Education

ରେଳ ପ୍ରକଳ୍ପ ପାଇଁ ହେବ ଜମି ଅଧିଗ୍ରହଣ

ରେଳ ପ୍ରକଳ୍ପ ପାଇଁ ହେବ ଜମି ଅଧିଗ୍ରହଣ

ବିଜ୍ଞପ୍ତି ପରେ ଅଞ୍ଚଳବାସୀ ଛାନିଆ

ଗୁଣପୁର,ତ।:10/8 ଗୁଣପୁର-ଥେରୁବାଲି ନୂଆ ରେଳ ପ୍ରକଳ୍ପ ପାଇଁ ହେବ ଶେଷ ପର୍ଯ୍ୟାୟ ଜମି ଅଧିଗ୍ରହଣ । ଏଥିଲାଗି ଗତ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ବୁଧବାର ବିଭିନ୍ନ ଗଣମାଧ୍ୟମରେ ଏ ସମ୍ପର୍କିତ ବିଜ୍ଞାପନ ପ୍ରକାଶ ପାଇଛି। ଏହାକୁ ଦେଖୁବା ପରେ ଗୁଣପୁର ଏବଂ ରାମନାଗୁଡ଼ା ତହସିଲ ଅଞ୍ଚଳବାସୀ ଛାନିଆ ହୋଇପଡିଛନ୍ତି । ଚାଷ ଉପରେ ନିର୍ଭର ବନ୍ଧୁଥିବା ପରିବାର ଚିନ୍ତାରେ ପଡ଼ିଛନ୍ତି । କେତେକ ସ୍ଥାନରେ ଗାଁ, ଘର, ମନ୍ଦିର ମଝିଦେଇ ଟ୍ରକ୍ ଯାଉଥିବାରୁ ତାହାକୁ ନେଇ ଆଉଏକ ସମସ୍ୟା ସୃଷ୍ଟି ହୋଇଛି।

ବିଷମକଟକ ଓ ମୁନିଗୁଡ଼ା ତହସିଲରେ ଜମି ଅଧ‌ିଗ୍ରହଣ ବିଜ୍ଞପ୍ତି ପ୍ରକାଶ ପରେ ଏବେ

ଗାଁ, ଘର, ମନ୍ଦିର ମଝିରେ ଯିବ ଟ୍ରାକ୍

ଗୁଣପୁର ଏବଂ ରାମନାଗୁଡ଼ା ତହସିଲର ଜମିହରାଙ୍କ ତାଲିକା ପ୍ରକାଶ ପାଇଛି। ଏକ ମାସ ମଧ୍ୟରେ ଆପରି ଅଭିଯୋଗ କରିବା ସମୟ ରହିଛି । ଏହି ଦୁଇ ତହସିଲ ଅଧୀନରେ ଆବଶ୍ୟକ ପଢ଼ୁଥ‌ିବା ୪୪୮.୯୫୯. ଏକର ବେସରକାରୀ ଜମି ନିମନ୍ତେ ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପ୍ରକଳ୍ପ କର୍ଯ୍ୟ ତ୍ବରାନ୍ବିତକୁ ନେଇ ବିଭିନ୍ନ ମହଲରେ ଖୁସି ଦେଖା ଦେଇଥିବା ବେଳେ ବିସ୍ଥାପିତ

ହେବାକୁ ଥୁବା ପରିବାରମାନେ ଏବେ ଚିତ୍ତରେ ରହିଛନ୍ତି। ଆଉ କେତେକ ଚାଷୀ ସ୍ବତନ୍ତ୍ର ଜିଲ୍ଲା ଜମି ଅଧିଗ୍ରହଣ ଅଧୁକାରୀଙ୍କ ନିକଟରେ ଆପରି କରିଥିବା ଜଣାପଡ଼ିଛି। ୭୩.୬୩ କିମି ଦୂରତା ବିଶିଷ୍ଟ ଏହି ରେଳପଥ ସକାଶେ ରେଳ ବିଭାଗ ୨୦୨୪ ଅଗଷ୍ଟ ୧୯ ତାରିଖରେ

ଟଙ୍କା ମଞ୍ଜୁର କରିଛନ୍ତି । ଏହାପରେ ରାମନାଗୁଡ଼ା ବୃକ୍‌କ୍ର ତାଣ୍ଡିକଣା ଗାଁର ୨୪ ଜଣଙ୍କ ୬.୪୮୫ ଏକର ଜମି, ପାଲୁପାଇରେ ୨ଜଣଙ୍କ ୨.୧୬୫, କ୍ରୀଡ଼ାରେ ୩ ଜଣଙ୍କ ୧.୦୧୦, କୁଜେନ୍ଦ୍ରିରେ ୮୬ ଜଣଙ୍କ ୫୯.୧୮୫, ସାନଆଚପାରେ ୨୬ ଜଣଙ୍କ ୨୩.୮୩୦, ଝାଞ୍ଜିରିବାଡ଼ିର ୨୯ ଜଣଙ୍କ ୭.୭୪୦,

ଗୁମାଗୁରାର ୨୯ ଜଣଙ୍କ ୧୫.୧୬୫, ବିନିୟରେ YOUS ୪.୬୩୫, ଗମନାଗୁଡ଼ାର ୧୮ ଜଣଙ୍କ ୫.୪୪୦, ପାରିତିରେ ୩୪ ଜଣଙ୍କ ୪.୮୦୪, ପଟିଗୁଡ଼ାରେ ୯ ଜଣଙ୍କ ୬.୬୧୦, ମହିପାଙ୍ଗର ୪୭ ଜଣଙ୍କ ୧୩,୮୨୦, ଶୋରିଷପଦରର ୯୩ ଜଣଙ୍କ ୫୪.୫୭୩, ଟୁ ସେଇ ଗୁଲୁ ମୁଣ୍ଡାର ୬୯ ଜଣଙ୍କ ୪୩.୪୬୫, ପଡ଼ାଇପଦରର ୩୭ ଜଣଙ୍କ ୧୧.୪୫୦, ପେଣାମରଦ୍ରାର ୫୦ ଜଣଙ୍କ ୨୨.୪୩୫, ଝରାରେ ୪୨ ଜଣଙ୍କ ୨୨.୨୨୫, ଗୁଲୁ ମୁଣ୍ଡାର ୪୬ ଜଣଙ୍କ ୧୫.୬୭୦, ପଣସଗୁଡ଼ାରେ ୭୯ ଜଣଙ୍କର ୩୦.୪୩୩, ବଡ଼ଆଡିପାରେ ୨୨ ଜଣଙ୍କ ୧୩.୦୩୦ ଏକର ୨୪.୧୩୨, କତାଲୁଗୁଡ଼ାର ୫୩ ଜଣଙ୍କ ୨୧.୭୯୩ ଓ କପିଳପୁରରେ ୨୯୧ ଜଣଙ୍କ ୩୭.୯୪ ଏକର 19 ଖାତା ନମ୍ବର ପ୍ଲଟ ନମ୍ବର ଓ ଜମିର ପରିମାଣ ମଧ୍ୟ ସେଥିରେ ଉଲ୍ଲେଖ ରହିଛି । ତେଣୁ ଏତେବଡ଼ ଜମି ଅଧ‌ିଗ୍ରହଣ ପାଇଁ ତାଲିକା ପ୍ରକାଶ ପାଇଛି । ପ୍ରକଳ୍ପର କର୍ଥ ତ‌ଥା ବିସ୍ଥାପିତଙ୍କ ସମସ୍ୟାକୁ Apr 10 ଦେଇ ସରକାର ନିଷ୍କରି ଗ୍ରହଣ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । ଏହି ରେଳପଥକୁ ଶୀଘ୍ର ସମାପ୍ତ ପାଇଁ ରେଳ ବିଭାଗ ସ୍ବତନ୍ତ୍ର ରେଳ ପ୍ରକଳ୍ପ ଭାବେ ଏହାକୁ ହାତକୁ ନେଇଛି। ରେଳପଥ ପାଇଁ ସମୁଦାୟ ୮୬୮.୨୨୮ଏକର ଜମି ପାଇଁ ଜମି ଅଧିଗ୍ରହଣ କରାଯିବ। ଏହାପରେ ରେଳ ବିଭାଗ ପକ୍ଷରୁ ବିଧ‌ିବଦ୍ଧ ଭାବେ ରେଳପଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button