ନ।ବ।ଳିକ। କୁ ଦୁଷ୍କର୍ମ ଅଭିଯୋଗ ରେ ଯୁବକ ଗିରଫ
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
ବ୍ରହ୍ମପୁର,14/8
ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ବଡ଼ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ପୁରୁଣା ବ୍ରହ୍ମପୁର ଅଞ୍ଚଳର ବାବୁ ବେହେରା ଓରଫ ଟିଙ୍ଗିରା (୨୪)। ପୁଲିସ ଅଭିଯୁକ୍ତ ଓ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରିବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିବା ତଦନ୍ତକାରୀ ତଥା ଏସଆଇ ଅଭିନାଶ ନାୟକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ବଡ଼ବଜାର ଥାନା ଅଞ୍ଚଳର ୧୬ ବର୍ଷର ନାବାଳିକାକୁ ଅଭିଯୁକ୍ତ ବାବୁ ବେହେରା ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖୁଥିଲା ।
ମାଆ କାମକୁ ଯିବା ପରେ ନାବାଳିକାକୁ ଅଭିଯୁକ୍ତ ଜଣକ ତାଙ୍କ ଘରକୁ ନେଉଥିଲା | ବାରମ୍ବାର ସମ୍ପର୍କ ରଖିବାକୁ ବାଧ୍ଯ ବି କରୁଥିଲା। ଏଥିରେ ନାବାଳିକା ଜଣକ ରାଜି ନ ହେବାରୁ ଅଭିଯୁକ୍ତ ବାବୁ ରାଗି ଯାଇ ନାବାଳିକାକୁ ମାରପିଟ କରିଥିଲା I ଫଳରେ କିଛି କିଛି ଦିନ କଥା ବାର୍ଭା ବନ୍ଦ ରହିଲା | ଗତ ୧୧ତାରିଖରେ ନାବାଳିକାଙ୍କ ଭଉଣୀଙ୍କୁ ଅଭିଯୁକ୍ତ ବାବୁ ଆକ୍ରମଣ କରିବାରୁ ସମ୍ପୃକ୍ତ ନାବାଳିକା ଜଣକ ଘଟଣାକୁ ନେଇ ବଡ଼ବଜାର ଥାନାରେ ଲିଖୂତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିଭି କରି ପୁଲିସ ଦୁଷ୍କର୍ମ, ଅପହରଣ ଓ ହତ୍ୟା ଧମକ ମାମଲା ଭଳି ବିଭିନ୍ନ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତ ବାବୁ ବେହେରାକୁ ଗିରଫ କରି କୋର୍ଟଚାଲାଣ କରିଛି।