
ରାୟଗଡା, ୦୭/୦୮: ରାୟଗଡା ଜିଲ୍ଲା କୋଳନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ପ୍ରାୟ ଦେଢ଼ ବର୍ଷ ହେବ ଅଚଳ ହେଇ ପଡିଛି ହାଇମାଷ୍ଟ ଲାଇଟ୍। ମୁକୁନ୍ଦପୁର ଗ୍ରାମର ପ୍ରତେକ ସାହି ଓ ବଜାର ମିଶି ପଚାଶ ରୁ ଉର୍ଦ୍ଧ ଲାଇଟ୍ ଲାଗିଛି। ହେଲେ ସେଠି ମଧ୍ୟରୁ ପ୍ରାୟ କୋଡିଏ ଟି ସଚଳ ଥିବାବେଳେ ଆଉ ତିରିଶି ଟି ଲାଇଟ୍ ଅଚଳ ହୋଇପଡିଛି। ସେହିପରି ମୁକୁନ୍ଦପୁର ଗ୍ରାମ ର ମୁଖ୍ୟ ବଜାର ପ୍ରାଙ୍ଗଣରେ ୫ ଟି ହାଇମାଷ୍ଟ ଲାଇଟ୍ ଲାଗିଛି। କିନ୍ତୁ ଏହି ୫ ଟି ଦୀର୍ଘ ଦେଢ଼ ବର୍ଷ ହେବ ଅଚଳ ହେଇ ପଡିଛି। ପଞ୍ଚାୟତ କର୍ତ୍ତୃପକ୍ଷ ଠୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ କରିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାଇଁ।
ବାରମ୍ବାର ବ୍ଲକ କାର୍ଯ୍ୟାଳୟ ଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଅଭିଯୋଗ କରିବା ସ୍ଵତେ କୌଣସି କାର୍ଯ୍ୟକାରୀ ହେଇପାରୁନାଇଁ।
ଗତ ଏପ୍ରିଲ ମାସ ୨୮ ତାରିଖ ଦିନ ମୁକୁନ୍ଦପୁର ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ରେ ବିଡ଼ିଓ ଙ୍କୁ ଏକ ଲିଖିତ ଆକାରରେ ଅଭିଯୋଗ ପତ୍ର ଦେଇଥିଲେ ଗ୍ରାମବାସୀ। ବିଡ଼ିଓ ଗୋଟିଏ ଏକ ସପ୍ତାହ ମଧ୍ୟରେ ସମଧାନ କରିବେ ବୋଲି ଗ୍ରାମବାସୀ ଙ୍କୁ ଜଣାଇଥିଲ।
ବାରମ୍ବାର ଏ ବିଷୟରେ ବିଜେପି ର ଯୁବ ନେତା ମାନସ କୁମାର ଦାଶ ବିଡ଼ିଓ ଙ୍କୁ ଏ ବିଷୟରେ ଅବଗତ କରିଥିଲେ ସତ୍ୱେ ମଧ୍ୟ ବିଡ଼ିଓ ଖାଲି କଥାରେ ହିଁ ସୀମିତ ରହିଯାଉଠିବା ସେ କହିଛନ୍ତି।
ଷ୍ଟିର୍ଟ ଲାଇଟ୍ ଅଚଳ ଯୋଗୁ ରାତି ହେଲେ ଅନ୍ଧାର ରେ ମୁକୁନ୍ଦପୁର।
ରାତି ହେଲେ ମଦ୍ୟପ ଙ୍କ ଉତ୍ପାତ ବଢୁଛି। ମୁଖ୍ୟ ବଜାର ଚୋରି ମଧ୍ୟ ବଢ଼ି ଚାଲିଛି। ମୁକୁନ୍ଦପୁର ବଜାରରୁ ଗତ କିଛି ଦିନ ହେଲା କିଛି ବାଇକ ମଧ୍ୟ ଚୋରି ହେଇଛି। ବାରମ୍ବାର ପଞ୍ଚାୟତ ପ୍ରଶାସନ ଓ ବ୍ଲକ ପ୍ରଶାସନ କର୍ଣ୍ଣପାତ କରୁନଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି