Education

ଜଙ୍ଗଲ ଜମି ପଟ୍ଟା ନ।ରେ ଠକେଇ

ଜଙ୍ଗଲ ଜମି ପଟ୍ଟା ନାଁରେ ଠକେଇ

 

ଫରେଷ୍ଟରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ

 

ନବରଙ୍ଗପୁର,13/8: ଜଙ୍ଗଲ ଜମି ପଟ୍ଟା ପ୍ରଦାନ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ୍‌ କରିଛନ୍ତି ଫରେଷ୍ଟର୍। ଝରିଗାଁ, ଚନ୍ଦାହାଣ୍ଡି ବ୍ଲକର ଆଦିବାସୀଙ୍କୁ ବାସାଙ୍କୁ ଭୂତାଇ ଜାଲ୍ ରସିଦ୍ ମାଧ୍ୟମରେ ଫରେଷ୍ଟର୍‌ ଏହି କାରନାମା କରିଛନ୍ତି। ଜଙ୍ଗଲ ଜମି ବଣ୍ଟନର ଯାଞ୍ଚ ସମୟରେ ଠକେଇ ସମ୍ପର୍କରେ ଜଣା ପଡ଼ିବା ପରେ ଫରେଷ୍ଟର୍ ପ୍ରଦୀପ୍ତ କୁମାର ଦାସଙ୍କ ନାଁରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା‌ଯିବ ବୋଲି କହିଛନ୍ତି ଡିଏଫ୍‌ଓ ଶୁଭେନ୍ଦୁ ପ୍ରସାଦ ବେହେରା ।

 

ମିଳିଥିବା ସୂଚନା ଅନୁଯାୟୀ, ୨୦୨୦-୨୧, ୨୦୨୨-୨୩ ଆର୍ଥିକ ବର୍ଷରେ ଝରିଗାଁ ରେଞ୍ଜ କାର୍ଯ୍ୟାଳୟ ଅନ୍ତର୍ଗତ ଝରିଗାଁ ଓ କଂଗ୍ରା ସେକ୍ସନ, ଚନ୍ଦାହାଣ୍ଡି ବ୍ଲକ୍ ମାଲଗାଁ ଓ ମୋହରା ସେକ୍ସନ ଦାୟିତ୍ଵରେ ଥିଲେ ଫରେଷ୍ଟର ପ୍ରଦୀପ୍ତ କୁମାର ଦାସ | ଏହି ସମୟ ମଧ୍ୟରେ ବହୁ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବାର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ହଡ଼ପ କରିଥିଲେ ହିତାଧିକାରୀଙ୍କଠାରୁ ୫ରୁ ୧୦ହଜାର ଲେଖାଏଁ ଆଦାୟ କରିଥିଲେ । ବନ ବିଭାଗ ରସିଦର ପ୍ରଥମ ପୃଷ୍ଠାରେ ୫

 

ହଜାର ଟଙ୍କା ଉଲ୍ଲେଖ କରି ଭିତର କାର୍ବନ ପୃଷ୍ଠାଟେ ୫୦୦ ଟଙ୍କା ଲେଖି ପ୍ରଦାନ କରିଥିଲେ । ଏପରିକି ଜାଳ ସତ୍ୟପାଠ ପ୍ରସ୍ତୁତ କରି କିଛି ହିତାଧିକାରୀଙ୍କୁ ଫରେଷ୍ଟଟ ଶ୍ରୀ ଦାସ ଦେଇଥିବା ତଦନ୍ତ ସମୟରେ ଜଣା ପଡ଼ିଛି ପ୍ରଥମ ପର୍ଯ୍ୟାୟରେ ୨୭ଟି, ଦ୍ବିତୀୟ ପର୍ଯ୍ୟାୟରେ ୧୨– ଏଭଳି ୩୯ଟି ଜାଲ୍ ସତ୍ୟପାଠ ଦିଆଯାଇଥିବା ନେଇ ଅଭିଯୋଗ ନବରଙ୍ଗପୁର ବନଖଣ୍ଡ ନିକଟରେ ପହଞ୍ଚିଛି ରାଜ୍ୟ ସରକାରଙ୍କ ନିକଟରୁ ବି କିଛି ଅଭିଯୋଗ ପତ୍ର ଆସିଛି| ସମସ୍ତ ଅଭିଯୋଗର ତଦନ୍ତ ଏସିଏଫ ସୁବାସ ଚନ୍ଦ୍ର ଖୁଣ୍ଟିଆଙ୍କ ଦ୍ବାରା କରାଯାଉଛି ବୋଲି ଡିଏଫଓ ଶ୍ରୀ ବେହେରା କହିଛନ୍ତି। ଏସିଏଫ୍ ଶ୍ରୀ ଖୁଣ୍ଟିଆ ତଦ ରିପୋର୍ଟ ଦାଖଲ କରିବା ପରେ ଠକେଇ ସମ୍ପର୍କଟେ ଅଧିକା ସୂଚନା ମିଳିପାରିବ

 

ନବରଙ୍ଗପୁର ଜିଲ୍ଲାରେ ୪୪ ହଜାର ୫୬୪ ହିତାଧିକାରୀଙ୍କୁ ଫରେଷ୍ଟ ରାଇଟ୍ ଆକ୍ଟରେ ଯୋଜନାଟେ ୧ଲକ୍ଷ ଏକର ଜମିର ପଟ୍ଟା ପ୍ରଦାନ କରାଯାଇଛି । ଏହ ସତ୍ତ୍ବେ ବହୁ ହିତାଧିକାରୀ ଜଙ୍ଗଲ ଜମି ପଟ୍ଟା ପାଇବାଟ ବଞ୍ଚିତ ହୋଇଥିବାରୁ ପନ୍ଥା ପ୍ରଦାନ ଲାଗି ଆବେଦଙ୍କ କରିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button