Education

ଆର ଏସ ଏସ ଶତବାର୍ଷିକ ଉତ୍ସବ ପାକିସ୍ତାନ, ତୁର୍କୀ, ବ। ଙ୍ଗଳା ଦେଶ କୁ ନିମନ୍ତ୍ରଣ ନ।ହଁ

ଆରଏସ୍ଏସ୍ ଶତବାର୍ଷିକ ଉତ୍ସବ ପାକିସ୍ତାନ, ତୁର୍କୀ, ବାଂଲାଦେଶକୁ ନିମନ୍ତ୍ରଣ ନାହିଁ

ନୂଆଦିଲ୍ଲୀ, 7/8: ରାଷ୍ଟ୍ରୀୟ ସଂୟସେବକ ସଂଘ (ଆରଏସ୍ଏସ୍) ଚଳିତବର୍ଷ ଏହାର ଶତବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି। ଅଗଷ୍ଟ ୨୬ ତାରିଖରୁ ଏହି ଉତ୍ସବ ଆରମ୍ଭ ହେବ। ଶତବାର୍ଷିକ ଉତ୍ସବ ଉପଲକ୍ଷେ ଦିଲ୍ଲୀରେ ସରସଂଘଚାଳକ ମୋହନ ଭାଗବତଙ୍କ ନେତୃତ୍ୱରେ ଏକ ତିନି ଦିନିଆ ଆଲୋଚନାଚକ୍ର ହେବ। ଏହି ଆଲୋଚନାଚକ୍ରକୁ ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ସମାଜସେବୀ, କ୍ରୀଡାବିତ୍‌, ଧର୍ମଗୁରୁ, ଆଧ୍ୟାତ୍ମଗୁରୁ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ରାଜନେତାଙ୍କୁ ନିମନ୍ତ୍ରଣ କରାଯିବ। ତେବେ ଏହି ନିମନ୍ତ୍ରଣ ତାଲିକାରୁ ପାକିସ୍ତାନ, ତୁର୍କୀ ଓ ବାଂଲାଦେଶକୁ ବାଦ୍

ଦିଆଯାଇଛି। ଆରଏସଏସ୍ ପ୍ରଚାର ପ୍ରମୁଖ ସୁନୀଲ ଆମ୍ଭେ ମ୍ବେକରଙ୍କ କହିବା ଅନୁଯାୟୀ ଏହି ଆଲୋଚନାଚକ୍ରକୁ ବିରୋଧୀ ଦଳ ଦଳ ନେ ନେତା ରାହୁଲ ଗାନ୍ଧୀ କିମ୍ବା କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ନିମନ୍ତ୍ରଣ କରାଯିବ। ଦିଲ୍ଲୀ ପରେ ବେଙ୍ଗାଲୁରୁ, କଲକାତା ଓ ମୁମ୍ବଇରେ ଅନୁରୂପ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହିସବୁ ଆଲୋଚନାଚକ୍ର ପଞ୍ଚ ପରିବର୍ତ୍ତନ ଉପରେ ଆଧାରିତ ହେବ । ଯାହା ଭବିଷ୍ୟତ ଭାରତ ନିର୍ମାଣ ପାଇଁ ରାସ୍ତା ତିଆରି କରିବ। ଅକ୍ଟୋବର ୨ ବିଜୟା ଦଶମୀରେ ସଂଘର ଶତବାର୍ଷିକ ଉତ୍ସବର ଉଦ୍‌ଯାପନ ହେବ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button