BusinessDIstrictEducationEntertainmentHealthMalkangiriNationOdisha

ଏମପିଭି-୮୩ ଗ୍ରାମ ପୋଖରୀରେ ଥିବା କୁମ୍ଭୀର ଉଦ୍ଧାର

ମାଲକାନଗିରି ,୦୪/୦୮:ମୋଟୁ ବନାଞ୍ଚଳ ଅନ୍ତର୍ଗତ ଏମ୍ପିଭି-୮୩ ଗ୍ରାମ ରେ ଥିବା ଏକ ବଡ ପୋଖରୀ କୁମ୍ଭୀର ଆଜି ବନ ମାନେ ଉଦ୍ଧାର କରିଛନ୍ତି। ଏହା କୁ ଆଜି ଅପରାହ୍ନରେ ଚିତ୍ରକୋଣ୍ଡା ଜଳଭଣ୍ଡାର ଛଡ଼ାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।
ଗତ ୫ ଦିନ ପୂର୍ବେ ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ଏକ ପୋଷ୍ଟର ପୋଖରୀ ପାଖରେ ଲଗାଇ ପୋଖରୀରେ ସ୍ନାନ ନ କରିବା ପାଇଁ ଜନ ସଚେତନତା କରାଯାଇଛି। ଏହା ବ୍ୟତିତ ଡାକବାଜି ଯନ୍ତ୍ର ସହାୟତାରେ ଗ୍ରାମର ସର୍ବ ସାଧାରଣ ଜନତାଙ୍କୁ କୁମ୍ଭୀର ପୁଷ୍କରିଣୀ ରେ ଥିବା ସତର୍କ ସୂଚନା ପ୍ରଦାନ କରିଥିଲେ । ଏହି କୁମ୍ଭୀର ଗତିବିଧିକୁ ଡ୍ରୋନ୍ କ୍ୟାମେରା ଦ୍ବାରା ଫୋଟୋ ଚିତ୍ର ଉତ୍ତୋଳନ କରାଯାଇଥିଲା।
ମୋଟୁ ବନାଞ୍ଚଳ ଅଧିକାରୀ ରଶ୍ମୀରଂଜନ ସ୍ବାଇଁ କହିବା ଅନୁସାରେ ଏମପିଭି-୮୩ ଗ୍ରାମରେ ଥିବା ପୋଖରୀ ଟି ୨୦୦ ମିଟର ପ୍ରସ୍ଥ ଓ ଦୈର୍ଘ୍ୟ ୫୦୦
ମିଟର ବିଶିଷ୍ଟ ଏବଂ ବର୍ଷା ଜଳ ପୂର୍ଣ୍ଣ ହେତୁ କୁମ୍ଭୀରଟିକୁ ଜାଲରେ ଧରିବା ସହଜ ହୋଇ ପାରୁ ନଥିଲା । ଲୋକକୁ ଦେଖିବାପରେ କୁମ୍ଭୀରଟି ଜଳ ମଧ୍ୟରେ ଆତ୍ମ ଗୋପନ କରୁଥିଲା । ପୋଖରୀ ରୁ ଜଳ ନିଷ୍କାସନ ପରେ କୁମ୍ଭୀର ଟିକୁ ଆଜି ବନକର୍ମଚାରୀମାନେ ଜାଲରେ ଧରିବାକୁ ସକ୍ଷମ ହୋଇଥିଲେ।
ଆଜି ବନକର୍ମଚାରୀମାନେ ୫ ଫୁଟ ଲମ୍ବ ବିଶିଷ୍ଟ କୁମ୍ଭୀର କୁ ନେଇ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଛାଡିବେ ବୋଲି ଜଣାପ଼ିଛି ।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button