BusinessDIstrictEducationEntertainmentNationNawarangpurOdisha

ଡାବୁଗାଁ ଶିଶୁ ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ

ନବରଙ୍ଗପୁର, ୦୬/୦୮: ଡାବୁଗାଁ ସରସ୍ବତୀ ଶିଶୁ ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ଏମ୍. ସତ୍ୟନାରାୟଣ ସୁବୁଦ୍ଧି ମେଳାକୁ ଉଦ୍‌ଘାଟନ କରିଥିଲେ। ଏଥିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ୪୬ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ।
ଶିକ୍ଷା ବିକାଶ ସମିତି ଦ୍ଵାରା ଦିଆଯାଇଥିବା ୧୦ଟି ବିଷୟବସ୍ତୁ ଉପରେ ପ୍ରକଳ୍ପ ଗୁଡ଼ିକ ପ୍ରଦର୍ଶିତ ହୋଇଥିଲା। ବିଚାରକ ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିତାଂଶୁ ପଣ୍ଡା, ନିଗମାନନ୍ଦ ନାୟକ ଓ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚବିଦ୍ୟାଳୟର ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରିୟଦର୍ଶିନୀ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ମୂଲ୍ୟାଙ୍କନ କରିଥିଲେ । ଶିଶୁ ମନ୍ଦିର ପ୍ରଧାନଆଚାର୍ଯ୍ୟ ସତ୍ୟନାରାୟଣ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ପରିଚାଳନା କମିଟି ସଭାପତି ଏମ୍. ସୂର୍ଯ୍ୟନାରାୟଣ ସୁବୁଦ୍ଧି ମୁଖ୍ୟ ଅତିଥି ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ |
ଜ୍ଞାନବିଜ୍ଞାନ ମେଳାର ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୧୨ ତାରିଖରେ ଉମରକୋଟ ଶିଶୁ ମନ୍ଦିରରେ ହେବାକୁ ଥିବା ସଙ୍କୁଳସ୍ତରୀୟ ଜ୍ଞାନବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବେ ଶିଶୁ ମନ୍ଦିରର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ |ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button