ଟ୍ରମ୍ପ ଟ।ରିଫ(ଟିକସ) ବିରୁଦ୍ଧ ରେ ଓ ସାମ୍ରାଜ୍ୟବ।ଦୀ ଆମେରିକା ବିରୁଦ୍ଧ ରେ ସିପିଆଇ ର ବିକ୍ଷୋଭ
ଟ୍ରମ୍ପ ଟାରିଫ୍( ଟିକସ) ବିରୁଦ୍ଧରେ ଓ ସାମ୍ରାଜ୍ୟବାଦୀ ଆମେରିକା ବିରୁଦ୍ଧରେ ସିପିଆଇ ର ବିକ୍ଷୋଭ
ଜୟପୁର, ୧୩/ ୦୮:କୋରାପୁଟ ଜିଲ୍ଲାର ଜୟପୁର ମୁଖ୍ୟ ଟ୍ରାଫିକ ଛକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲାଗୁ କରିଥିବା ଶତକଡା ପଚାଶ ଭାଗ ଶୁକ୍ଳ କୁ ବିରୋଧ କରି ସିପିଆଇ କର୍ମୀ ମାନେ ବିକ୍ଷୋଭପ୍ରଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ଯେ ଭାରତରୁ ଆମେରିକା କୁ ଯାଉଥିବା ଟେକ୍ସଟାଇଲ୍, ଅଟୋ ଯନ୍ତ୍ରାଂଶ, ସାମୁଦ୍ରିକ ଖାଦ୍ୟ, ବିଶେଷ ରକମ ଖାଦ୍ୟ ଉପରେ ଟ୍ରମ୍ପ ପଚାଶ ଭାଗ ଶୁକ୍ଳ ଲଗେଇଛି। ଯାହା ଫଳରେ ଭାରତର ଅର୍ଥନୀତି ଆଘାତ ପାଇବ । ଋଷିଆ ରୁ ତୈଳ ଆମଦାନୀ ପାଇଁ ଏହି ଶୁକ୍ଳ ଲଗେଇଥିବା କଥା ଟ୍ରମ୍ପ କହୁଛି । ଋଷିଆ ୟୁକ୍ରେନ ଯୁଦ୍ଧ ରେ ଋଷିଆ ୟୁକ୍ରେନ ଲୋକ ଙ୍କୁ ମାରୁଛି ବୋଲି ଟ୍ରମ୍ପ ଭାରି ଚିନ୍ତିତ ଏବଂ ଭାରତକୁ ତାଗିଦ୍ କରୁଛି ଋଷିଆ ତୈଳ କିଣିବା ବନ୍ଦ କର । ଅବକି ବାର୍ ଟ୍ରମ୍ପ ସରକାର ଗୀତ ଗାଇ ବାଜା ବଜୋଉଥିବା ନରେନ୍ଦ୍ର ମୋଦୀ ସରକାର କୁ ବାମପନ୍ଥୀ ଦଳ ମାନେ ଆହ୍ୱାନ ଦେଇଛନ୍ତି ଏବେ କୁହ ବୈମାନ ଟ୍ରମ୍ପ ମୁର୍ଦାବାଦ୍ ବୋଲି । ଆମେରିକା ସାମ୍ରାଜ୍ୟବାଦ୍ ସବୁବେଳେ ପୃଥିବୀର ପୋଲିସ୍ ବୋଲି ନିଜକୁ ଭାବୁଛି। ପାଲେଷ୍ଟାଇନ ଗାଜାରେ ଲକ୍ଷ ଲକ୍ଷ ଶିଶୁ,ଲୋକ ଖାଇବାକୁ ପାଉନାହାଁରି, ମରୁଛନ୍ତି । ତଥାପି ଟ୍ରମ୍ପ ଇସ୍ରାଏଲ ର ସମର୍ଥନ ରେ ରହୁଛି । ଟ୍ରମ୍ପ ସରକାର ଭାରତୀୟ ମାନଙ୍କୁ ହାତଗୋଡ଼ ବାନ୍ଧି ବିମାନରେ ଭାରତକୁ ପଠେଇ ଦେଲା । ଆଜି ବି କହୁଛି ଭାରତ ପାକିସ୍ଥାନ ଯୁଦ୍ଧ ସେ ବନ୍ଦ କରେଇଲା ବୋଲି । ନରେନ୍ଦ୍ର ମୋଦୀ ସରକାର ଚୁପ୍ । ଯେଉଁ ମାନେ ଟ୍ରମ୍ପ ଜିତିବା ପାଇଁ ହୋମ ଯଜ୍ଞ କରୁଥିଲେ ଆଜି କବାଟ କିଳି ବସିଛନ୍ତି । ? ମୋଦୀ ସରକାର ବହୁଜାତିକ ପୁଞ୍ଜିପତି ଙ୍କ ହାତରେ ଦେଶର ଖଣି ପାଣି ଜଙ୍ଗଲ କୁ ଟେକି ଦେଇଛନ୍ତି । ସିପିଆଇ ଜିଲ୍ଲା ସମ୍ପାଦକ ଶ୍ରୀ ରାମକୃଷ୍ଣ ଦାସ ଙ୍କ ନେତୃତ୍ବରେ ସଂଗଠିତ ଏହି ବିକ୍ଷୋଭ ରେ ସିପିଆଇ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ଶ୍ରୀ ପ୍ରମୋଦ କୁମାର ମହାନ୍ତି କହିଛନ୍ତି ଯେ, ବୁଦ୍ଧ ବିବେକାନନ୍ଦ ଗାନ୍ଧୀ ନେହେରୁ ଙ୍କ ଦେଶ ମଜବୁତ୍ ମୁଳଦୂଆ ଉପରେ
ଛିଡା ହେଇଛି । ଆମେରିକା ର ଦାଦାଗିରି କୁ ପ୍ରତ୍ୟାଖ୍ୟାନ କରିବା ପାଇଁ ମୋଦୀ ସରକାର କୁ ଆହ୍ୱାନ ଦେଇଛନ୍ତି। ଭାରତ ନିଜସ୍ଵ ଜ୍ଞାନ କୈ।ଶଳରେ ମଙ୍ଗଳ ଗ୍ରହ କୁ ଯାଇ ପାରିଛି । ଆମେରିକା ଆଜି ମଧ୍ୟ ପାକିସ୍ତାନ କୁ ସମର୍ଥନ ଦେଉଛି । ଯଦି ମୋଦୀ ସରକାର ଟ୍ରମ୍ପ ଶୁକ୍ଳ ଆଗରେ ମୁଣ୍ଡ ନୁଆଁଇବ ତାହେଲେ ଦେଶ ବ୍ୟାପି ପ୍ରଚଣ୍ଡ ଆନ୍ଦୋଳନ ହେବ । ଆଜିର ବିକ୍ଷୋଭ ରେ ସିପିଆଇ ର ବରିଷ୍ଠ ନେତା ଶ୍ରୀ ଯୁଧୁଷ୍ଠିର ରାଉଳ, ସତ୍ୟବ୍ରତ ନନ୍ଦ, ନନ୍ଦ ହରିଜନ,ପଦମନ ମାଳି ପ୍ରମୁଖ ଯୋଗ ଦେଇଥିଲେ।