
ମାଲକାନଗିରି, ୭/୮: ଆଜି ସ୍ଥାନୀୟ ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ଵାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି।
ମାଲକାନଗିରି ସଦରର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଛନ୍ତି। ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଓ ମହାବିଦ୍ୟାଳୟ ସ୍ତରରେ ଚିତ୍ରାଙ୍କନ, ପ୍ରବନ୍ଧ, ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ରହିଛି। ଯେଉଁମାନେ କୃତିତ୍ୱ ହାସଲ କରିବେ ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ଵାଧୀନତା ଦିବସ ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯିବ। ଆଜିର ଏହି ପ୍ରତିଯୋଗିତାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଉପସ୍ଥିତ ଥିଲେ।
ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଗୌରାଙ୍ଗ ସଜ୍ଜନ ପ୍ରତିଯୋଗିତା ପରିଚାଳନା କରିଥିଲେ। ସିଆରସିସି ମାନସ ରଞ୍ଜନ ମହାପାତ୍ର, ସରୋଜ କୁମାର ସାହୁ, ସୂର୍ଯ୍ୟକାନ୍ତ ଘଡେ଼ଇ, ଜିତେନ୍ଦ୍ର କୁମାର ତ୍ରିପାଠୀ, ଉମାକାନ୍ତ ଡଙ୍ଗରୀ, ବିଭୁତି ଭୁଷଣ ପାତ୍ର, ପଡିଆ ମାଢି, କନକ ବାଳା ରାଉତ, ଅଭିପ୍ସା ତରାଇ, ରାମ ପ୍ରସାଦ ପାଢ଼ୀ, ଝୁମ୍ପାରାଣୀ ସରକାର୍, ସଞ୍ଚିତା ରାଣୀ ମଣ୍ଡଳ ଓ ସିପ୍ରା ବିଶ୍ୱାସଙ୍କୁ ସହଯୋଗ କରିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।