BusinessDIstrictEducationKoraputNationOdishaPolitics

ମୃତ ଶିକ୍ଷକଙ୍କୁ ବି ଛାଡ଼ୁ ନାହାଁନ୍ତି ଲାଞ୍ଚୁଆ ଖିଆ କିରାଣୀ ବାବୁ ଶେଷରେ ପଦାଦାରେ ପଡ଼ିଲେ।

ନନ୍ଦପୁର, ୦୬/୦୮: କୋରାପୁଟରେ ଲାଞ୍ଚୁଆଙ୍କ ଶଙ୍ଖା ବଡିଛାଲୁଛି ଘଟଣା ମଧ୍ୟ ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଲାଞ୍ଚୁଆ କିରାଣୀ ବାବୁ ଧରା ପଡ଼ିଛନ୍ତି ଜଣେ ମୃତ ଶିକ୍ଷକଙ୍କ ପରିବାରକୁ ପେନସନ ଓ ଅନ୍ୟାନ୍ୟ ସରକାରୀ ସୁବିଧା ଦେବା ପାଇଁ ନନ୍ଦପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟର କିରାଣୀ ସମ୍ବିତ ତ୍ରିପାଠୀ ୩୦ ହଜାର ଟଙ୍କା ମାଗିଥିବା ଅଭିଯୋଗ ମିଳିଥିଲା।

ଏହି ଅଭିଯୋଗ ଉପରେ ଜଣେ ନାଗରିକ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ ଦେଇଥିଲେ। ଏହି ଅଭିଯୋଗ ଆଧାରରେ, ଆଜି ସେମିଳିଗୁଡ଼ା ବସ ଷ୍ଟାଣ୍ଡ ନିକଟରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ଡିଭିଜନର ୧୧ ଜଣିଆ ଟିମ୍ ଧରିବାରେ ସଫଳ ହୋଇଛନ୍ତି ।ଭିଜିଲାନ୍ସ ଅଧିକାରୀ ତାଙ୍କୁ ହସ୍ତଗତ କରି ଏବେ ସେମିଳିଗୁଡ଼ା ଭଡ଼ା ଘର ଓ ନନ୍ଦପୁର କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ ଚାଲାଇ ରଖିଛନ୍ତି। ସୂଚନା ଅନୁଯାୟୀ, ମୃତ ଶିକ୍ଷକଙ୍କ ପରିବାର ପାଇଁ ଜଣେ ମଧ୍ୟସ୍ଥ ମାଧ୍ୟମରେ ଟଙ୍କା ଚାହିଁଥିବା ଏବଂ ଲାଞ୍ଚ ଅନୁମୋଦନ ପାଇଁ ପ୍ରତ୍ୟକ୍ଷ ଧରାପଡ଼ିଛନ୍ତି।

ଏହି ଘଟଣା କୋରାପୁଟ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଉପରେ ଗୁରୁତର ପ୍ରଶ୍ନ ଉଠାଇଛି। ଏମିତି ଆଜିକା ଦିନରେ କୋରାପୁଟ ଜିଲ୍ଲାରେ ଲାଞ୍ଚୁଆ ବାବୁଙ୍କ ଶଙ୍ଖା ଅଧିକ ବଡ଼ି ଛାଲାଛି ଅଧିକ ତଥ୍ୟ ପାଇଁ ଭିଜିଲାନ୍ସ ତଦନ୍ତ ଜାରି କରିଛନ୍ତି କିରାଣୀ ବାବୁଙ୍କ ଉପରେ।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button