BusinessEducationEntertainmentHealthNationOdishaPolitics

କୁଲାଡରେ ଆଇନଜୀବୀଙ୍କ ଘରୁ ଚୋରି ଅଭିଯୋଗ,ସାଇଣ୍ଟିଫିକ ଟିମ୍ ଓ ସନ୍ଧାନି କୁକୁରର ଛାନଭିନ୍

ଭଞ୍ଜନଗର, ୦୬/୦୮: ଭଞ୍ଜନଗର ଥାନା ଅଧିନ କୁଲାଡ଼ ଗୌଡ଼ ସାହିରେ ଥିବା ଏକ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମର ଆଇନଜୀବୀ ହର୍ଷ ବର୍ଦ୍ଧନ ପଣ୍ଡାଙ୍କ ଘରେ ଗତକାଲି ବିଳମ୍ବିତ ଦୁବୃର୍ତ୍ତ ମାନେ ବାରିପଟ କବାଟ ଖୋଲି ଘର ଭିତରେ ପଶି ଚୋରୀ କରିଥିବା ଅଭିଯୋଗ ହୋଇଛି। ଆଲମିରା ଭାଙ୍ଗି ସେଥିରେ ଥିବା ୩ ଲକ୍ଷ ଟଙ୍କା ସହ ୨ ଟି ଲେଖାଏଁ ସୁନାହାର,ତାଡ଼,ଚେନ୍,ରୁଲି , ୪ ଟି ମୁଦି, କାନ ଫୁଲ ଭଳି ପ୍ରାୟ ୧୦ ଭରି ସୁନା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି।

ଏନେଇ କେସ ନମ୍ବର ୯୦୯/୨୫ ରେ ଏକ ମାମଲା ରୁଜୁ କରି ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ଏସାଇ ସମୀର ସେଠୀ,ଲିପିନା ବିଶ୍ଵାଳ,ଲକ୍ଷ୍ମୀଧର ମହାନ୍ତି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଛତ୍ରପୁରରୁ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଆସି ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରି ଫେରିଥିବା ଜଣାପଡ଼ିଛି। ପ୍ରକାଶ ଥାଉକି,ଗତମାସରେ ମଧ୍ୟ ଜିଲୁଣ୍ଡି ମୁଖ୍ୟ ରାସ୍ତାରେ ବିରେନ୍ଦ୍ର କୁମାର ପାତ୍ର ଘରୁ ଆଲମୀରା ଭାଙ୍ଗି ସେଥିରେ ଥିବା ନଗଦ ପ୍ରାୟ ୮ଲକ୍ଷ ଟଙ୍କା କେହି ଦୁର୍ବୁତ୍ତ ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button