BusinessDIstrictEntertainmentHealthMalkangiriNationOdishaPolitics

ବିଶ୍ୱ ସ୍ତନ୍ୟପାନ ସପ୍ତାହ -୨୦୨୫ ପାଳିତ

ମାଲକାନଗିରି, ୦୫/୦୮: ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାଲକାନଗିରି ଠାରେ ଆଜି ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇ ଯାଇଛି lଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଏମ .ଏମ .ଆଵିଦ ହୁସେନ ଯୋଗଦେଇ ସ୍ତନ୍ୟପାନର ଉପକାରିତା ଓ ଏହାର ଅଭାବରେ ମା ଓ ଶିଶୁ ମଧ୍ୟରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରି ଛଅ ମାସ କେବଳ ମା’ କ୍ଷୀର ଶିଶୁ ପାଇଁ ଅମୃତ ତୁଲ୍ୟ ବୋଲି ବୁଝାଇଥିଲେ ।

ଶିଶୁ କୁ ଜନ୍ମରୁ ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରାଇବା ,କୌଣସି ବାହାର ଖାଦ୍ୟ ଯଥା ପାଣି ,ମହୁ , ଚିନି ପାଣି ନ ଦେବା ,ସ୍ତନ୍ୟପାନ କରୁଥିବା ମା ମାନଙ୍କର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ସ୍ତନ୍ୟପାନ ଯୋଗୁ ମା ର ସ୍ତନକର୍କଟ ଓ ଗର୍ଭାଶୟ କର୍କଟ ରୋଗ ହେବା ସମ୍ଭାବନା କମ ବୋଲି ଡା.ଦୁର୍ଗା ପ୍ରସାଦ ରାଜ ଓ ଓମ ପ୍ରକାଶ ସାବୁଝାଇଥିଲେ । ଶେଷରେ ସଭାରେ ଉପସ୍ଥିତ ଥିବା ସମସ୍ତେ ସ୍ତନ୍ୟପାନ ଉପଲକ୍ଷେ ଏକ ଶପଥପାଠ ଓ ଦସ୍ତଖତ ଅଭିଯାନ କରିଥିଲେ ।

ପରେ ମହିଳା ଆରୋଗ୍ୟ ସମିତିର ମା’ମାନଙ୍କୁ ସ୍ତନ୍ୟପାନ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା କରି ପୁରସ୍କାର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦିଲୀପ କୁମାର ନନ୍ଦ,ଶିବପ୍ରସାଦ ପ୍ରହରାଜ ,ଭିକାରୀ ଚରଣ ବଳିୟାରସିଂ ଶ୍ୟାମ ସୁନ୍ଦର ମାଝି ,ମହେଶ କୁମାର ଯାଦବ ,କାୟରୋଳୀନ ଦୀକ୍ଷିତ ,ସୁପ୍ରଭା କୁମାରୀ ପାଢୀ ସହିତ ମହିଳା ସ୍ୱାସ୍ଥ୍ୟ କର୍ମୀ ,ଆଶା କର୍ମୀ ଓ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button