ପାଣି କୁଣ୍ଡ ରେ ପଡି ଜଣେ ଶିଶୁର ମୃତ୍ୟୁ ଘଟିଛି
ଉମରକୋଟ,ତ।13/8 ପାଣି କୁଣ୍ଡରେ ପଡି ଜଣେ ଶିଶୁର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉ ଉମରକୋଟ ଥାନା ଅଧୀନରେ। ମୃତ ଶିଶୁ ଜଣକ ହେଲେ ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ପଦିଆ ଗୁଡା ଗ୍ରାମର ବୀର ଗଣ୍ଡ ଙ୍କ ଦେଢ ବର୍ଷର ପୁଅ ଦଇନୁ ଗଣ୍ଡ। ମିଳିଥିବା ସୂଚନା ଅନୁସାରେ ଦଇନୁ ଆଜି ସକାଳ ១ ଘଣ୍ଟା ସମୟରେ ଘର ପାଖରେ ଖେଳୁଥିଲେ। ଏ ଏହାର କିଛି ସମୟପରେ ପରିବ ରି ବାର ଦେଖ୍ ଲେ ଯେ ଦଇନୁ ଖେଳୁଥୁବା ଜାଗାରେ ନାହିଁ । ପରିବାର ଲୋକେ ବ୍ୟସ୍ତ ହୋଇ ଏଣେତେଣେ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ଦଇନୁ ର କୈାଣସି ଖୋଜଖବର ପାଇ ନଥିଲେ । ସକାଳ ୮ ଘଣ୍ଟା ସମୟରେ ପରିବାର ଲୋକେ ଜାଣିବାକୁ ପାଇଲେ
ଯେ ଘର ପାଖରେ ଥିବା ଗୋଟିଏ ପାଣି କୁଣ୍ଡରେ ପଡି ଯାଇଛି । ସଙ୍ଗେ ସଙ୍ଗେ ପରିବାର ଲୋକେ ଦଇନୁ କୁ ଉଦ୍ଧାର କରି ବାଇକ୍ ଯୋଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ଡାକ୍ତରଖାନାରେ ଡାକ୍ତର ଦଇନୁ କୁ ମୃତ ଘୋଷଣା କ ରି ଥ୍ ଲେ। ଏନେଇ ପରି ବା ର ଲୋକଙ୍କ ପକ୍ଷରୁ ଉମରକୋଟ ଥାନାରେ ଲି ଖ୍ତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିଭି କରି ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି । ତଦନ୍ତ ଭାର ଏଏସଆଇ ନରେନ୍ଦ୍ର ଗୋଲାପି ସମ୍ଭାଳିଛନ୍ତି ।