ଜୟପୁର ରେ ଡାକ ସେବ। ଠପ ନିଉ ସଫ୍ଟୱେର ଅପଡେଟ ପ।ଇ
ସଫ୍ଟୱେର୍ ଅପଡେଟ୍, ଡାକ ସେବା ଠପ୍
ଖୋଲୁନି ପୋର୍ଟାଲ୍, ବୁକ୍ ହୋଇପାରୁନି ଚିଠି
ଜୟପୁର,୧୧/୮: ନୂଆ ସଫ୍ଟୱେର ଅପଡେଟ ପରେ ଠପ୍ ହୋଇଯାଇଛି ଡାକ ସେବା | ସମସ୍ୟାର ସମାଧାନ ପାଇଁ କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନି । ଜୟପୁର ମୁଖ୍ୟ ଡାକଘର ସମେତ କୋରାପୁଟ ଡିଭିଜନର ସମସ୍ତ ଡାକ ଘରେ ବିଭାଗୀୟ ପୋର୍ଟାଲ୍ ଖୋଲୁନଥିବାରୁ ବୁକ୍ ହୋଇପାରୁନି ଚିଠି ପତ୍ର
ଅଗଷ୍ଟ ୪ତାରିଖରୁ ଡାକଘର ନିଜସ୍ବ ସଫ୍ଟୱେର ଇନ୍ଷ୍ଟଲ୍ କରିଥିଲା ନୂତନ ଆଡଭାନସ ପୋଷ୍ଟାଲ ଟେକ୍ନୋଲୋଜି (ଏପିଟି)-୨.୦ ଇନ୍ଷ୍ଟଲ୍ ପରେ ସମସ୍ୟା ଦେଖାଯାଇଛି। ପୋର୍ଟାଲ ଅଧିକାଂଶ ସମୟ ଖୋଲୁନି। ଫଳରେ ସ୍ପିଡ୍ପୋଷ୍ଟ, ରେଜିଷ୍ଟର ଲେଟର, ପାର୍ସାଲ, ମନିଅର୍ଡର ବୁକିଂ ହୋଇପାରୁନି ଅପରାହ୍ନ ୫ଟା ପରେ କିଛି ସମୟ ପାଇଁ ପୋର୍ଟାଲ ଖୋଲିଲେ କର୍ମଚାରୀ କାମ କରୁଛନ୍ତି। ଅଧିକାଂଶ ଗ୍ରାହକ ନିରାଶ ହୋଇ ଫେରୁଥିବା ବେଳେ କିଛି ଗ୍ରାହକ ବିଶ୍ଵାସରେ ଟଙ୍କା, ଲେଟର ଓ ପାର୍ସାଲ୍ ବିଭାଗୀୟ ଅଧିକାରୀଙ୍କୁ ଦେଇ ଯାଉଛନ୍ତି। ଲିଙ୍କ୍ ଆସିବା ପରେ କର୍ମଚାରୀ ବୁକିଂ କରି ପରେ ରସିଦ ପ୍ରଦାନ କରୁଛନ୍ତି। ଦୈନିକ ୭୫ ପ୍ରତିଶତ ଗ୍ରାହକ ନିରାଶ ହୋଇ
ଡାକ ଘରୁ ଫେରୁଛନ୍ତି। ଦିନକୁ ଦିନକୁ ହାରାହାରି ହାରାହାରି ୫୦୦ରୁ ୬୦୦ ବୁକିଂ ଜୟପୁର ମୁଖ୍ୟ ଡାକଘରେ କରାଯାଉଥିବା ବେଳେ ନୂଆ ସଫ୍ଟୱେର ଇନଷ୍ଟାଲ ହେବା ପରେ ଶହେରୁ ୨୦୦ ବୁକିଂକୁ ଆଂକୁ ଖସି ଆସିଛି। ନିକଟରେ ଠାଇବା ଏବଂ ବାହାରୁ ଆସିଥିବା ରାକ୍ଷୀ ପଠାଇଚ
ରାକ୍ଷୀ ଗ୍ରହଣ କରିବାରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା ବହୁ ସଂଖ୍ୟାରେ ରାକ୍ଷୀ ଠିକ୍ ସମୟରେ ପହଞ୍ଚିନଥିଲା । ଡାକ ସେବା ବ୍ୟାହତ କାରଣରୁ ଅନେକ କୋରିଅର୍ ସେବାକୁ ଗୁରୁତ୍ଵ ଦେଇଥିଲେ। ପୋର୍ଟାଲ୍ କାମ
କରୁନଥିବାରୁ ଅଧିକାଂଶ କାମ ମାନୁଅ ଜୁଆଲ୍ କରି ଗ୍ରାହକକୁ ସନ୍ତୁଷ କରିବାକୁ ଚେଷ୍ଟା କରୁଛି ଡାକ ନ ବିଭାଗ ଟଙ୍କା ଜମା ଓ ଉଠାଇବା କାମ ମଧ୍ୟ ମାନୁଆଲ ଭାବେ ଚାଲିଥିବାରୁ କ୍ୟାସ୍ ଫେଟିଂ ରିଂ ନେଇ ସମସ୍ୟା ରହୁଛି। ଜୟପୁର ଓ କୋରାପୁଟ ମୁଖ୍ୟ ଡାକଘର କର୍ମଚାରୀ
ସକାଳ ୮ରୁ ଆସି ରାତି ୮ଟାରେ ଯାଉଥିଲେ ମଧ୍ୟ ଉପଯୁକ୍ତ କାମ ହୋଇପାରୁନି। କୋରାପୁଟ କେ ଡିଭିଜନ ଅଧୀନରେ ଥିବା ୬୬ ଉପ ଡାକଘର ଓ ୬୫୮ ଶାଖା ଡାକଘର ରହିଛି | ସଫ୍ଟୱେର୍ ସମସ୍ୟା କାରଣରୁ ସବୁଠି ଡାକ ସେବା ବ୍ୟାହତ ହୋଇଛି।