
ମାଲକାନଗିରି,୭/୮: ମାଲକାନଗିରି ବନାଞ୍ଚଳ ଅଧିନସ୍ଥ ଏମଭି-୧୧ ଗ୍ରାମରୁ ବନକର୍ମଚାରୀ ଏବଂ ସାପ ଉଦ୍ଧାରକାରୀ ଦଳଙ୍କ ଉଦ୍ୟମ ରେ ଏକ ଅଜଗର ସର୍ପକୁ ଉଦ୍ଧାର କରାଯାଇଛି।
ଗତ କାଲି ସନ୍ଧ୍ୟାରେ ମାଲକାନଗିରି ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଏମଭି-୧୧ ଗ୍ରାମର ଜଣେ କୁକୁଡ଼ା ପାଳନ କରୁଥିବା ବ୍ୟକ୍ତି ଘରେ ଅଜଗର ସାପଟି କୁକୁଡ଼ା ଖାଇବା ଉଦ୍ଦେଶ୍ୟରେ ପ୍ରବେଶ କରିଥିଲା। ଏହି ଅଜଗର ସାପକୁ ଉଦ୍ଧାର କରିବା ପାଇଁ ଜନୈକ ବ୍ୟକ୍ତି ମାଲକାନଗିରି ବନାଞ୍ଚଳ ଅଧିକାରୀ
ରମେଶ ଚନ୍ଦ୍ର ରାଉତଙ୍କୁ ଫୋନ୍ ମାଧ୍ୟମରେ ଜଣାଇବା ପରେ ବନପାଳ ମନତୋଷ ଦେଙ୍କ ନେତୃତ୍ୱରେ ଏମଭି-୧୧ ଗ୍ରାମରକୁ ଯାଇ ଅଜଗର ସାପକୁ ଗତ କାଲି ସନ୍ଧ୍ୟା ୮ ଘଟିକା ସମୟରେ
ଉଦ୍ଧାର କରାଯାଇଥିଲା।ସାପଧରାଳୀ ଡମ୍ବରୁ ହନ୍ତାଳ ଅଜଗରଟିକୁ ସୁରକ୍ଷିତ ଭାବେ କାବୁ କରି ଯନ୍ତାରେ ଆବଦ୍ଧ କରି ମାଲକାନଗିରି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ଏହାକୁ ପ୍ରାଣୀ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରୀକ୍ଷା କଲାପରେ ପରେ ଆଜି ଉକ୍ତ ଅଜଗରକୁ ଜଙ୍ଗଲରେ ମୁକ୍ତ କରାଯିବ ବୋଲି ଜଣା ପଡିଛି।ଏହି ଅଜଗର ଟି ୨୦ କେଜି ଓଜନ ହେବ ଏବଂ ଲମ୍ବା ପ୍ରାୟ ୮ ଫୁଟ ହେବ ବୋଲି କୁହାଯାଇଛି।