ୍ୱ ରେ ତେନ୍ତୁଳିଖୁଣ୍ଟି ଜୋନ ୧ରେ ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ନାୟକ ଙ୍କ ତତ୍ବାବଧାନ ରେ ସମସ୍ତ ଭରତୀୟ ଜନତା ପାର୍ଟିର ସଦସ୍ୟ ଏବଂ ସାଧାରଣ ଜନତାଙ୍କ ସହ ଏକ ବାଇକ ରାଲି ଇଦ୍ରାବତୀ ଠାରୁ ତେନ୍ତୁଳି ଗଛ ଛଳ ପର୍ଯ୍ୟନ୍ତ କରାଯାଇଥିଲା ।ଅଂଚଳ ଗୁମ୍ଫା ମଣ୍ଡଳ ରେ ମାନ୍ୟବର ବିଧାୟକ ନବରଙ୍ଗପୁର ଶ୍ରୀ ଗୌରୀ ଶଙ୍କର ମାଝୀ ଯୋଗ ଦେଇ ବିଭିନ୍ନ ଗ୍ରାମ ପରିକ୍ରମା କରି ତ୍ରିରଙ୍ଗୀ ଯାତ୍ରା ଓ ଘର ଘର ତ୍ରିରଙ୍ଗା ବିଷୟ ରେ ଜନ ସାଧାରଣ ଙ୍କୁ ବୁଝାଇ ଥିଲେ ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ଅଭିମନ୍ୟୁ ହରିଜନ, ସୂର୍ଯ୍ୟ ରନ୍ଧାରୀ, ଲୋମା ପୋତି ବିଷୟି, ସୁଧୀର ବିଷୋୟୀ ଓ ଭାରତୀୟ ଜନତା ପାର୍ଟି ର ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ। ଏହି ରାଲି ରେ ତେନ୍ତୁଳିଖୁଣ୍ଟି ବ୍ଲକ ଆଇଁଲିଗୁଡ଼ା ଗ୍ରାମ ର କାର୍ଯ୍ୟରତ ଆସାମ ରାଇଫଲ ର ସୈନିକ ମୋନଜ କୁମାର ବିଷୋୟୀ ଙ୍କୁ ସଂମାନିତ କରିବା ସହ ସହିଦ ଲକ୍ଷଣ ନାୟକ ପ୍ରତିମୂର୍ତ୍ତି ଏବଂ ତେନ୍ତୁଳିଖୁଣ୍ଟି ଥାନା ପରି ସର ସଫାଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତ୍ରିରଙ୍ଗା ସଭାଯାତ୍ରା ସହ ଲୋକଙ୍କୁ ସ୍ବଚ୍ଛତା ର ବାର୍ତା ଦେଇଥିବା ଦେଖାଯାଇଥିଲା।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button