BusinessDIstrictEducationEntertainmentHealthNationOdishaPolitics

ଗଜପତି ଜିଲ୍ଲାରେ ଓଡ଼ିଆ ଭାଷାକୁ ବିକୃତ ଭାବେ ଲେଖା ଯାଉଥିବା ନେଇ ସାଧାରଣରେ ଅସନ୍ତୋଷ

ପାରଳାଖେମୁଣ୍ଡି, ୧୨/୮: ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଗୋଷାଣି ତହସିଲ ଏବଂ କାଶୀନଗର ତହସିଲର ବିଭିନ୍ନ ଅଞ୍ଚଳରେ ଓଡ଼ିଆ ଭାଷା ପ୍ରତି ଅସମ୍ମାନ ପ୍ରଦଶନ କରାଯାଇ ବିକୃତ ଓଡ଼ିଆ ଭାଷା ଲେଖା ଯାଉଥ‌ିବା ନେଇ ବିଭିନ୍ନ ସମୟରେ ବହୁ ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଯୋଗୁଁ ସାଧାରଣରେ ବେଶ ଅସନ୍ତୋଷ ପ୍ରକାଶ ପାଇଛି. ପାରଳାଖେମୁଣ୍ଡି ସହର ଜିଲ୍ଲା ମହକୁମା ହୋଇଥିଲେ ସୁଦ୍ଧା ସହରରେ ଚଳାଚଳ କରୁଥିବା ଅନେକ ଯାତ୍ରୀବାହୀ ବସରେ ଓଡ଼ିଆ ଭାଷାକୁ ବିକୃତ କରି ଲେଖା ଯାଉଛି. ଠିକ ସେହିପରି ସହରରେ ରହୁଥିବା କେତେକ ଦୋକାନ, ବଜାର ଓ ଵ୍ୟବସାୟିକ ପ୍ରତିଷ୍ଠାନ ଆଦିରେ ରହିଥିବା ସାଇନ ବୋର୍ଡ଼ ବା ନାମଫଳକରେ ମଧ୍ୟ ଓଡ଼ିଆ ଭାଷାକୁ ଭୁଲ ଓ ବିକୃତ କରି ଲେଖା ଯାଉଛି. ସେହିପରି ଗୋଷାଣି ଓ କାଶୀନଗର ତହସିଲ ଅଞ୍ଚଳରେ ଓଡ଼ିଆ ଭାଷାକୁ ବିକୃତ କରି ଲେଖା ଯାଉଛି. ଏଠାରେ ଉଲ୍ଲେଖଯୋଗ୍ୟଯେ, ଗଜପତି ଜିଲ୍ଲା ପରିଷଦ ପକ୍ଷରୁ କାଶୀନଗର ବ୍ଲକ୍ ଜରିଆରେ ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର ଉନ୍ନତିକରଣ କରାଯାଇଛି। ଏହାର ଅଟକଳ ମୂଲ୍ୟ ୩ ଲକ୍ଷ ଟଙ୍କା ହୋଇଥିବା ବେଳେ ସୁଧ୍ଯ ଅର୍ଥଧନ ଯୋଜନା ଅଧୀନରେ ଏହା ନିର୍ମିତ ବୋଲି କାନ୍ଥରେ ରଙ୍ଗ ବେରଙ୍ଗ କରି ଲେଖା ଯାଇଛି. ସୁଧ୍ୟ ଅର୍ଥଧନ କ’ଣ କେହି ବୁଝି ପାରୁ ନଥିବା ବେଳେ ଏପରିକି ଗଣମାଧ୍ଯମ ମାଧ୍ୟମ ପ୍ରତିନିଧ୍ ବ୍ଲକ୍ କାର୍ଯ୍ୟାଳୟର କେତେ ଜଣ କର୍ମଚାରୀଙ୍କୁ ଏ ସମ୍ପର୍କରେ ପଚାରିବା ବେଳେ ସେମାନେ ନାସ୍ତିସୂଚକ ଉତ୍ତର ଦେଇଥିଲେ। ସମ୍ଭବତଃ ସୁଧ ଟଙ୍କାରେ ଏହି ଉନ୍ନତିକରଣ କାର୍ଯ୍ୟ କରାଯାଇ ଥାଇପାରେ ବୋଲି ଅନୁମାନ କରାଯାଉଛି। ଯଦି ବାସ୍ତବରେ ଏପରି ହୋଇଥାଏ, ତେବେ ସୁଧ ସ୍ଥାନରେ ସୁଧ୍ୟ ଲେଖିବା କେତେ କତେଦୂର ଗ୍ରହଣୀୟ? ଏଠି ଲେଖାଯାଇଥିବା ଓଡ଼ିଆ ଭାଷାର ଅସମ୍ମାନ ପାଇଁ ସମ୍ପୃକ୍ତ ଠିକାଦାର ନା କନିଷ୍ଠ କନିଷ୍ଠ ଯନ୍ତ୍ରୀ ଦାୟୀ ରହିବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ଓଡ଼ିଶା ସରକାର ଓଡ଼ିଆ ଅସ୍ମିତାର କଥା କହୁଥିବା ବେଳେ ଏହା ଆଦୌ ଗ୍ରହଣୀୟ ନୁହେଁ, ବରଂ ଦୁଃଖଦାୟକ ଓ ପ୍ରତିବାଦଯୋଗ୍ୟ ବୋଲି ଓଡ଼ିଆ ଭାଷାପ୍ରେମୀମାନେ ପ୍ରକାଶ କରିଛନ୍ତି. ଗଜପତି ପ୍ରଶାସନ ସମଗ୍ର ଗଜପତି ଜିଲ୍ଲାରେ ଶୁଦ୍ଧ ଓଡ଼ିଆ ଭାଷା ଲିଖନ ଉପରେ ଗୁରୁତ୍ବ ଦିଅନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button