Education

ନ।ରୀ ପାଇ ଗଛ ଟିଏ

ଅନୁଷ୍ଠାନ ପକ୍ଷରୁ ପ୍ରଥମ ଥର ପାଇଁ ଏ ପ୍ରୟାସ

 

ନାରୀ ପାଇଁ ଗଛ ଟିଏ

 

ନାରୀ ତ ମା, ଭଗିନୀ, ପତ୍ନୀ, କନ୍ୟା ଓ ବନ୍ଧୁ ମଧ୍ୟ ତେଣୁ ଏହି ସମସ୍ତ ଙ୍କୁ ମିଶାଇ ନାରୀ ପାଇଁ ଗଛ ଟିଏ । କରାଯାଇଛି, ଆମ ସହ ମୁଖ୍ୟ ଅତିଥି ଭାବେ ସୁଧାଂଶୁ ଶେଖର ରାଇତ ଭାଈ ଯୋଗ ଦେଇଥିଲେ, ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀମତି ରଞ୍ଜୁକ୍ତା ବେହେରା ଓ ଉପପ୍ରତିଷ୍ଠାତା ଶ୍ରୀଯୁକ୍ତ ଦିଲ୍ଲୀପ ଜେନା, ସେକ୍ରେଟାରୀ ଦୀପା ସାହୁ, ଅନ୍ତର୍ଯ୍ୟାମୀ ସାହୁ, ଉପଦେଷ୍ଟା ହରିହର ମୁଦୁଲି, ମାନସ ରଞ୍ଜନ ଅଟୋଇ, ସସ୍ମିତା ରାୟ, ଅଜିତ୍ କୁମାର ପୋଲାଇ, ଚିନ୍ମୟ ସାହୁ, ଦିଲ୍ଲୀପ ତରାଇ, ଗୋବିନ୍ଦ ରାଓ, ଦିପକ କୁମାର ନାୟକ, ଅଶୋକ କୁମାର ମହାନ୍ତି, ରବ ଗାୟେତ୍ରି ବିଶ୍ବାଳ, ଶେଫାଳୀ ଶର୍ମା, ସୃଷ୍ଟି ସୋମେନ୍, ଅଭିନାଶ ସାମନ୍ତରାୟ, ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ଶିବ ସୁନ୍ଦର୍ ସ୍ଵାଇଁ, ନାରାୟଣ ସାହୁ, ସଞ୍ଜୀବ ରାଓ ରାଜୁ, ରଶ୍ମିତା ରାଜୁ, ସ୍ମୃତି ରଂଜନ ସେଠୀ, ଓ ସେଠାକାର ସରପଞ୍ଚ ଓ ଐରବୟ ମାଷ୍ଟର ରଶ୍ମି ରେଖା ତ୍ରିପାଠୀ ମହୋଦୟ ପ୍ରମୁଖ ଉପସ୍ଥିତ ରହି ଏହି ଭଳି ସୁନ୍ଦର କାର୍ଯ୍ୟ କର୍ମ କୁ ଆଗକୁ

 

ନେଇଥିଲେ । ଆମେ କୁନି କୁନି ଛୋଟ ପିଲାଙ୍କ ସହ ଗଛ ଲଗାଇବା ସହ ସେମାନଙ୍କ ପାଇଁ କିଛି ଜଳଖୁଆ ଓ କଦଳୀ, ଯୁସ ମଧ୍ଯ ବଣ୍ଟନ କରିଥୁଲୁ, ପିଲା ମାନଙ୍କୁ ଗଛ ର ଯନ୍

 

ଓ କାର୍ଯ୍ୟ ଏବଂ ଗଛ ଲଗାଇବା ଦ୍ଵାରା ଆମକୁ କଣ ସବୁ ମିଳିଥାଏ ତାହା ବୁଝେଇ ଥିଲେ ଓ ସମସ୍ତ ଅତିଥ୍ ଏବଂ ସଦସ୍ୟ ସଦସ୍ୟା ମାନେ ମିଶି ଗଛ ଲଗାଇ ଥିଲେ, ନାରୀ ପାଇଁ ଗଛ

 

ଟିଏ ର ସ୍ଲୋଗାନ ଦେଇ ବିଭିନ୍ନ ପ୍ରକାରର ଔଷଧୀୟ ଗଛ, ଯେମିତି କି ନିମ ଗଛ, ଅର୍ଜୁନ ଗଛ, କରଙ୍ଗା ଗଛ,ବୋଉଳ ଗଛ, ଆମ୍ବ ଗଛ, ପିଜୁଳି ଗଛ, ରକ୍ତ ଚନ୍ଦନ ଗଛ,

 

ପଣସ ଗଛ, କାମୁକୋଳି ଗଛ, ବରକୋଳି ଗଛ, କୋଇଲିଖୁଆ ଗଛ, ଦେଲ ଗଛ, ଡାଳିମ୍ବ ଗଛ, ଗଙ୍ଗସିଉଳି ଗଛ, ଇତ୍ୟାଦି ବିଭିନ୍ନ ପ୍ରକାର ଗଛ ଲଗାଇବା ସହ ଛୋଟ ଛୋଟ ସ୍କୁଲ ପିଲାଙ୍କୁ ଭବିଷ୍ୟତ ରେ କିପରି ସବୁଜ ସୁନ୍ଦର ପରିବେଶ ଗଢି ବେ ତାହା ମଧ୍ୟ ବୁଝେଇ ଥିଲେ । ନାରୀ ପାଇଁ ପଦେ, ନାରୀ କୁ ସମ୍ମାନ ଦିଅନ୍ତୁ ନାରୀ କୁ ସୁରକ୍ଷା ଦିଅନ୍ତୁ ଓ ସେ ନିରାମୟ ନାରୀ ହିଁ ଗଛ ହୋଇଥାଏ ଯାହାର ଛତ୍ର ଛାୟା ତଳେ ଏ ସାରା ସଂସାର ଟା ଆଶ୍ରୟ ନେଇଥାଏ ପ୍ରତ୍ୟକ ନାରୀ ପାଇଁ ଯଦି ଗୋଟାଏ ଗଛ ଲଗାଯିବ ହୁଏତ ଆମ ସାରା ବିଶ୍ୱ ରେ ଆଉ ଅମ୍ଳଜାନ ର ଅଭାବ ରହିବନି । ଶହନ ଶୀଳତାର ସୁଶୀଳ ବାର୍ତା ଦେଇଥାଏ ଯିଏ କହି….. ସିଏ ଆଉ କେହି ନୁହେଁ ସେ ନାରା । ପ୍ରେମ ଆଉ ଏକାଗ୍ରତା ହୃଦୟରେ ରଖୁଥାଏ ଯିଏ ଭରି…..ସିଏ ଆଉ କେହି ନୁହେଁ ସେ ନାରୀ । ନମ୍ରତାର ଭାବ କହେ ଯାର ଦୂଇ ଆଖୁ ଯାହା ପାଦ ସ୍ପର୍ଶ ଗୃହେ ବିରାଜନ୍ତି ମା ଲକ୍ଷ୍ମୀ…. ସିଏ ଆଉ କେହି ନୁହେଁ ସେ ନାରୀ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button