Education
ଅବକାରୀ ବିଭାଗର ଚଡାଉ ଦେଶୀ ଓ ବିଦେଶୀ ମଦ ଜବତ
ଅବକାରୀ ବିଭାଗର ଚଢ଼ାଉ, ଦେଶୀ ବିଦେଶୀ ମଦ ଜବତ
ନବରଂଗପୁର, 13/8 : ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥଙ୍କ ତତ୍ତ୍ଵାବଧାନରେ ଅବକାରୀ ବିଭାଗୀୟ ଥାନା କର୍ମଚାରୀମାନଙ୍କ ସହ ତଥା ନବରଙ୍ଗପୁର ଷ୍ଟାଫଙ୍କ ସହ ଖାତିଗୁଡା ଥାନା ଅନ୍ତର୍ଗତ ଲଙ୍ଗଲ ଅଟଲ ଗ୍ରାମରେ ଚଢାଉ କରି ଆସାମୀ ଭୀମ ଚୌଧୁରୀ ନିକଟରୁ ୪୦ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଓ ନବରଙ୍ଗପୁର ଥାନା ଅନ୍ତର୍ଗତ ସୁରୁଗୁଡାରେ ଆସାମୀ ଡାଳିମ୍ବ ବିଶୋଇ ନିକଟରୁ ୧୧ ଲିଟର ୯୭୫ ମିଲି ଲିଟର ବିୟର, ୪ ଲିଟର ୩୨୦ ମିଲୀଲିଟର ଆଇ ଏମ୍ ଏଫ୍ ଲ୍ ଓ ପୋଚ ୪୫୦ ଲିଟର ଜବତ କରାଯାଇ ଆସାମୀ ଦୁଇ ଜଣକୁ ଏସ ଡି ଜେ ଏମଙ୍କ ଅଦାଲତରେ
ହାଜର କରାଯାଇ ମକଦ୍ଦମା ରୁଜୁ କରାଗଲା । ଏହି ଚଢ଼ାଉ ରେ ରଞ୍ଜୀ ଜାନି, ରେଶମା ସୁନା ଓ ଅକ୍ରମ୍ ଖ।ନ୍ ସହଯୋଗ କରି ଥିଲେ।