
ସେମିଳିଗୁଡ଼ା, ୦୯/୦୮: କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ସହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିକୁ ପୁଷ୍ପମାଳ୍ୟ ଅର୍ପଣ କରି, ବିଶ୍ୱ ଆଦିବାସୀ ଦିବସକୁ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କଲା କୋରାପୁଟ ଜିଲ୍ଲା ଡମ ସମାଜ ବିକାଶ ପରିଷଦ।
ଅବସରରେ ସେମିଳିଗୁଡ଼ା ଦେଓମାଳି ଅଟ୍ ଆସେସନ ସଂଘ,ସେମିଳିଗୁଡା଼ ମୁଖ୍ୟ ବସଣ୍ଡାଡର ଇମାନୁଏଲେ କାଲାସି ସଂଘ, ସେମିଳିଗୁଡ଼ା ମୀନ୍ତ୍ରୀ ସଂଘ ସହିତ ବିଭିନ୍ନ ସ୍ଥାନୀୟ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ
ସେହିପରି,ସେମିଳିଗୁଡ଼ା ବ୍ଲକ କଂଗ୍ରେସ କମିଟି ମଧ୍ୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସହୀଦ ମହାପୁରୁଷ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିକୁ ପୁଷ୍ପମାଳ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ ଓ କ୍ରାନ୍ତି ଦିବସକୁ ପାଳନ କରି ସମସ୍ତ ମହାପୁରୁଷଙ୍କୁ ଅମର୍ ରହେ ବୋଲି ସୁଲଗାନ୍ ଦେଇ ଫେରି ଜାଇଥିଲେ