Education

ଅବକାରୀ ଚଡାଉ, ପୃଥକ୍ ସ୍ଥାନରୁ 2 ଗିରଫ

ଅବକାରୀ ଚଢ଼ାଉ, ପୃଥକ୍ ସ୍ଥାନରୁ ୨ ଗିରଫ

 

ନନ୍ଦାହାଣ୍ଡି, 12/8

 

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡିରେ ଅବକାରୀ ବିଭାଗ ଦ୍ବାରା ବିପୁଳ ପରିମାଣ ର ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ ସହ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ନନ୍ଦାହାଣ୍ଡି ବ୍ଲକ ଖାତିଗୁଡା ଥାନା ଅଧୀନ ଲଙ୍ଗଳଅଟାଳ ଗ୍ରାମର ଭୀମ ଚୌଧୁରୀ ଓ ନବରଙ୍ଗପୁର ଥାନା ଅଧୀନ ସୁରୁଗୁଡା ଗ୍ରାମର ଡାଳିମ୍ବ ବିଷୋୟୀ। ଅବକାରୀ ଅକ୍ଷକ ପ୍ରତାପ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲୀପ କୁମାର ରଥଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଲଙ୍ଗଳଅଟାଳ ଗ୍ରାମରେ ଚଢାଉ କରି ଭୀମ ଚୌଧୁରୀଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୪୦ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଯାଇଛି। ସେହିଭଳି ସୁରୁଗୁଡା ଗ୍ରାମରେ ଚଢ଼ାଉବେଳେ ଡାଳିମ୍ବ ବିଷୋୟୀଙ୍କ ନିକଟରୁ ୧୧.୯୭୫ ଲିଟର ବିଅର, ୪.୩୨୦ ଲିଟର ବିଦେଶୀ ମଦ ଜବତ କରାଯାଇଛି। ତାଙ୍କ ଘରୁ ୪୫୦ ଲିଟର ମହୁଲ ପୋଚ ଜବତ ସହ ନଷ୍ଟ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ହାଜର କରାଯାଇଛି। କେସ ନମ୍ବର ୫୩/ १/१०१४-११ ଓ ୫୪/୨୦୨୫-୨୬ ରେ ଅବକାରୀ ବିଭାଗ, ନବରଙ୍ଗପୁର ରେଞ୍ଜରେ

 

ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉରେ  ଅବକାରୀ  କର୍ମଚାରୀ ରଞ୍ଜୀ ଜାନି, ରେଶମା ସୁନା ଓ ଅକ୍ରମ୍ ଖାନ୍ ସହଯୋଗ କରିଥିଲେ।

 

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button