ଦାବି ପୂରଣ ନହେଲେ ୧୧ରୁ ଅନିଦ୍ଧିଷ୍ଟକାଳ ଆନ୍ଦୋଳନ ଚେତାବନୀ
ବୈପାରିଗୁଡା, ୪/୦୮ : ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ ଓଡ଼ିଶା ରାଜସ୍ୱ ଅମଲା ସଂଘ, କୋରାପୁଟ ଜିଲ୍ଲା ଶାଖାର ଏକ ସଧାରଣ ସଦସ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାସ୍ତରୀୟ ରାଜସ୍ୱ ଅମଲାଙ୍କ ବହୁ ପ୍ରତୀକ୍ଷିତ ଏକମାତ୍ର ନ୍ୟାର୍ଯ୍ୟ ଦାବୀ ଲେଭେଲ -୯ ଗ୍ରେଡ ପେ ୪୨୦୦ ଟଙ୍କା ପୂରଣ ନ ହେଉ ନ ଥିବାରୁ ସମସ୍ତ କର୍ମକର୍ତ୍ତା କ୍ଷୋଭ ପ୍ରକାଶ କରିଥିଲେ। ଇତି ମଧ୍ୟରେ ଓଡ଼ିଶା ରାଜସ୍ୱ ସେବାରେ ରାଜସ୍ଵ ଅମଲା ମାନଙ୍କ ପଦୋନ୍ନତି କ୍ଷେତ୍ରରେ ସରକାର ଆଣିଥିବା ନୂଆ ଆଇନ ଉପରେ ତୁରନ୍ତ ଏହାକୁ ପୁନର୍ବିଚାର କରିବା ସହିତ ଏହାର ସମ୍ପୂର୍ଣ ସଂଶୋଧନ କରି ରାଜସ୍ଵ ଅମଲାଙ୍କ ବହୁଳ ସ୍ଵାର୍ଥ ନିମନ୍ତେ ତୁରନ୍ତ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ବୋଲି ସମ୍ପାଦକ ନିତ୍ୟାନନ୍ଦ ଭତ୍ରା ମତବ୍ୟକ୍ତ କରିଥିଲେ।ରାଜସ୍ୱ ଅମଲାଙ୍କ ପ୍ରତି ସରକାରଙ୍କ ବୈ ମାତୃକ ମନୋଭାବ ଏବଂ ପାତରଅନ୍ତର ନୀତିକୁ ସଂଘ କେବେ ବି ବରଦାସ୍ତ କରିବ ନାହିଁ ବୋଲି ସଭାପତି ମନୋଜ କୁମାର ବାରିକ କହିଛନ୍ତି ।
ସରକାର ଜିଲ୍ଲା ସ୍ତରୀୟ ରାଜସ୍ୱ ଅମଲାଙ୍କ ନୂଆ ପଦବୀ ଗଠନ ତଥା ପୁନର୍ବିନ୍ୟାସରେ ଅହେତୁକ ବିଳମ୍ବ କରିବାକୁ ନେଇ ରାଜ୍ୟ ସଂଘ କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ପ୍ରସନ୍ନ କୁମାର ନାୟକ ଅସନ୍ତୋଷ ପ୍ରକାଶ କରିଥିଲେ। ଆସନ୍ତା ଅଗଷ୍ଟ ମାସ ୮ ତାରିଖ ଭିତରେ ସରକାର ଯଦି ଦାବୀ ପୂରଣ ନ କରନ୍ତି ତାହେଲେ ଅଗଷ୍ଟ ୧୧ ତାରିଖରୁ ରାଜ୍ୟ ସଂଘର ନିର୍ଦ୍ଦେଶ ମୁତାବକ ଓଡ଼ିଶା ରାଜସ୍ଵ ଅମଲା ସଂଘ, କୋରାପୁଟ ଜିଲ୍ଲା ଶାଖା ତରଫରୁ ଆଜିର ସାଧାରଣ ବୈଠକରେ ନିଆଯାଇଥିବା ନିଷ୍ପରି ମୁତାବକ ଜିଲ୍ଲାର ବିଭିନ୍ନ କାର୍ଯ୍ୟଳୟରେ କାର୍ଯ୍ୟରତ ରାଜସ୍ଵ ଅମଲା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବେ ବୋଲି ସମ୍ପାଦକ ଶ୍ରୀ ଭତ୍ରା କହିଛନ୍ତି ।
ଜିଲ୍ଲାର ସମସ୍ତ ଜନିଷ୍ଠ ରାଜସ୍ଵ ସହାୟକ, ବରିଷ୍ଠ ରାଜସ୍ୱ ସହାୟକ ଏବଂ ଉପବିଭାଗୀୟ ଅଧିକାରୀମାନେ ବହୁଳ ସଂଖ୍ୟାରେ ଯୋଗଦେଇ ଥିବାରୁ ସମସ୍ତଙ୍କୁ ସଂଘ ତରଫରୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା। କର୍ମକର୍ତ୍ତା ମାନଙ୍କ ମଧ୍ଯରେ ନାରାୟଣ ଲମତା, ଲବ କିଶୋର ମଣ୍ଡଳ, ଅନିଲ ନୟନ ପାତ୍ର, ରାମଚନ୍ଦ୍ର ମୁଦୁଲି, ରବି ସଲୋନୀ ମହାନ୍ତି, ଉର୍ମିଳା ମୁଦୁଲି, ସସ୍ମିତା ଗମାଙ୍ଗୋ, ସୁନିଲ ସିଂ”, ମୁନା କଣ୍ଡାଗିରି, ମୋନଜ କୁମାର ବାରିକ, ପି.ରାକେଶ, ଅଂଶୁମାନ ଜେନା ସହିତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।