କୋରାପୁଟରେ ମସଲ। ପର୍ଯ୍ୟଟନ ର ପ୍ରଚୁର ସମ୍ଭାବନା
କୋରାପୁଟରେ ମସଲା ପର୍ଯ୍ୟଟନର ପ୍ରଚୁର ସମ୍ଭାବନା
କୋରାପୁଟ,14/8: ବିଭିନ୍ନ ପ୍ରକାର ମସଲାଜାତୀୟ ଚାଷ ଲାଗି କୋରାପୁଟର ସ୍ବତନ୍ତ୍ର ପରିଚୟ ରହିଛି। ଏଠାରେ ପ୍ରଚୁର ଅଦା ସାଙ୍ଗକୁ ହଳଦୀ, କଞ୍ଚାଲଙ୍କା, କଳା ଗୋଲମରିଚ, ଅଳେଇଚ,
ମାନଚିତ୍ରରେ ସ୍ଥାନ ପାଉ ।
ସ୍ବର ଉଠାଇଲେ ପ୍ରମୁଖ ଚାଷୀ, ବୈଜ୍ଞାନିକ
କେରଳ, ଆନ୍ଧ୍ରକୁ ଦେଇହେବ ଚେକ୍ମେଟ୍
ଡାଚିନି, ତେଜପତ୍ର ଇତ୍ୟାଦି ଚାଷ କରାଯାଉଥିବାରୁ ଏହାକୁ ମସଲା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବାକୁ ସ୍ବର ଉଠିଛି । ଏହା ହୋଇପାରିଲେ ଜିଲ୍ଲାର କୃଷି ସହ ପର୍ଯ୍ୟଟନ ଯୋଡ଼ି ହୋଇପାରିବ। ଚାଷୀମାନେ ଅଧିକ ଲାଭବାନ ହୋଇପାରିବେ ଏବଂ ପର୍ଯ୍ୟଟକମାନେ ମସଲା ଚାଷ, ପ୍ରକ୍ରିୟାକରଣ ଏବଂ ଏ ସମ୍ବନ୍ଧୀୟ ସାଂସ୍କୃତିକ ଅଭିଜ୍ଞତା ହାସଲ କରିପାରିବେ । ଏ ଦିଗରେ ରାଜ୍ୟ ସରକାର ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।
ସ୍ପାଇସ ଟୁରିଜମ ମ୍ୟାପ । ଏହା ଏକ ବିଶେଷ ଭ୍ରମଣ ମାନଚିତ୍ର। ଏହାକୁ ଉଦାହରଣ ଦେଇ ଜିଲ୍ଲାର ଆଗଧାଡ଼ିର ଜଫି, ଅଳେଇଚ ଏବଂ ଗୋଲମରିଚ
ଚାଷୀ ସୁଜୟ ପ୍ରଧାନ କହିଛନ୍ତି, ଏହା କେରଳରେ ସଫଳତା ହାସଲ କରିଛି। ଏଭଳି ମାନଚିତ୍ର କୋରାପୁଟ ଜିଲ୍ଲାରେ କରାଯାଇପାରିବ। କେରଳରେ ଏପରି ମସଲା ପର୍ଯ୍ୟଟନ ମାନଚିତ୍ର ରହିଛି, ଯେଉଁଥିରେ ପର୍ଯ୍ୟଟନ ପଥ, କୃଷି ଅଞ୍ଚଳ, ମସଲା ଫାର୍ମ, ବଜାର ଏବଂ ଐତିହ୍ୟସ୍ଥଳଗୁଡ଼ିକୁ ସ୍ଥାନିତ କରାଯାଇଛି । ଏହି ମାନଚିତ୍ରର ଉଦ୍ଦେଶ୍ୟ କୃଷି, ପର୍ଯ୍ୟଟନ ଏବଂ ମସଲା ଐତିହ୍ୟରେ ଆଗ୍ରହୀ ପର୍ଯ୍ୟଟକଙ୍କ ମାର୍ଗଦର୍ଶନ କରିବା, ସ୍ଥାନୀୟ ଚାଷୀ ଏବଂ ମସଲା ଆଧାରିତ ଶିଳ୍ପକୁ ପ୍ରୋତ୍ସାହିତ କରିବା ଏବଂ ପାରମ୍ପରିକ ଚାଷ ଏବଂ ପ୍ରକ୍ରିୟାକରଣରେ ଜ୍ଞାନ ସଂରକ୍ଷଣ କରିବା।
କୋରାପୁଟ ଜିଲ୍ଲାର ଏହି ମସଲାଜାତୀୟ କୃଷି ଓଡ଼ିଶା ପାଇଁ ଉଦାହରଣ । ଯଦି ଏହି ଜିଲ୍ଲା ପାଇଁ ଏକ ମସଲା ପର୍ଯ୍ୟଟନ ମାନଚିତ୍ର ତିଆରି
କରାଯାଏ, ଏଥିରେ କଫି ବଗିଚାରେ ହେଉଥିବା ଗୋଲମରିଚ, ଅଳେଇଚ, ଲବଙ୍ଗକୁ ପ୍ରାଧାନ୍ୟ ଦିଆଯାଇ ପାରିବ। ଏଥିସହ ପଗଙ୍ଗି, ଲମତାପୁଟ, ନନ୍ଦପୁର, ସେମିଳିଗୁଡ଼ାରେ ହେଉଥିବା ପ୍ରଚୁର ଅଦା, ବୈପାରିଗୁଡ଼ାର ହଳଦୀକୁ ମଧ୍ୟ ଗୁରୁତ୍ୱ ଦେଇହେବ। କୋରାପୁଟ, ଜୟପୁର ଏବଂ ସେମିଲିଗୁଡ଼ାକୁ ମସଲା ବଜାର ଅଞ୍ଚଳ କରାଯାଇ ପାରିବ। ମସଲା ଫାର୍ମ ସହିତ ଜିଲ୍ଲାର ଆକର୍ଷୀୟ ଜଳପ୍ରପାତ, ମନୋରମ ପ୍ରାକୃତିକ ଦୃଶ୍ୟ, ଆଦିବାସୀ ଗାଁଗୁଡ଼ିକର ଶୋଭାରାଜିକୁ ବି ଏଥିରେ ଦର୍ଶଯାଇ ପାରିବ।
ଦାମନଯୋଡ଼ି ଅଞ୍ଚଳର ଚାଷୀ ଦୀପକ କୁମାର ପଢିହାରି କହିଛନ୍ତି, କଫି ବଗିଚାରେ ଗୋଲମରିଚ ଲଗାଇ ସେମାନେ ଦୁଇଟି ଫସଲର ଲାଭ ପାଉଛନ୍ତି। ଏହା ସେମାନଙ୍କ ଆୟକୁ ଦ୍ବିଗୁଣିତ କରିଛି । ଜିଲ୍ଲାକୁ
ମସଲା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରାଗଲେ, କୃଷି ସହ ପର୍ଯ୍ୟଟନ ମିଶିବ । କେରାପୁଟର ପର୍ଯ୍ୟଟନ ଇତିହାସରେ ଆଉ ଏକ ସୁନେଲି ପର୍ବ ଯୋଡ଼ି ହେବ। ସେମିଳିଗୁଡ଼ାରେ ଥିବା ଆଞ୍ଚଳିକ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ପ୍ରଫେସର ପର୍ଶୁରାମ ସିଆଳ କହିଛତି, କୋରାପୁଟ ଜିଲ୍ଲା ମସଲାଜାତୀୟ ଉତ୍ପାଦନରେ ରାଜ୍ୟରେ ଆଗୁଆ ରହିଛି । ଏଠାରେ ପ୍ରତିବର୍ଷ ଗୋଲମରିଚ ୧୦୦ ଟନ୍, ଅଳେଇଚ ୫୦୦ କେଜି, ଅଦା ୫୦ ହଜାର ଟନ୍, କଞ୍ଚା ଲଙ୍କା ୪୦ହଜାର ଟନ୍, ରସୁଣ ପାଖାପାଖି ୫ ଟନ୍ ଉତ୍ପାଦନ ହେଉଛି। ଏମିତିକି ତେଜପତ୍ର ମଧ୍ୟ ଉତ୍ପାଦନ ହେଉଛି। ଯଦି ମସଲା ପର୍ଯ୍ୟଟନ ମ୍ୟାପରେ ଏହାକୁ ସ୍ଥାନିତ କରଯାଇ ଅନ୍ୟ ରାଜ୍ୟ ଭଳି ମସଲା ଚାଷର ଉନ୍ନତିକରଣ କୃଷ୍ଟର କରାଯିବ, ତାହେଲେ ପର୍ଯ୍ୟଟନ ସହ କୃଷି ଶିଳ୍ପର ଯଥେଷ୍ଟ ବିକାଶ ହୋଇପାରିବ। ଏବେ କୃଷି ବିଜ୍ଞାନୀ ଏବଂ କୃଷକମାନେ କଫି ବଗିଚାରେ କଳା ଗୋଲମରିବ ଚାଷକୁ ନୂଆ ରୂପରେ ଆରମ୍ଭ କରିଛନ୍ତି । କଫି ବଗିଚାରେ କଳା ଗୋଲମରିଚ ଚାଷ କୋରାପୁଟର ଚାଷୀଙ୍କ ପାଇଁ ଦୁଇଟି ଆୟର ସୂତ୍ର । ଯାହା ଭବିଷ୍ୟତରେ ଏହି ଅଞ୍ଚଳକୁ ଦେଶର ସ୍ପାଇସ ଟୁରିଜମ ମାନଚିତ୍ରରେ ସ୍ଥାନ ଦେଇପାରେ । ଉପଯୁକ୍ତ ଭିତ୍ତିଭୂମି ହୋଇପାରିଲେ ଆନ୍ଧ୍ର ଓ କେରଳକୁ କମେଟ୍ ଦେଇପାରିବ ଓଡ଼ିଶାର ମସଲା ପର୍ଯ୍ୟଟନ ମାନଚିତ୍ର।