Education

ଚୋରି ଗିରଫ ମାମଲାରେ ଆନ୍ଧ୍ର ପୁଲିସ ଦ୍ବାରା 3 ,ଗିରଫ

ନନ୍ଦପୁର, 4/8: ଜଣେ ପିଇଓଙ୍କଠାରୁ ୧୫ଲକ୍ଷ ୬୨ ହଜାର ଟଙ୍କା ଚୋରି ମାମଲାରେ ଆନ୍ଧ୍ର ପୋଲିସ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଓ ଜୟପୁର ଅଞ୍ଚଳରୁ ୩ଜଣଙ୍କୁ ରବିବାର ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ନନ୍ଦପୁର ବ୍ଲକ୍ ଗୋଲୁର ପଞ୍ଚାୟତ ବାଇଲିଗୁଡ଼ାର ସନ୍ତୋଷ ମହାପାତ୍ର(୨୮), ଜୟପୁର ଅଞ୍ଚଳର ବିକା ବିକାଶ କୋରା (୨୫) ଓ ସ୍ବପ୍ରିଲ ଦୁରାଇ (୧୦ ର(୧୯)। ସୂଚନା ଅନୁଯାୟୀ, ବଣ୍ଡାପାଲି ପଞ୍ଚାୟତ ପିଇଓ କାଟରି ମାଛବାବୁ ଆନ୍ଧ୍ର ପେଦାବାଇଲି ଷ୍ଟେଟ୍ଙ୍କ୍‌ ବ୍ଯାଙ୍କ ରୁ ୧୫ଲକ୍ଷ ୬୨ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ସନ୍ଧ୍ୟାରେ ଲୁଟ୍‌ର ଶିକାର ହୋଇଥିଲେ। ବଙ୍ଗାରୁମେଟା ଗ୍ରାମ ନିକଟରେ କେତେକ ଦୁର୍ବୃତ୍ତ ତାଙ୍କୁ ଅଟକାଇବା ସହ ମାରଣାସ୍ତ୍ର ଦେଖାଇ ତାଙ୍କଠାରୁ ସମସ୍ତ ଟଙ୍କା ଲୁଟ୍ କରି ଚମ୍ପଟ ମାରିଥିଲେ। ଏ ନେଇ କାଟରି ଆନ୍ଧ୍ର ମୁଚିଙ୍ଗପୁଟ ଥାନାର ଦ୍ବାରସ୍ଥ ହୋଇଥିଲେ। ଏହା ପରେ ଆନ୍ଧ୍ର

ପୋଲିସ ନନ୍ଦପୁର ଥାନା ଉପଖଣ୍ଡ ଅଧୀନ ପାଡ଼ୁଆ ଓ ମାଛକୁଣ୍ଡ ପୋଲିସର ସହାୟତା ଲୋଡିଥିଲା। ପୋଲିସ ସମସ୍ତ ଲୁଟ୍ ଟଙ୍କାକୁ ଜବତ କରିବା ସହ ଦୁର୍ବୃତ୍ତମାନଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଏକ ସ୍କୁଟି(ଓଡି–୧୦– ଜେଡ-୧୭୯୮), ୩ ମୋବାଇଲ ଓ ୨ ଛୁରି ପୋଲିସ ଜବତ କରିଛି। ମୁଚିଙ୍ଗପୁଟ ଥାନାରେ କେସ ନଂ. ୪୩/୨୫ରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆନ୍ଧ୍ର ଆଲୁରି ସିଥାରମନ ଜିଲ୍ଲାର ଏସ୍‌ପି ଅମିତ୍ ବରଦାର ରବିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଘଟଣାର ଅଢେଇ ଦିନରେ ଚୋରି ଟଙ୍କା ଓ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିବା ମଦୁଗୁଲା ସର୍କଲ ସିଆଇ ଶ୍ରୀନିବାସ ରାଓ, ମୂଚିଙ୍ଗପୁଟ ଥାନା ଏସ୍‌ଆଇ ରାମ କୃଷ୍ଣା, ଆରକୁ ଥାନା ଏସ୍‌ଆଇ ଗୋପାଳ ରାଓ ରାଜୁ, ପେଦାବାଇଲି ଥାନା ଏସ୍‌ଆଇ କେ. ରାମାନାଙ୍କ ସମେତ ୧୨ ଜଣଙ୍କୁ ପୋଲିସ ସମ୍ମାନରେ ସମ୍ମାନିତ କରିଥିଲେ। ସମ୍ମିଳନୀରେ ଡିଏସ୍‌ପି ଶେଖ୍ ସାହାବାଜ ଓ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button