
ଭଞ୍ଜନଗର, ୦୯/୦୮ : ବେଲଗୁଣ୍ଠା ପୋଲିସ୍ ଶୁକ୍ରବାର ରାତିରେ ପାଟ୍ରୋଲିଂ କରୁ୍ଥିବା ସମୟରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ଛଅ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ ଟଙ୍କା, ମୋବାଇଲ୍,ମୋଟରସାଇକେଲ୍ ଏବଂ ତାସ୍ ଜବତ କରିଛି I ସୂଚନା ପ୍ରକାରେ, ଶୁକ୍ରବାର ରାତିରେ ଥାନା ଏସ୍ଆଇ ବିଶ୍ୱରଞ୍ଜନ ନାୟକ ସଦଳବଳେ ପେଟ୍ରୋଲିଂ କରୁଥିବା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ବରଗାଁ ହାଇସ୍କୁଲ୍ ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ରରେ ଜୁଆ ଖେଳ ଚାଲିଥିବା ଖବର ପାଇଥିଲେ।
ପୋଲିସ୍ ଟିମ୍ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ଛଅ ଜଣଙ୍କୁ କାବୁ କରିବା ସହିତ ସେମାନଙ୍କ ନିକଟରୁ ନଗଦ ୧୩,୪୬୦ ଟଙ୍କା, ପାଞ୍ଚୋଟି ମୋବାଇଲ୍, ଗୋତିଏ ମୋଟରସାଇକେଲ୍ ଏବଂ ଦୁଇ ସେଟ୍ ତାସ୍ ଜବତ କରିଥିଲା। ଏ ନେଇ କେସନଂ ୩୯୬/୨୫ ରେ ଏକ ମାମଲା ରୁଜୁ କରାଯିବା ସହିତ ଗିରଫ ଛଅ ଜୁଆଡିଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି I