
କୋରାପୁଟ, ୯/୮ — କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ଆଜି ଉତ୍ସାହ ଓ ଉଲ୍ଲାସରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହେଲା। ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ବିଡାଅଫିସ୍ ନିକଟସ୍ଥ ହାନାଗାଡେନ୍ରେ ମଧ୍ୟ ଏହି ଅବସରକୁ ନେଇ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ପ୍ରଥମେ ବିଲେଇଗୁଡ଼ା ମେଡିକାଲ୍ ଛକରୁ ହଜାରହଜାର ଆଦିବାସୀ ଭାଗୀଦାରୀରେ ରାଲି ଆରମ୍ଭ ହୋଇଥିଲା। ପରମ୍ପରାଗତ ପୋଷାକ ପିନ୍ଧି, କୋରାପୁଟ ଆଦିବାସୀ ‘ଡେମେଶା’ ନୃତ୍ୟ ଓ ସଙ୍ଗୀତର ସହିତ ରାଲିଟି ହାନାଗାଡେନ୍କୁ ପହଞ୍ଚିଥିଲା।
ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ନାଚ-ଗୀତ ମାଧ୍ୟମରେ ଆଦିବାସୀ ପରମ୍ପରାକୁ ପ୍ରଦର୍ଶନ କରାଯାଇଥିଲା ଓ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଟାଙ୍ଗି ବିଧାୟକ ଓ କଂଗ୍ରେସ ବିଧାୟକ ଦଳର ଆଦିବାସୀ ନେତା ରାମଚନ୍ଦ୍ର କାଡାମ୍ ଯୋଗଦେଇ, ସମାଜକୁ ଉତ୍ସାହିତ କରିଥିଲେ।
ସେ ଆଦିବାସୀ ଅଧିକାରକୁ ନେଇ ବିଧାନସଭାରେ ଶକ୍ତିଶାଳୀ ଭାବେ ପ୍ରସ୍ତୁତ କରିବାକୁ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି।