
ପାରଳାଖେମୁଣ୍ଡି, ୧୧/୮: ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ଓ ଗୁମ୍ମା ବ୍ଲକ କୁ ସଂଯଗ କରୁଥିବା ଏହି ବ୍ରିଜ ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି। ଦୀର୍ଘ ୫୦ ବର୍ଷ ରୁ ଉର୍ଦ୍ଧ ହେଲା ଏହି ବ୍ରିଜ ନିର୍ମାଣ ହୋଇଥିବା କୁହାଯାଉଛି।ବର୍ତ୍ତମାନ ଏହି ବ୍ରିଜର ର ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ଅଛି।
ଯେତେବେଳେ ବ୍ରିଜ ଉପର ଦେଇ ଭାରି ଯାନ ଯାଏ ସେତେବେଳେ ବ୍ରିଜ ଦୋହଲିବା ପରି ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। କେତେବେଳେ ଭୁସିଡ଼ି ଯିବ କେହି ଜାଣନ୍ତି ନାହିଁ ଗ୍ରାମ ବାସି କହିବା ଅନୁଯାଇ ଏହି ସିଙ୍ଗଲ ରାସ୍ତାରେ ୧୦ ଚକିୟା ଭାରି ଯାନ ଇଟା, ସିମେଣ୍ଟ, ବାଲି ଓ ଗୋଡ଼ି ବୋଝେଇ ଦୈନନ୍ଦିନ ବୋହୁମାତ୍ରାରେ ଯିବା ଆସିବା କରୁଥିବା ଯୋଗୁଁ ବ୍ରିଜ ଉପରେ ଅଧିକ ଚାପ ପଡୁଛି ବଡ଼ ଗାଡ଼ି ଯିବା ଦ୍ୱାରା ବ୍ରିଜ ର ତଳ ଭାଗ ରୁ ସିମେଣ୍ଟ କଂକ୍ରେଟ ଧୀରେ ଧୀରେ ଖସି ଲୁହା ରଡ଼ ଦେଖାଗଲାଣି। ଏ ଭଳି ପରିତିସ୍ତିରେ ଏହି ନାଳକୁ ସକାଲୁ ସକାଳୁ ନିଜ ନିଜ ନିତ୍ୟ କର୍ମ କରିବା ପାଇଁ ଗ୍ରାମ ବାସି ଆସନ୍ତି।
ଏହି ବ୍ରିଜ ତଳେ ଗାଧୋଇବା ପାଇଁ ଉପଯୋଗୀ ପାଣି ଥିବହେତୁ ଛୋଟ ଛୋଟ ପିଲାମାନେ ଗାଧେଇବା ପାଇଁ ଆସନ୍ତି ବ୍ରିଜ ର ଦୟନୀୟ ଅବସ୍ଥା ଦେଖି ବାପା ମା ପିଲାମାନଙ୍କ ପାଇଁ ସବୁବେଳେ ଭୟଭୀତ ଚିନ୍ତିତ ଥିବା ସୂଚନା ଦେଇଛନ୍ତି। ଏଣୁ ଯଥାଶୀଘ୍ର ଏହି ବ୍ରିଜକୁ ସମ୍ପୂର୍ଣ ଭାଙ୍ଗି ପୁନଃ ନିର୍ମାଣ କରିବା ପାଇଁ ଜିଲ୍ଲାପରିଷଦ ସଭ୍ୟା ରେଣୁକା ପାତ୍ର, ସରପଞ୍ଚ ତିଷ୍ଣ ଭୂୟାଁ,ସମିତି ସଭ୍ୟା ବାସନ୍ତୀ ପାଣି ଅମର ପାତ୍ର, ନରସିଂଘ ବିଷୟ, ମଧୁପାତ୍ର ଲୁଲୁ ଲିମା ଓ ମାନୁଏଲ ମାଛ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କୁ ଙ୍କୁ ଅନୁରୋଧ କରିଛନ୍ତି