Education

ଆଗ।ମୀ ପିଡି ପ।ଇ ପରିବେଷର ସୁରକ୍ଷା ଜରୁରୀ

‘ଆଗାମୀ ପିଢ଼ି ପାଇଁ ପରିବେଶର ସୁରକ୍ଷା ଜରୁରି’

 

ନବରଙ୍ଗପୁର, 14/8: ପରିବେଶ ସମ୍ପୂର୍ଣ୍ଣ ରୂପେ ଉଜୁଡ଼ି ଯାଇଛି। ଜଙ୍ଗଲ ନଷ୍ଟ ସହ ଜଳର ଅପବ୍ୟବହାର ବଢ଼ୁଛି । ଏହାକୁ ରୋକିବାକୁ ପଡ଼ିବା ନିଜ ଜନ୍ମଦାତ୍ରୀ ମାଆଙ୍କ ନାଁରେ ଗୋଟିଏ ଗଛ ଲଗାଇ ସଭିଏଁ ତାହାର ଯତ୍ନ ନେଲେ ପରିବେଶର ସୁରକ୍ଷା ହୋଇପାରିବା ଏବେଠୁ ପରିବେଶର ପଞ୍ଚାୟତ ।

 

 

 

ଜଙ୍ଗଲ ସହ ବୃକ୍ଷକୁ ପୂଜା କରି ଆସୁଥିଲେ | ଯେକୌଣସି ଜାନିଯାତ୍ରା ଓ ପୂଜାର୍ଚ୍ଚନା ପୂର୍ବରୁ ଗଛକୁ ପ୍ରଥମେ ପୂଜା କରାଯାଉଥିଲା । ସେହି ଅଭ୍ୟାସକୁ ପୁଣି ଜାରି ରଖିବାକୁ ପଡ଼ିବା

 

 

 

 

 

ପୁନଶ୍ଚ ପୃଥିବୀର ସୁରକ୍ଷା ଦିଗରେ ସଚେତନ ନ ହେଲେ ଆଗାମୀ ପିଢ଼ି ନିକଟରେ ଆମେ ଦୋଷୀ ହୋଇଯିବା | ନବରଙ୍ଗପୁର ବିଦ୍ୟା ନିକେତନ କଲେଜରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ।

 

ଶ୍ରୀ ମାଝୀ କହିଛନ୍ତି, ପୁନଶ୍ଚ ପୃଥିବୀ ପରିକଳ୍ପନା ସାରା ବିଶ୍ଵ ପାଇଁ ପ୍ରଯୁଜ୍ୟ ପରିବେଶର ସୁରକ୍ଷା ପାଇଁ ଛୋଟ ଛୋଟ ବିଷୟ ପ୍ରତି ଆମକୁ ଧ୍ୟାନ ଦେବାକୁ ପଡ଼ିବ ଆମ ପୂର୍ବ ପୁରୁଷ ଜଳ, ଜମି,

 

ଯଥା ସମ୍ଭବ ଆମେ ଗୋପାଳନ, ବୃକ୍ଷରୋପଣ କରିବା। ଆଗାମୀ ଦିନରେ କଲେଜରେ ବନ ମହୋତ୍ସବର ଆୟୋଜନ କରି ଗଛକୁ ସଠିକ ଯତ୍ନ ନେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବାକୁ ବିଧାୟକ ଶ୍ରୀ ମାଝୀ ଘୋଷଣା କରିଥିଲେ।

 

ସମ୍ମାନିତ ଅତିଥି ଭାବେ ସମାଜସେବୀ ଜଗନ୍ନାଥ ମହାପାତ୍ର ଯୋଗଦେଇ କହିଲେ, ପୂର୍ବର କଳାହାଣ୍ଡିଆ ମେଘ ଆଉ ଦେଖିବାକୁ ମିଳୁନି। ଜଙ୍ଗଲ ନଷ୍ଟ ହିଁ ଏହାର ପ୍ରମୁଖ କାରଣ ଏଣିକି ପ୍ରତ୍ୟେକ ଜନସାଧାରଣ ନିଜ ପିଲାଙ୍କ ନାଁରେ ଗଛଟିଏ ଲଗାଇ

 

ପରିବେଶ ପ୍ରତି ସମର୍ପିତ ହେବାକୁ ଶ୍ରୀ ମହାପାତ୍ର ଆହ୍ବାନ ଦେଇଥିଲେ | ଅନ୍ୟତମ ଅତିଥି କୋଡ଼ିଙ୍ଗା ବନାଞ୍ଚଳ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନନ୍ଦ କହିଲେ, ଲୋକେ କିଭଳି ଜଙ୍ଗଲକୁ ଭଲ ପାଇବେ ସେଥି ଲାଗି ବନ ବିଭାଗ ପକ୍ଷରୁ ନିଆରା ଉଦ୍ୟମ କରାଯାଉଛି। ବର୍ଣ୍ଣମାଳା ଉଦ୍ୟାନ ମାଧ୍ୟମରେ ଲୋକଙ୍କୁ ପରିବେଶର ଗୁରୁତ୍ଵ ସମ୍ପର୍କରେ ଅବଗତ କରାଯାଇଛି। ଯେଉଁ ପର୍ଯ୍ୟନ୍ତ ଜଙ୍ଗଲକୁ ନିଜର ମାଆ ବୋଲି ଲୋକେ ଭାବିବେ ନାହିଁ ସେ ପର୍ଯ୍ୟନ୍ତ ସୁରକ୍ଷା ଦେବା ମୁସ୍କିଲ ବୋଲି ଶ୍ରୀ ନନ୍ଦ କହିଥିଲେ ।

 

କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟଘର ସଭାପତି ସାଇ ରମେଶ ରାଓ ସଭାପତିତ୍ବ କରିଥିଲେ । ପ୍ରକୃତି ମିତ୍ର ତପନ ବିଷୋଇ ଧନ୍ୟବାଦ ଦେଇଥିଲେ। ‘ସମ୍ବାଦ’ ର ନବରଙ୍ଗପୁର ଜିଲ୍ଲା ପ୍ରତିନିଧି ସୁରେଶ କୁମାର ନାଇଡୁ, କନକ ଟିଭି ପ୍ରତିନିଧି ଅମ୍ବିକା ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କଲେଜର ଯୁକ୍ତ ୩ ଅଧ୍ୟକ୍ଷ ଦିଗବିଜୟ ସିଂ, ଯୁକ୍ତ୨ ଅଧ୍ୟକ୍ଷ ଅଶୋକ ମହାପାତ୍ର, ଆଇନଜୀବୀ ରାମପ୍ରସାଦ ପାତ୍ର, ଶିକ୍ଷାବିତ୍ ବିଜୟ ଚୌଧୁରୀ, ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ଚାମ୍ବର ଅଫ କମର୍ସ ସଭାପତି କାହ୍ନୁ ଦାଶ, ପ୍ରଭାସିନୀ ମହାନ୍ତି, ଜାହ୍ନବୀ ପଣ୍ଡା, ସ୍ବାଗତିକା ଚୌଧୁରୀ, ପ୍ରଦୀପ ସାହୁ, ପର୍ଶୁରାମ ସାହୁ, ସୁବ୍ରତ ବେହେରା ପ୍ରମୁଖ ପରିବେଶର ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button