ବିଧାୟକଙ୍କ ପଞ୍ଚାୟତ ଗସ୍ତ ବେଳେ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ
ବିଧାୟକଙ୍କ ପଞ୍ଚାୟତ ଗସ୍ତ ବେଳେ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ- ଝରିଗାଁ
କୁଟ୍ରିଛାପର ପଞ୍ଚାୟତକୁ ବିଧାୟକଙ୍କ ଗସ୍ର ଓ ଅଞ୍ଚଳର ବିଭିନ୍ନ ସମସ୍ୟା ଜନସାଧାରଣଙ୍କ ଆଲୋଚନା । ଉପରେ ସହ
ଝରିଗାଁ, ତା 06/08 08-ଝରିଗାଁ ବିଧାୟକ ନରସିଂ ଭତରା ଆଜି ଝରିଗାଁ ବ୍ଲକର କୁଟ୍ରିଛାପର ପଂଚାୟତକୁ ଗସ୍ତ କରି ପଂଚାୟତର ବିଭିନ୍ନ ଗ୍ରାମ ବୁଲି ଲୋକଙ୍କ ସମସ୍ୟା ସବୁ ପଚାରି ବୁଝିଛନ୍ତି |ପ୍ରଥମେ ସେ ପଂଚାୟତର ଡିପୁଭଟ୍ଟା ଗ୍ରାମକୁ ଯାଇ ଏକ ବିଦ୍ୟୁତ ଟ୍ରାନ୍ସଫର ର ଉଦଘାଟନ କରିଛନ୍ତି ।ଝରିଗାଁ ବିଧାୟକ ଓ ନବରଙ୍ଗପୁର ସାଂସଦ ଙ୍କ ଉଦ୍ୟମରେ ଗ୍ରାମର 40ପରିବାର ବିଦ୍ୟୁତ ଆଲୁଅ ପାଇ ଉଭୟ ସାଂସଦ ଓ ବିଧାୟକଙ୍କୁ ଧନ୍ୟବାଦ ଜଣେଇଛନ୍ତି |ସେଠାରୁ ଶ୍ରୀ ଭତରା କୁଟ୍ରିଛାପର ସର ରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ ପାଇଁ ଯାଇଥିଲେ 110ଶଯ୍ୟା ବିଶିଷ୍ଟ ଏହି ଆଶ୍ରମ ବିଦ୍ୟାଳୟଟି ଅତି ଅତି ଦୟନୀୟ ଅବସ୍ଥାରେ ରହିଥିବା ସେ ଜାଣିବାକୁ ପାଇବା ପରେ ଯଥାଶୀଘ୍ର ବିଦ୍ୟାଳୟର ମରାମତି ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତି ପ୍ରତିଶୃତି ଦେବା ପରେ ତୋହରାକରିଆଗୁଡ଼ା, ମଙ୍ଗଳଦୋରା, ବାଘବେତ ବଡା, ରଣ୍ଡାସାହି ଆଦି ଗ୍ରାମସବୁ ବୁଲି ଦେଖୁଥିଲେ |ଏହି ଗ୍ରାମ ଗୁଡିକୁ ଯିବା ପାଇଁ ଭଲ ପାଦଚଲା ରାସ୍ତାଟେ ନଥୁ ନଥୁବା ସେ ଜାଣିବାକୁ ପାଇ ଘାଇଥିଲେ । ବର୍ଷା ଦିନ ମାନଙ୍କରେ ଏହି ସବୁ ଗ୍ରାମର ଜନସାଧାରଣ ନାହିଁନଥିବା ଅସୁବିଧା ଭୋଗୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ପାଇଥିଲେ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ | ବିଧାୟକଙ୍କ ଏହି ଗସ୍ତରେ ସାଂସଦ ପ୍ରତିନିଧୂ ଚନ୍ଦ୍ରଭାନୁ ନାୟକ, ଝରୀଗାଁ ମଣ୍ଡଳ ସଭାପତି ସୁକାଳୁ ଗଣ୍ଡ,ଗିରି ପାଣ୍ଡେ, ପ୍ରଫୁଲ୍ଲ ପ୍ରଧାନୀ, ଗଣପତି ସାହୁ, ଉମରକୋଟ ବିଧାୟକ ପ୍ରତିନିଧୂ ସୋନା ମାଝୀ, ଖାଣ୍ଡା, କୁଟ୍ରିଛାପର ସରପଞ୍ଚ ବୁନ୍ଦି ସାନା, ପଞ୍ଚାୟତ ସଭାପତି ଦଶରଥ ସାନ୍ତି, ମଣ୍ଡଳ ସୋଭାପତି ଚାୟତର କର୍ଯ୍ୟ ନିର୍ବାହୀ ଅଧିକାରୀ ସୁଚରିତା କବିରାଜ, ଝରିଗାଁ ଅ କାରୀ ସୌରଭ କେତନ ବେହେରା, ଫିରୋଜ ଷଡ଼ଙ୍ଗୀ, ଲୋଚ ଉଲ୍କା, ଗୌତମ ହରିଜନଙ୍କ ସମେତ ବହୁସଂଖ୍ୟାରେ ବିଜେପି କର୍ମୀମାନେ ସାମିଲ ରହିଥିଲେ |