
ପାରଳାଖେମୁଣ୍ଡି,୧୨/୮: ୧୦ ଦାବୀ ନେଇ ଗଜପତି ଜିଲ୍ଲାରେ ଆନ୍ଦୋଳନକୁ ଓଲ୍ହାଇଲେ ଓଡିଶା ରାଜସ୍ୱ ଅମଲା ସଂଘ. ଦାବୀ ପୂରଣ ନ ହେବାରୁ ଅନିର୍ଦିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଅମଲା ସଂଘ. ଏହାସହ ସମସ୍ତେ ଛୁଟିରେ ରହିଛନ୍ତି | ଦାବୀ ପୂରଣ ନେଇ ପୂର୍ବରୁ ବହୁବାର ସରକାରଙ୍କୁ ଅବଗତ କରାଯାଇଥିଲେ ବି କୌଣସି ସୁଫଳ ନହେବାରୁ ଆଜି ଠାରୁ ଗଜପତି ଜିଲ୍ଲା ସମସ୍ତ ଅମଳା ମାନେ ଆନ୍ଦୋଳନ କରିଛନ୍ତି | ଜିଲ୍ଲା ରେ ପ୍ରାୟ ୬ଶହ ରୁ ଉର୍ଦ୍ଧ ଅମଳା ବିଭିନ୍ନ ସରକାରୀ ଅଫିସରେ କାର୍ଯ୍ୟରତ ଅଛନ୍ତି | ସେମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ ଅଟେ | ଆଜି ଏହି ଆନ୍ଦୋଳନ ପାଇଁ ସମସ୍ତ ସରକାରୀ କାର୍ଯାଳୟ ଖାଁ ଖାଁ, ଚୌକି ଅଛି କିନ୍ତୁ ଅମଳା ନାହାନ୍ତି | ଅମଳା ମାନେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ଆନ୍ଦୋଳନ ଜାରି ରଖିଛନ୍ତି | ଓଡିଶା ରାଜ୍ୟ ରାଜସ୍ୱ ଅମଲା ସଂଘର ନିର୍ଦେଶକ୍ରମେ ଗଜପତି ଜିଲ୍ଲା ରାଜସ୍ୱ ଅମଲା ସଂଘ ପକ୍ଷରୁ ବହୁ ସଭ୍ୟ/ ସଭ୍ୟା ମାନେ ଆନ୍ଦୋଳନ କରିଛନ୍ତି | ସେମାନଙ୍କ ଦାବୀ ରହିଛି ମୂଳ ଦରମା ଓଆରଏସ ପି- ୨୦୧୭ ନିୟମ ଅନୁଯାଇ ଲେବେଲ – ୯ କୁ ବୃଦ୍ଧି କରିବା | ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରିବା, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ଲାଗୁ କରାଯାଉ | ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିଭିରେ ନିଯୁକ୍ତି ପ୍ରଦାନ କରାଯାଇ | ଓଡ଼ିଶା ରାଜସ୍ୱ ସେବା ପଦ୍ଧତି ରେ ରାଜସ୍ବ ଅମଲା ମାନଙ୍କୁ ଶତ ପ୍ରତିଶତ ପଦୋନ୍ନତି ଦିଆଯାଉ | ନୂତନ ପେନସନ ଯୋଜନାକୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସମେତ ଅନ୍ୟାନ୍ୟ ଦାବୀ ଗୁଡିକ ରହିଛି |