BusinessDIstrictEducationNationNawarangpurOdishaPolitics

ଡାବୁଗାଁ ରେ ଚାଲ ସ୍କୁଲ ଯିବା ନେଇ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲୁଗାଁ, ୦୭/୦୮: ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ସରକାରୀ (ନୂତନ) ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଚାଲ ସ୍କୁଲ ଯିବା ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଗୁରୁବାର ଅପରାହ୍ନ 3ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିଦ୍ୟାଳୟର ଛାତ୍ରୀ ଛାତ୍ର ବିଦ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବସଷ୍ଟାଣ୍ଡ, ଜୟନ୍ତୀନଗର ଦେଇ ବିଦ୍ୟାଳୟ ରେ ପହଞ୍ଚି ଥିଲେ | ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଜିରୋ ଡ୍ରପଆଉଟ |

ସବୁ ପିଲା କିପରି ସ୍କୁଲ ଆସିବେ ଓ ଡ୍ରପଆଉଟ ପିଲା ମଧ୍ୟ ବିଦ୍ୟାଳୟରେ ନାମ ଲେଖାଇ ପାଠ ପଢିବେ | ଏଥିରେ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସନୌଜ କୁମାର ମହାପାତ୍ର, ଶିକ୍ଷୟତ୍ରୀ ମାଧୁସ୍ମିତା ନାୟକ, ବର୍ଷାରାଣୀ ରାଉତ, ଶିକ୍ଷକ ହେମନ୍ତ କୁମାର ସାମଲ, ସପନ ନାୟକ, ରାମାକାନ୍ତ ଲେଙ୍କା, ଶେଖର ସାହୁ, ପ୍ରଫୁଲ ମେହେରା ଓ ଛାତ୍ରୀଛାତ୍ର ମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ | ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button