Education

ଓଡିଶା ପାଇଁ ଦୁଇ ସେମିକଣ୍ଡକ୍ଟର ପ୍ଲାଣ୍ଟ

କେନ୍ଦ୍ର କ୍ୟାବିନେଟରେ ୧୮,୫୪୧ କୋଟିର ୩ ପ୍ରସ୍ତାବକୁ ମଞ୍ଜୁରୀ

 

ଓଡ଼ିଶା ପାଇଁ ଦୁଇ ସେମିକଣ୍ଡକ୍ଟର ପ୍ଲାଣ୍ଟ

 

ନୂଆଦିଲ୍ଲୀ,୧୨/୮:

 

କେନ୍ଦ୍ର କ୍ୟାବିନେଟ୍‌ରେ ମଙ୍ଗଳବାର ତିନି ବଡ଼ ପ୍ରସ୍ତାବକୁ ଅନୁମୋଦନ ମିଳିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ଯକ୍ଷତାରେ ହୋଇଥିବା ଏହି ବୈଠକରେ ୧୮,୫୪୧ କୋଟି ଟଙ୍କା ଯୋଜନାକୁ ମଞ୍ଜୁରୀ ମିଳିଛି । ଏଥିରେ ଦେଶରେ ୪ଟି ନୂଆ ସେମିକଣ୍ଡକ୍ଟର ପରିଯୋଜନାକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି।   ଯୋଜନା ବାବଦରେ ପ୍ରାୟ ୪୫୯୪ କୋଟି ଟଙ୍କା ଖର୍ଚ୍ଚ କରାଯିବା ନୂତନ ସେମିକଣ୍ଡକ୍ଟର ପ୍ଲାଣ୍ଟ ଓଡ଼ିଶା, ପଞ୍ଜାବ ଓ ଆନ୍ଧ୍ର ପ୍ରଦେଶରେ ସ୍ଥାପନ କରାଯିବା କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏନେଇ ସବିଶେଷ ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଭାରତ ସେମିକଣ୍ଡକ୍ଟର ମିଶନ ଅଧୀନରେ ଆଉ ୪ଟି ସେମିକଣ୍ଡକ୍ଟର ପରିଯୋଜନାକୁ ମଞ୍ଜୁରୀ ଦେଇଛି| ଆଜି ଅନୁମୋଦିତ ପ୍ରସ୍ତାବ ସିକସେମ, କଣ୍ଟିନେଣ୍ଟାଲ୍ ଡିଭାଇଲ୍ ପ୍ରାଇଭେଟ୍ ଲିମିଟେଡ୍, ଥ୍ରି ଡି ଗ୍ଲାସ୍ ସଲ୍ୟୁସନ ଇଙ୍କ୍ ଓ ଆଡଭାନତ ସିଷ୍ଟମ୍ ଇନ୍‌

 

ପୂର୍ବାଞ୍ଚଳ ପ୍ରକଳ୍ପ ଅଧୀନରେ ୧.୬୦ ଲକ୍ଷ କୋଟି ନିବେଶ

 

ଓଡ଼ିଶା ଶିଳ୍ପ ପାଇଁ ହେବ ଗେମ୍‌ଚେଞ୍ଜର୍: ମୋହନ

 

ଓଡ଼ିଶାରେ ଦୁଇଟି ସେମିକଣ୍ଡକ୍ଟର ପ୍ଲାଣ୍ଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେବା ପରେ ଏପରି ଏକ ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଏଥିସହ ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି | ସେ କହିଛନ୍ତିଯେ କ୍ୟବିନେଟ ଅନୁମାଦନ ମିଳିବା ପରେ ଓଡ଼ିଶାରେ ଖୁବ୍‌ଶୀଘ୍ର ସେମିକଣ୍ଡକ୍ଟର ଉତ୍ପାଦନ ଆରମ୍ଭ ହେବ | ଏହା ଓଡ଼ିଶାର ଶିଳ୍ପ ଓ ବୈଷୟିକ ଅଗ୍ରଗତି ଦିଗରେ ମାଇଲ୍‌ଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ମାଝୀ ଆଶା ପୋଷଣ କରିଛନ୍ତି । ସେହିପରି ଏପରି ଏକ ନିଷ୍ପତ୍ତି ଭବିଷ୍ୟତରେ ରାଜ୍ୟ ଶିଳ୍ପ ଜଗତ ପାଇଁ ଗେମ୍‌ଚେଞ୍ଜର୍ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି |

 

ପ୍ରଧାନମନ୍ତ୍ରୀଙ୍କ ୨୨୫୦ କୋଟିର ଉପହାର: ଧର୍ମେନ୍ଦ୍ର

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶା ସମେତ ୩ଟି ରାଜ୍ୟରେ ୪ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌କୁ ଅନୁମୋଦନ ମିଳିଥିବା ବେଳେ ଏହାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଵାଗତ କରିଛନ୍ତି | ଏଥି ମଧ୍ୟରୁ ଓଡ଼ିଶାରେ ହେବାକୁ ଥିବା ୨ଟି ଉତ୍ପାଦନ ୟୁନିଟ ପାଇଁ ୨୨୫୦ କୋଟି ଟଙ୍କାର ଉପହାର ଦେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓଡ଼ିଶା ସମେତ ପୂର୍ବ ଭାରତର ବିକାଶ ପାଇଁ ପୂର୍ବୋଦୟ ମିଶନରରେ ନୂଆ ଅଧ୍ୟାୟ ଯୋଡିହୋଇଛି। ଭାରତ ସେମିକଣ୍ଡକ୍ଟର ମିଶନ  ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button