
ମାଲକାନଗିରି, ୭/୮: ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବିଶେଷ ସଘନ ସଂଶୋଧନ -୨୦୨୫ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଓ ଜାତୀୟ ସ୍ତର ମାଷ୍ଟର ପ୍ରଶିକ୍ଷକ ଦୁର୍ଯ୍ୟୋଧନ ଭୋଇ ଉପସ୍ଥିତ ରହି ତାଲିମ୍ ପ୍ରଦାନ କରିଥିଲେ।
ରାଜ୍ୟ ସ୍ତର ମାଷ୍ଟର ପ୍ରଶିକ୍ଷକ ତଥା ସହାୟକ ଜିଲ୍ଲାପାଳ ଅଜୟ ମାଣ୍ଡାଙ୍ଗୀ ଜିଲ୍ଲାର ୧୭ ଜଣ ଜିଲ୍ଲାସ୍ତରୀୟ ମାଷ୍ଟର ପ୍ରଶିକ୍ଷକ ଓ ୧୦ ଜଣ ଏଏଲଏମଟିଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ସମସ୍ତ ପ୍ରଶିକ୍ଷକ ଆଗମୀ ଦିନରେ ବ୍ଲକ ସ୍ତରୀୟ ତାଲିମ୍ ପ୍ରଦାନ କରିବେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ନିର୍ବାଚନ ଅଶୋକ ଚକ୍ରବର୍ତ୍ତୀ ଏହାକୁ ଆୟୋଜନ କରିଥିଲେ|