Hyderabad ରେ ତିନିଜଣ ଓଡିଆ ଶ୍ରମିକ ର ମୃତ୍ଯୁ
ହାଇଦ୍ରାବାଦରେ ୩ ଓଡ଼ିଆ ଶ୍ରମିକ ମୃତ
ଉମରକୋଟ, ୧୨/୮ : ହାଇଦ୍ରାବାଦରେ ତିନି ଜଣ ଓଡ଼ିଅ।
ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଖବର ମିଳିଛି। ମୃତ ଓଡ଼ିଅ। ଶ୍ରମିକମାନେ ହେଲେ ନବରଂଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବକଡ଼ାବେଡ଼ା ଗ୍ରାମର ଜୟରାମ ଭତ୍ରା, ବୟସ ୫୬, ନାରାୟଣ ଭତ୍ରା, ବୟସ ୨୦ ଓ ଚେତମନ ଭତ୍ରା, ବୟସ ୨୦ ।
୧୧ ଦିନ ତଳେ ବକଡ଼ାବେଡ଼ା ଗ୍ରାମର ପ୍ରାୟ ୧୪ ଜଣ ଶ୍ରମିକ ଜଣେ ଦଲାଲଙ୍କ ସହାୟତାରେ ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲେ । ସେମାନେ କିସାରା ଥାନା ଅନ୍ତର୍ଗତ ସିକେନ୍ଦର କମମ ଅଞ୍ଚଳରେ ରାସ୍ତାପାର୍ଶ୍ଵରେ ଗଛ ଲଗାଇବା କାର୍ଯ୍ୟରେ ଏହି ୧୪ ଜଣ ଶ୍ରମିକ ନିୟୋଜିତ ଥିଲେ । ତେବେ ଗତକାଲି
ପିଅପ୍ ଭ୍ୟାନ୍ (ଟିଜି ୦୮ଟି ୨୪୯୬) ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜୟରାମ ଭତ୍ରା, ନାରାୟଣ ଭତ୍ରା ଓ ଚେତମନ ଭତ୍ରାଙ୍କର ମୃତ୍ୟୁ ଘଟିଥିଲା। ସେଠାକାର ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା କରିଥିବା ଗାଡ଼ିକୁ ଜବତ କରିବା ସହ ୩ ମୃତ ଶରୀରକୁ ହସ୍ପିଟାଲ ନେଇ ଶବ ବ୍ୟବଛେଦ କରିଥିଲା। ଏହି ଘଟଣା ସଂପର୍କରେ ଅ।ଜି ସକାଳ ୯ଟା ସମୟରେ ପରିବାର ଲୋକେ ଖବର ପାଇଥିଲେ। ସାଙ୍ଗରେ ମିଶି କି ଯାଇଥିବା ଅନ୍ୟ ୧୧ ଜଣ ଶ୍ରମିକ ଏକ ଅ।ମ୍ବୁଲାନ୍ସ ଯୋଗେ ୩ ମୃତ ଶରୀରକୁ ଧରି ବକଡବେଡ଼ା ଗ୍ରାମ ଅଭିମୁଖେ ବାହାରି ସାରିଛନ୍ତି । ଅ।ସନ୍ତାକାଲି ବଡ଼ି ଭୋରୁ ମୃତଦେହ ପହଞ୍ଚିବ ବୋଲି ମୃତ ଜୟରାମ ଭତ୍ରାଙ୍କ ପୁଅ ଶୈନ୍ଦ୍ର ଭତ୍ରା ।