Education

ଶବ ଖୋଜୁଛି ମଶ।ଣି ଯିବ।କୁ ରାସ୍ତା

ଶବ ଖୋଜୁଛି ମଶାଣି ଯିବାକୁ ରାସ୍ତା

ଜୟପୁର, ତ।:୭/୮

ମଶାଣି ଯିବାକୁ ରାସ୍ତା ସୁବିଧା ନାହିଁ ଗାଁ ଲୋକ ଙ୍କ ମୃତ୍ୟୁ ହେଲେ ଜୀବନ କୁ ବାଜି ଲଗାଇ, ଭରା ନଇ ପାର ହୋଇ, ମଶାଣି ଯିବାକୁ ପଡୁଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖୁବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗ ତ ଗାଦିଆ ଗୁଡା ପଞ୍ଚାୟତ ଅଧ୍ୟାନସ୍ଥ ବଗେଇ ପଦର ଗାଁ ରେ ଏହି ଗାଁ ରେ ରହୁଥିବା ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ସତ୍କାର ପରିବାର

ବଗ ଏବଂ ବନ୍ଧୁ ବାନ୍ଧବ ବାହାରି ୮ ଥିଲେ । ହେଲେ ମଶାଣି ଯିବା ପୂର୍ବରୁ

କରିନିକିଆଶା ସ୍ଥାୟୀ ପୋଲ ନ ଥିବାରୁ ଭରା

ନଦୀ ରେ ଜୀବନ କୁ ବାଜି ଲଗାଇ କୋକେଇ ରେ ଶବ ଧରି ମଶାଣି ନେଉଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ଦିନେ କି ଦୁଇଦିନର ନୁହେଁ ବର୍ଷ ତମାମ ପୂର୍ବ ପୁରୁଷ ଠାରୁ ଏଭଳି ଦୁର୍ଦ୍ଦଶା ଭୋଗୁଥିବା ଗ୍ରାମବାସୀ କହିଛନ୍ତି । କେବଳ ଏହି ଗୋଟିଏ ଗାଁ ଲୋକ ନୁହେଁ, ଏହି ପରି ତଳ ଗଦ୍ରି ଏବଂ ପରଜା ଗଦ୍ରି, ଗ୍ରାମ ବାସୀ ମଧ୍ୟ ସମସ୍ୟା ଭୋଗୁଥିବା କୁହାଯାଉଛି ଗୋଟିଏ ମଶାଣି ରେ ତିନି ଖଣ୍ଡ ଗ୍ରାମବାସୀ ଶବ ସତ୍କାର କରିଥାନ୍ତା ଖରାଦିନେ ନଦୀ ରେ କମ ପାଣି ଥିବା ରୁ, ଯେମିତି ସେମିତି କରି ମସ।ଣି କୁ ଯାଆନ୍ତି । । କିନ୍ତୁ ବର୍ଷା

ଦିନେ ଗାଁ ର କେହି ମୃତ୍ୟୁ ହେଲେ ଶବ ଧରି ମଶାଣି ଯିବାକୁ ବାଟ ନ ପାଇ ଗ୍ରାମ ବାସୀ ନାହିଁ ନ ଥୁବା ଅସୁବିଧା ର ସମୁଖୀନ ହେଉଥିବା ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହିତ ତିନି ଖଣ୍ଡ ଗ୍ରାମବାସୀ ଯିବା ଆସିବା ପାଇଁ ଏଠାରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି । କେବଳ ମଶାଣି ଯିବାକୁ ନୁହେଁ, ତିନି ଖଣ୍ଡ ଗ୍ରାମବାସୀ ପ୍ରତିଦିନ ଯିବା ଆସିବା ପାଇଁ ସୁବିଧା ହେବ । ହାଟ ବଜାର ଠାରୁ ଆରମ୍ଭ କରି ଏହି ରାସ୍ତା ଉପରେ ବଗେଇ ପଦର ଏବଂ ପରଜା ଗଦ୍ରି ଗାଁ ଲୋକ ନିର୍ଭର କରୁଥିବା କୁହାଯାଉଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button