Education

ବର୍ଷା ପାଇଁ ଗ୍ରାମ ଦେବତାଙ୍କ ପାଖରେ ପୂଜ।ଅଚନ। ଗୋବର ଲେପନ

ବର୍ଷା ପାଇଁ ଗ୍ରାମ ଦେବତା ପାଖରେ

 

ପୂଜାର୍ଚନା ଗ୍ରାମରେ ଭୀମା ଦେବତାଙ୍କୁ

 

ପୂଜାର୍ଚନା ସହ ଗୋବର ଲେପନ ।

 

ଚଳିତ ବର୍ଷ ଏକ ନିଆରା ବିଶ୍ବାସ

 

ନବରଙ୍ଗପୁର,ତ।:12/8 ସ୍ବଳ୍ପ ବୃଷ୍ଟିପାତରେ ମଧ୍ୟ ଚାଷକାମ ଆଗେଇଥୁଲା ଝରିଗାଁ ବ୍ଲକର ଚାଷୀ ଜମିରେ ରୁଆ କାର୍ଯ୍ୟ କରିଥିଲେ, ହେଲେ ଶ୍ରାବଣ ଯାଇ ଭାଦ୍ରବ ଆସିଲା ମଧ୍ୟ ବର୍ଷାର ଦେଖା ନାହିଁ ।ବର୍ଷା ଚାଷୀଙ୍କ ସହ ଲୁଚକାଳି ଖେଳ ଖେଳୁଥ‌ିବା ବେଳେ ଚାଷୀଙ୍କ ଚାଷ ଜମି ବର୍ଷା ଅଭାବ ଯୋଗୁଁ ଫାଟି ଆଁ କଲାଣି । ଜଳ ସେଚନର କୌଣସି ସୁବିଧା ନଥୁବାରୁ ମରୁଡି ହେବା ଆଶଙ୍କାରେ ଚାଷୀ। ତେବେ ନିଜ ଚାଷକୁ ବଞ୍ଚାଇବା ପାଇଁ ଏବେ ଗ୍ରାମ ଦେବତାଙ୍କ ଶରଣରେ ଗ୍ରାମବାସୀ ।ଗ୍ରାମବାସୀ ଗାଁ ର ଭୀମା ଦେବତାଙ୍କୁ ପୂଜାର୍ଚନା କରିବା ସହ ଭୀମା ଦେବତାଙ୍କ ପ୍ରତୀକ ଭୀମା ଖୁଣ୍ଟରେ ଗୋବର ଲେପନ କରିଛନ୍ତି ଗ୍ରାମର ମହିଳା। ଏହିଭଳି ଦୃଶ୍ୟ ଦେଖୁବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଂଚାୟତ ଅନ୍ତର୍ଗତ କଲେଗାଁ ଗ୍ରାମରେ।ଗାଁର ଚାଷୀ ରୁଆ କାର୍ଯ୍ୟ ଶେଷ କରିଛନ୍ତି କିନ୍ତୁ ବର୍ଷା ଅଭାବ ଯୋଗୁଁ ଚାଷ କରିଥିବା ଜମି ଗୁଡିକ ଫାଟି ଆଁ କରିଥିବାରୁ ବର୍ଷାକୁ ଅପେକ୍ଷା କରି କରି ନୟାନ୍ତି ହେବା ପରେ ଆଜି ଗ୍ରାମବାସୀ ଏକତ୍ରିତ ହୋଇ ଗାଁରେ ଥ‌ିବା ଜଳ ଭୀମା ଦେବତାଙ୍କ ପ୍ରତୀକ ଭୀମା ଖୁଣ୍ଡରେ ରୀତିନୀତି ଅନୁସାରେ ପୂଜାର୍ଚନା କରିଥିଲେ ଏବଂ ଭୀମା ଦେବତାଙ୍କ ଖୁଣ୍ଡରେ ଗାଁର ମହିଳା ମାନେ ଗୋବର ଲେପନ କରିଥିଲେ।ତେବେ ଭୀମା ଖୁଣ୍ଡରେ ଗୋବର ଲେପନ କଲେ ଭୀମା ଦେବତା ଲଗାଇ ଥିବା ଗୋବରକୁ ଧୋଇବା ପାଇଁ ବର୍ଷା ଆଣିବେ ବୋଲି ବିଶ୍ବାସ ରହିଛି। ତେବେ ଯେଉଁ ବର୍ଷ ବର୍ଷା ଅଭାବ ଦେଖାଯାଏ ସେତେବେଳେ ଏହିଭଳି ଜଲଭୀମା ଦେବତା ଙ୍କୁ ପୂଜାର୍ଚନା କରାଯାଏ ଏବଂ ପରବର୍ତ୍ତୀ ସମୟରେ ବର୍ଷା ହୁଏ ବୋଲି କହିଛନ୍ତି ଗ୍ରାମବାସୀ। ଏହି ବର୍ଷ ମଧ୍ଯ ପୂଜାର୍ଚନା କରି ଗୋବର ଲେପନ କରିଥିବାରୁ ଭୀମା ଦେବତା ବର୍ଷା ଆଣିବେ

 

ବୋଲି ଲୋକଙ୍କ ପୂର୍ଣ୍ଣ ବିଶ୍ବସ ରହିଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button