Education

ଘରେ ପଶି ସୁନ।,ରୂପା,ଟଙ୍କା, ଓ ଅନ୍ୟାନ୍ୟ ଜିନିଷ ଚୋରି

ଘରେ ପଶି ଟଙ୍କା, ସୁନା ଚୋରି

 

ପୋଲିସ ତଦନ୍ତ କରୁଛି।

 

ମୋରଡ଼ା,11/8

 

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ଦୁର୍ବୃତ୍ତମାନେ କଳାକନା ବୁଲାଇ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଥୁବା ଅଭିଯୋଗ ହୋଇଛି। ମୋରଡ଼ା ଗ୍ରାମର ଉଡ଼ାପଡ଼ିଆ ଛକ ନିକଟରେ ବସବାସ କରୁଥିବା ଶହସ୍ରଲୋଚନ ଦାସ ରବିବାର ଅପରାହ୍ନରେ ବନ୍ଧୁ ଘରକୁ ଯାଇଥିଲେ। ଘରେ କେହି ନ ଥିବା ସୁଯୋଗରେ ଦୁର୍ବୃତ୍ତ ପଶି ଏଲସିଡି ଟିଭି, ଗ୍ୟାସ ଚୁଲା,

 

୩୦ କେଜି ମିକ୍ସଚର, କପଡ଼ା ସିଲେଇ ମେଶିନ,  ଗୋଟିଏ ସୁନା ହାର, ସୁନା କାନଫୁଲ, ସୁନା ମୁଦି, ସୁନା ପଦକ, ରୁପା ହାର, ରୁପା ପାଉଁଜି ଏବଂ ଦାମୀ ସ୍ମାର୍ଟ ୱାଚ ଏବଂ ନଗଦ ୧ଲକ୍ଷ ୩୩ ହଜାର ଟଙ୍କା ଚୋରି କରି ନେଇଥୁବା ସୋମବାର ଥାନାରେ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ମୋରଡ଼ା ଥାନାରେ ଏକ ମାମଲା(ନଂ.୨୩୯/୨୫) ରୁଜୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚୁ ତଦନ୍ତ ଜାରି ରଖୁଥୁବା ଥାନା ଅଧିକାରୀ ସୁମିତ କୁମାର ସୋରେନ କହିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button