ପ୍ରାଥମିକ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ
ପ୍ରାଥମିକ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ
କୋଷାଗୁମୁଡ଼ା,୧୨/୮: ନବରଙ୍ଗପୁର ଜିଲ୍ଲା କୋଷଝଗୁମୁଡ଼ା ବ୍ଲକ କୋଡ଼ିଙ୍ଗାସ୍ଥିତ ରାଜ ଚାଉଁରିଆ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟଠାରେ ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ଏବଂ ପ୍ରାଥମିକ ଚିକିତ୍ସା ତାଲିମ୍ କାର୍ଯ୍ୟକ୍ରମ ଆୟୋଜନ ହୋଇ ଯାଇଛି ପ୍ରଥମ ଅଧିବେଶନରେ ଅନୁଷ୍ଠାନର ସମ୍ମିଳନୀ କକ୍ଷଠାରେ ଆୟୋଜିତ କାର୍ଯ୍ୟକ୍ରମରେ କୋଡିଙ୍ଗା ତହସିଲଦାର ତୁଳା ମୁଦୁଲି ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇଥିବା ବେଳେ ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ଯକ୍ଷ ରଞ୍ଜନ କୁମାର ସ୍ଵାଇଁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ଉପାଧ୍ୟକ୍ଷ ବିବେକ କୁ ମାର ମହଝଲିକ, ଅଧ୍ୟାପକ ଦାମୋଦର ସାହୁ, ଡଃ ର ବି ନାରାୟଣ ପାଣିଗ୍ରାହୀ, ପଞ୍ଚାନନ ଦୂରିଆ ପ୍ରମୁଖ ସମ୍ମାନିତ ଅତିଥ୍ ଭାବେ ଯୋଗଦେଇଥ୍ ଲେ।
ଅନୁଷ୍ଠାନର ଅଧ୍ଯକ୍ଷା ଅ ଅମିତା ରାୟଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ତଥା ଅନୁଷ୍ଠାନର ରେଡ଼କ୍ରସ କାଉନସିଲର ଅଖିଳ କୁମାର ଭଟ୍ଟ ମଞ୍ଚ ପରିଚାଳନା କରିଥିଲେ ଝ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥମାନେ ଯୁବ ଶକ୍ତି ହେଉଛନ୍ତି ରାଷ୍ଟ୍ରର ଶକ୍ତି ଆଜିର ଯୁବ ସମାଜ ଅସୀମ ଶକ୍ତି ର ଅଧିକାରୀ ନିଜେ ସଚେତନ ଓ ସଜାଗ ହୋଇ ନିଜର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖିଲେ ହିଁ ଏକ ସସକ୍ତ ଓ ସମୃଦ୍ଧ ରାଷ୍ଟ୍ର ଗଠନ ହୋଇପାରିବେ ବୋଲି ମାର୍ଗଦର୍ଶକ କରିଥ୍ ଥିଲେ । ଦ୍ୱିତୀୟ ଅଧୁବେଶନରେ
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବ ସ ସର ପ୍ରାପ୍ତ । ପ୍ତ ଅଧ୍ୟକ୍ଷ ତଥା ଜାତୀୟସ୍ତରୀ ରୀୟ ପ୍ରାଥମିକ ଚିକିତ୍ସାର ତାଲିମଦାତା ଡ ରଞ୍ଜନ କୁମାର ସ୍ୱାଇଁ ପ୍ରାଥମିକ ଚିକିତ୍ସା କଣ ଓ ବିଭିନ୍ନ ପ୍ରକାର ଚିକିତ୍ସା ପ୍ରଣାଳୀ ସଂମ୍ପର୍କରେ ବିସ୍ତ୍ରୁତ ଭବେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ତାଲିମ୍ ପ୍ରଦାନ କରିଥିଲେ I ଶେଷରେ ଯୁବ ରେଡ୍ କ୍ରସ କାଉନସିଲର ଶ୍ରୀ ଭଟ୍ଟ ଯୁବ ରେଡକ୍ରସ୍ରର ଏଭଳି କାର୍ଯ୍ୟକ୍ରମରେ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ପାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ ସ୍ଵେଚ୍ଛାସେବୀ, ଯୋଗଦେଇଥିଲେ ।