BusinessDIstrictEducationEntertainmentHealthNationOdishaPolitics

ଗଜପତି ଜିଲ୍ଲାରେ ରେ 108 ଆମ୍ବୁଲାନ୍ସରେ ମଦ୍ୟପାନ କରି ଡ୍ରାଇଭର ଶୋଇ ପଡିଲେ….

ଅଧା ରାସ୍ତାରେ ଅଟକିଲା ଗର୍ଭବତୀଙ୍କୁ ନେଉ ଯାଉଥିବା ଆମ୍ବୁଲାନ୍ସ

ପାରଳାଖେମୁଣ୍ଡି,୯/୮: ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି l ମଦ ପିଇ ଆମ୍ବୁଲାନ୍ସରେ ଶୋଇପଡ଼ିଲେ ମଦ୍ୟପ ଡ୍ରାଇଭର, ମେଡିକାଲ ଯିବା ରାସ୍ତାରେ ଡ୍ରାଇଭରଙ୍କ ଏଭଳି କାରନାମା ଯୋଗୁଁ ଗର୍ଭବତୀ ମହିଳା ଓ ତାଙ୍କ ପରିବାର ଅଧା ରାସ୍ତାରେ ଆମ୍ବୁଲାନ୍ସ ଅଟକି ଯିବା ଯୋଗୁଁ ବହୁ ହଇରାଣର ସମ୍ମୁଖୀନ ହୋଇଥିଲେ. ଶେଷରେ ପ୍ରାଇଭେଟ ଗାଡ଼ିରେ ଗର୍ଭବତୀଙ୍କୁ ବ୍ରହ୍ମପୁର ଏମକେସିଜି ନେଲେ ସମ୍ପର୍କୀୟ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକରେ ।

ଘଟଣାରୁ ପ୍ରକାଶ ଯେ ଗତକାଲି ରାତିରେଚନ୍ଦ୍ରଗିରି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରୁ ଏକ ଆମ୍ବୁଲାନ୍ସ କାନିକି ପଦର ଗ୍ରାମର ବିଜୟ ରଇତଙ୍କ ପତ୍ନୀ ନନ୍ଦିନୀ ରଇତଙ୍କୁ ନେଇ ଏମକେସିଜି ବ୍ରହ୍ମପୁର ଯାଉଥିଲା । ହେଲେ ରାସ୍ତାରେ ଡ୍ରାଇଭର କୌଣସି କାମ ଲାଗି ଗାଡିରୁ ଓହ୍ଲାଇଥିଲା । ସେଠାରୁ କିଛି କିଲୋମିଟର ଯିବା ପରେ ଡ୍ରାଇଭରଙ୍କ ହାବଭାବ ବଦଳି ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ହଠାତ୍‌ ସେ ଗାଡ଼ି ସାଇଡ କରି ଶୋଇ ପଡ଼ିଥିଲା । ରୋଗୀଙ୍କ ପରିବାର ଲୋକେ ତାଙ୍କ ଅବସ୍ଥା ସଙ୍କଟପନ୍ନ ଥିବାରୁ ଅନ୍ୟ ଏକ ଗାଡ଼ି ଡାକି ବ୍ରହ୍ମପୁର ଯାଇଥିଲେ।

ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ମୁବାରଖ ଅଲ୍ଲୀଙ୍କ କହିବା ହେଲା ଏହି ଘଟଣା ନେଇ ଆମ୍ବୁଲାନ୍ସର ଆଉଟ ସୋର୍ସିଂ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି। ଅତିଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button