
ଡାବୁଗାଁ, ୧୩/୦୮: ବ୍ଲକ ଅନ୍ତର୍ଗତ କୁସୁମବନ୍ଧ ଗାଁ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ବିଜେପି ର ବରିଷ୍ଠ ନେତା ଜେ ରାଜ ଶେଖର , ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର, ମଣ୍ଡଳ ସଭାପତି ମନୋଜ କୁମାର ପାତ୍ର,ଜି କିରଣ କୁମାର, ବଣ୍ଟି ସିଂ, କାର୍ତ୍ତିକ ପୂଜାରୀ, ଦିନେଶ ସିଂ, ଲକ୍ଷ୍ମୀ ଜାନୀ, ରତନ କଲାର, ଗୋବିନ୍ଦ ମାଝୀ, ବନ୍ଧୁ ମାଝୀ, ପଙ୍କଜ ମାଝୀ, ପପିନ ମୁନି, ଓ୍ବାଇ ରାଜକୁମାର, ଟଙ୍କ ମାଝୀ, ଭୀମ ଜେନା, ମୋହନ୍ ଦାସ ପୂଜାରୀ ଏବଂ ଦଳଗତ ନିର୍ବିଶେଷରେ ପ୍ରତ୍ୟେକ ବର୍ଗର ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।
ଏକ ଶୋଭାଯାତ୍ରା ରେ ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ସନୁ ମାଝୀ ଙ୍କ ଘରେ ଯାଇ ଫୋଟ ଚିତ୍ର ରେ ପୁଷ୍ପ ଅର୍ପଣ କରାଯାଇଥିଲା। ସନୁ ମାଝୀ ଙ୍କ ନାତି ମହେଶ୍ୱର ମାଝୀ ଓ ତାଙ୍କ ପରିବାର ଲୋକେ ତ୍ରିରଙ୍ଗା ଯାତ୍ରା ରେ ଭାଗନେଇ ଥିବା ସମସ୍ତ ଙ୍କୁ ସ୍ଵାଗତ କରିଥିଲେ। ବରିଷ୍ଠ ଆଇନଜୀବି ତଥା ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର ଓ କାର୍ତ୍ତିକ ପୂଜାରୀ ସନୁ ମାଝୀ ଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ତାଙ୍କ ପରିବାର ର ସଦସ୍ୟ ମାନଙ୍କ ପରିଚୟ ପ୍ରଦାନ ବଣ୍ଟି ସିଂ କରିଥିବା ସ୍ଥଳେ ମଣ୍ଡଳ ସଭାପତି ମନୋଜ କୁମାର ପାତ୍ର ସମସ୍ତ ଙ୍କୁ ସହଯୋଗ କରିଥିବା ଯୋଗୁଁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ପରି ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଅଞ୍ଚଳ ରେ ମଧ୍ୟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି।