ରାଇଘର ଗଞ୍ଜେଇ କାରବାରର ପେଣ୍ଠସ୍ଥଳ
ରାଇଘର ଗଞ୍ଜେଇ କାରବାରର ପେଣ୍ଠସ୍ଥଳ
ରାଇଘର,ତା ୬/୮
ସୀମନ୍ତ ମାଓ ଅଧ୍ୟଷିତ ନବରଙ୍ଗପୁର ଜିଲ୍ଲା ରାଇଘର ଏବେ ଗଞ୍ଜେଇ କାରବାରର ପେଣ୍ଠସ୍ଥଳ ପାଲଟିଛି। ଏହି କାରବାର ଏଠାରେ ଜୋରସୋରରେ ଚାଲିଥିବା ବେଳେ ଅବକାରୀ ବିଭାଗ ନିରବଦ୍ରଷ୍ଟା ସାଜିଛି। ସୀମାନ୍ତରେ ଚେରାଚାଲାଣ ବଢୁଥିବା ବେଳେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।
ମୋଟ ୨୬ ଗୋଟି ପଞ୍ଚାଯତକୁ ନେଇ ଗଠିତ ରାଇଘର ବ୍ଲକର ୧୫ ପଞ୍ଚାୟତ ଛତିଶଗଡ ସୀମାକୁ ଲାଗି ରହିଛି। ଏଠାରେ ଦୁଇଟି ଥାନା ରାଇଘର ବ୍ଲକ୍ ହେଡକ୍ୱାର୍ଟର । ଓ ଅନ୍ୟଟି ସୀମାନ୍ତ କୁନ୍ଦେଇ ଠାରେ ଅବସ୍ଥିତ । ସେହିଭଳି କୁନ୍ଦେଇ, ଫୁଟାନଡାଓ ହାପେଭରୀ ଠାରେ ପୋଲିସ କ୍ୟାମ୍ପ ରହିଛି । କିନ୍ତୁ ଥାନା ଗୁଡିକରେ କର୍ମଚାରୀ ଅଭାବ ଠିକ ଭାବେ । ଯାଞ୍ଚ କରାଯାଇ ପାରୁନଥିବା ଅଭିଯୋଗ ହୋଇଛି। ଏହାର ଫାଇଦା ନେଇ ଓଡ଼ିଶା ସୀମାନ୍ତରୁ ଅତି ସହଜରେ ଚାଲାଣକାରୀ ଚୋରା ଚାଲାଣ କରୁଥିବା ଅଭିଯୋଗ
ସୀମାନ୍ତରେ
ଚୋରାଚାଲାଣ ବଢୁଛି
ଅବକାରୀ ବିଭାଗ ନିରବଦ୍ରଷ୍ଟା
ହୋଇଛି । ତେବେ ଓଡିଶା ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା ବିପନ୍ନ ରହିଥିବା ସୀମା ପାର ପରେ ଛତିଶଗଡ ପୋଲିସର
ଫାଶରେ ଫସୁଛନ୍ତି ଚାଲାଣକାରୀ। ଚୋରା ଚାଲାଣ ସାମଗ୍ରୀ ଛତିଶଗଡ ପୋଲିସ କବ୍ଜା କରୁଥିବା ବେଳେ ଓଡିଶା ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଦାବି ହୋଇଛି । ଓଡ଼ିଶା – ଛତିଶଗଡ଼ ଦୁଇ ରାଜ୍ୟର ସୀମାନ୍ତ ରାଇଘର ବ୍ଲକକୁ ଚୋରା ଚାଲାଣକାରୀ ଦଲାଲ ସହାୟତାରେ ପେଣ୍ଠସ୍ଥଳୀ କରି ବିଭିନ୍ନ ଗଳାବାଟ ଦେଇ ଚାଲାଣ କରୁଛନ୍ତି । ତେବେ ଲଗାତାର ଭାବେ ଚୋରା ଚାଲାଣକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ବେଳେ ଓଡିଶା ସୀମାନ୍ତରେ ପୋଲିସ ପ୍ରଶାସନ ପକ୍ଷରୁ ଯାଞ୍ଚ
ପ୍ରକ୍ରିୟା ସମ୍ପୂର୍ଣ ଠପ୍ ଯୋଗୁଁ ସୁରକ୍ଷା ବ୍ୟବସ୍ଥା ଢ଼ିଲା ହୋଇପଡିଛି । ରାଇଘର ଓ କୁନ୍ଦେଇ ଥାନା ଅଧୀନରେ ଦିନକୁ ଦିନ ମାମଲା ବଢିବା ସହ କର୍ମଚାରୀ ଅଭାବ ଯୋଗୁଁ କେତେବେଳେ କାଁ ଭାଁ ଯାଞ୍ଚ ପ୍ରକ୍ରିୟା ହେଉଛି | ଅପରପକ୍ଷରେ ଉକ୍ତ ଅଞ୍ଚଳ ମାଓପ୍ରବଣ ହୋଇଥିବା ଯୋଗୁ ମାଓ ଗତିବିଧୂ ଗତ ଦିନମାନଙ୍କରେ ଅନେକ ଘଟଣା ସାମ୍ନାକୁ ଆସିଛି। ତେବେ ବର୍ତ୍ତମାନ ପରିସ୍ଥିତିରେ ରାଇଘର ବ୍ଲକ୍ ସୀମାନ୍ତ କୁନ୍ଦେଇ ଥାନା ଅନ୍ତର୍ଗତ ଖୂଲଲୀ ଠାରେ ୨୪ ଘଣ୍ଟିଆ ଯାଞ୍ଚ ପ୍ରକ୍ରିୟା ନିମନ୍ତେ ଓଡ଼ିଶା ପୋଲିସ ପ୍ରଶାସନ ଗୁରୁତ୍ବ ଦେଲେ ସୁରକ୍ଷା ବ୍ୟବସ୍ଥା ସ୍ବତନ୍ତ୍ର ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ଗତ ଦିନ ମାନଙ୍କରେ ଚୋରା ଚାଲାଣକାରୀ ମାନେ ବନ୍ୟଜନ୍ତୁ ଗଞ୍ଜେଇ ସହ ହୀରା ଚୋରା ଚାଲାଣ କରୁଥିବା ଖବର ସାମ୍ନାକୁ ଆସିଥିଲା। ସ୍ଥାନୀୟ ଅଞ୍ଚଳରେ ପୋଲିସ ପ୍ରଶାସନ ସହ ବନ ବିଭାଗ,ଅବକାରୀ ବିଭାଗ ମଧ୍ୟ ରାତ୍ରୀକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ ଦାବି ହୋଇଛି।