DIstrictEducationEntertainmentHealthKoraputNationOdishaPolitics

ଦଶମନ୍ତପୁର ଡିଗ୍ରୀ କଲେଜର ଉନ୍ନତିକରଣ ପ।ଇ ବିଧାୟକ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଦଶମନ୍ତପୁର, (କୋରାପୁଟ) 4/8 : ଆଦିବାସୀ ତାରିଖ ଅଧ୍ଯୁଷିତ ଦଶମନୁପୁର ଡିଗ୍ରୀ କଲେଜରେ ଅଞ୍ଚଳର ଅନେକ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ତିଆରି ହେଉଛି କିନ୍ତୁ ଦୁଃଖର ବିଷୟ ଏହି କଲେଜ୍ ର ଅବସ୍ଥା ଅତି ସଚ୍ଚନୀୟ ହୋଇ ପଡ଼ିଛି । ଏହାର ଉନ୍ନତି କରଣ ହେବା ଦରକାର ବୋଲି ଅନେକ ସମୟ ଧରି ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରୁ ଦାବି ଉଠିଥିଲା। ଏହି ମାମଲାରେ ଅବଶେଷରେ ଲକ୍ଷ୍ମୀପୁର ବିଧାୟକ ମାନ୍ୟବର ପବିତ୍ର ସାଉଁନା ଗମ୍ଭୀର ଦୃଷ୍ଟି ଦେଇଛନ୍ତି । ବିଧାୟକ ମହୋଦୟ ଚିଠି ମାଧ୍ୟମରେ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଉକ୍ତ କଲେଜର ଅବସ୍ଥା ବିଷୟରେ ଅବଗତ କରାଇଛନ୍ତି ଓ ଦଶମନୃପୁର ଡିଗ୍ରୀ କଲେଜକୁ ଆଧୁନିକ ଓ ଆବଶ୍ୟକ ସାମଗ୍ରୀ ପାଇଁ ବିଶେଷ ପଦକ୍ଷେପ ନେବା ଅନୁରୋଧ କରିଛନ୍ତି । ବିଧାୟକଙ୍କ ଚିଠିରେ କଲେଜର ଖାଲି ପଡିଥିବା ଅଧ୍ୟାପକ ନିଯୁକ୍ତି, ପାଠ୍ୟପୁସ୍ତକ ଓ ଶିକ୍ଷା ସାମଗ୍ରୀର ଅଭାବ, ଲାଇବ୍ରେରୀ ଓ ଲ୍ୟାବ, ପାଚେରୀ, କ୍ଲାସ ରୁମ ହଷ୍ଟେଲ, ପାନୀୟ ଜଳ, ରାସ୍ନା ଏବଂ ନୂତନ ବିଭାଗ ଖୋଲିବା ଆବଶ୍ୟକ‌ତା ରହିଛି ବୋଲି ବିସ୍ତୃତ ଭାବରେ ଉଲ୍ଲେଖ କରାଯାଇଛି। ସ୍ଥାନୀୟ ଲୋକମାନେ ବିଧାୟକଙ୍କ ଏହି ପଦକ୍ଷେପକୁ ସ୍ବାଗତ କରି ଆଶା ବ୍ୟକ୍ତି କରିଛନ୍ତି ଯେ ଶୀଘ୍ର ଭବିଷ୍ୟତରେ କଲେଜ ଉନ୍ନତ ହେବ ଓ ଛାତ୍ରଛାତ୍ରୀମାନେ ଭଲ ଶିକ୍ଷା ଲାଭକରିପାରିବେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button