Education

ସହିଦ ସ୍ମୃତି ଦିବସ 2025 ପ।ଳନ ନିମନ୍ତେ ପ୍ରସ୍ତୁତି ବୈଠକ

ସହିଦ ସ୍ମୃତି ଦିବସ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

 

ପାପଢ଼ାହାଣ୍ଡି,ତ।:13/8 :ପାପଡ଼ାହାଣ୍ଡି ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାପାଳ ଡ।. ମହେଶ୍ଵର ସ୍ୱାଇଁ ଙ୍କ ଅଧକ୍ଷତାରେ ଆସନ୍ତ ୨୪ ଅଗଷ୍ଟ ରେ ସହିଦ ସ୍ମୃତି ଦିବସ ୨୦୨୫ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି। ବୈଠକରେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ମୋତିଗାମ ନୟକ, ପୂର୍ବତନ ସାଂସଦ ପର୍ଶୁରାମ ମଝୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧୂ ଲିଙ୍ଗରାଜ ଭତରା, ନବରଙ୍ଗପୁର ବିଧାୟକ ପ୍ରତିନିଧ କାହୁଁ ବାସ,ସାଂସଦ ପ୍ରତିନିଧ ସୋମନଥ ପୂଜାରୀ, ଡ଼ାବୁଗାଁ ବିଧାୟକ ପ୍ରତିନିଧ ରଜନୀକାନ୍ତ ସାସମଲ୍, ବ୍ଲକ୍ ଅଧ୍ଯକ୍ଷା ହେମଲତା ମାଝୀ, ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।ପ୍ରଥମେ ବି ଡି ଓ କପିଲଦେବ ସାହୁ ସମସ୍ତଙ୍କୁ ସ୍ଵାଗତ ପୂର୍ବକ ଏହି ମହାନ ସହିବ ସ୍ମୃତି ଦିବସ ‌‌କୁ ପାଳନ ପାଇଁ ସମସ୍ତଙ୍କ ସହଯୋଗ କମଳା କରିଥିଲେ । ବୈଠକରେ ଗାନ୍ଧୀ ପାର୍କ ଓ ସହିଦ ମିନର ପରିସର ସଫା ସୁତୁରା ଓ ରଙ୍ଗ କାର୍ଯ୍ୟ, ସହିଦ ସ୍ମୃତି ଦିବସ ରେ ମୁଖ୍ୟ ଅତିଥ୍ ଓ ସମ୍ମାନିତ ଅତିଥିଙ୍କୁ ନିମନ୍ତ୍ରଣ, ମଶାଲ ଶୋଭାଯାତ୍ରା, ସ୍ଵାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ସହିଦଙ୍କ ଓ ଜିଲ୍ଲାର ଅନ୍ୟାନ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ ଦାୟାଦ, ପଞ୍ଚାୟତିରାଜ ଜନ ପ୍ରତିନିଧୂ, ଗଣ ମାଧ୍ୟମ ପ୍ରତିନିଧ୍ୟ, ସରକରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ଜିଲ୍ଲା ର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ, ସ୍ଵାଧୀନତା ସଂଗ୍ରାମୀ ଓ ସହିଦ ପରିବାର ସଦସ୍ୟଙ୍କୁ ସମ୍ବଦ୍ଧନା, ଚିଲଚର୍ପଣ ଓ ମାଲ୍ୟାର୍ପଣ, ସର୍ବ ଧର୍ମ ପର୍ଥନା ସଭା, କାର୍ଯ୍ୟକ୍ରମର ବହୁଳ ପ୍ରଚାର, ପ୍ରସାର, ପାନୀୟ ଜଳ, ଅଗ୍ନିଶମ, ପାର୍କ’, ଟ୍ରାଫିକ ନିୟନ୍ତ୍ରଣ ଉପରେ ବିଶେଷ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ପାପଡ଼ାହାଣ୍ଡି ବ୍ଲକ, ସହର, ରାସ୍ତା, ବଜାର ଓ ସଲଂଗୁ ଜାତୀୟ ରାଜପଥ ରେ ଅଳିଆ ଆବର୍ଜନା କୁ ଦେଖୁ ଏହା ତୁରନ୍ତ ସଫା ସୁତୁର ଓ ପ୍ଲାଷ୍ଟିକମୁକ୍ତ ରଖିବା ପାଇଁ ପଦକ୍ଷେପ ନେବାକୁ ପଞ୍ଚାୟତ ଅକାରୀ ଓ ବି ଡି ଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସହିଦ ସ୍ମୃତି ଦିବସ ପାଳନ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ।ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ସହିବ ତି ଦିବସ ପାଳନ ପାଇଁ ରାଜ୍ୟ ସରକାରଙ୍କ ମାନ୍ୟତା, ଭବ୍ୟ ନିର୍ମାଣ ପାଇଁ ଅନୁଦାନ କୁ ପ୍ରଶଂସ ସହ ଜାତି, ଧର୍ମ, ରାଜନୈତିକ ଭେଦଭାବ ଭୁଲି ଏହି ଦିବସ କୁ ସମସ୍ତଙ୍କ ସହଯୋଗରେ ପାଳନ କରିବାକୁ କହିଥିଲେ। ରାଜ୍ୟ ସହିଦ ସ୍ତୁତି କମିଟି,କାର୍ଯ୍ୟକାରୀ ସଭାପତି ମନୋରଂଜନ ତ୍ରିପାଠୀ ନିଜ ବକ୍ତବ୍ୟରେ ସହିଦ ସ୍ମୃତି ଦିବସ ପାଳନ କାର୍ଯ୍ୟକ୍ରମ ଏହି ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ଏବଂ ପ୍ରାଣବଳି ଦେଇଥିବା ସହିଦ ମାନଙ୍କ ପାଇଁ ଏକ ବଡ଼ ଶୁଦ୍ଧାଞ୍ଜଳି ଓ ସାର ବେଶ ଏହା ପାଇଁ ନବରଙ୍ଗପୁର ଜିଲ୍ଲା କୁ ଚିହିଛି ବୋଲି

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button