
ପାପଡାହାଣ୍ଡି, ୦୩/୦୮: ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜାମଗୁଡା ଆର୍ ଏମ୍ ସି ହଲ୍ ରେ ହିନ୍ଦୁ ଧର୍ମ ଅନ୍ତର୍ଗତ ଚାରି ବର୍ଣ୍ଣ ମଧ୍ୟ ରୁ ଅନ୍ୟତମ କ୍ଷତ୍ରିୟ ବର୍ଣ୍ଣ ର ବିଭିନ୍ନ ଗୋଷ୍ଠୀ, ସମାଜ ଓ ବର୍ଗର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କ୍ଷତ୍ରିୟ, ଧାକଢ ଓ ଅନ୍ୟାନ୍ୟ ସମାଜର ପ୍ରମୁଖ ବ୍ୟକ୍ତିମାନେ ମିଳିତ ଭାବେ ବସି ସମଗ୍ର କ୍ଷତ୍ରିୟ ସମାଜ ର ବିକାଶ ପାଇଁ ଆଲୋଚନା କରିଥିଲେ। ଏହି ଅବସରରେ ବୈଠକ କୁ ପରିଚାଳନା କରିଥିଲେ ସୁରେନ୍ଦ୍ର ନାୟକ। ଅତିଥି ଭାବେ ଚକ୍ରଧର ସିଂ, ରୂପଧର ନାୟକ, ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, ରାମଚନ୍ଦ୍ର ସିଂ, ଧନେଶ୍ଵର ସିଂ, ଭଗବାନ ନାୟକ, ଲକ୍ଷ୍ମୀ
ନାରାୟଣ ପାଣ୍ଡେ, ଭୀକ ନାୟକ,ଅମର ସିଂହ ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଭଗବଦ୍ ଗୀତା ରେ ବର୍ଣ୍ଣିତ କ୍ଷତ୍ରିୟ ବର୍ଣ୍ଣ ଓ ଏହି ବର୍ଣ୍ଣ ଅନ୍ତର୍ଗତ ସମସ୍ତ ଜାତିର ଉତ୍ଥାନ ପାଇଁ ବରିଷ୍ଠ ଆଇନଜୀବି ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର ସମସ୍ତେ ଏକ ହୁଅନ୍ତୁ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦୀପକ ସିଂ, ଜଳନ୍ଧର ସିଂ, ମନମୋହନ ସିଂ, କିଶୋର ରାୟ ପାତ୍ର, ନରସିଂହ ଦିୱାନ, ବିପିନ ଭୁକ୍ତା, ତ୍ରୀନାଥ ସିଂ, ବିଭୁତି ନାୟକ,ମହେଶ୍ୱର ନାୟକ, ସୁମିତ ସିଂ, ଲକ୍ଷଣ ସିଂ ପ୍ରମୁଖ ଯୋଗ ଦେଇଥିଲେ। କ୍ଷତ୍ରିୟ ମାନଙ୍କ ବର୍ତ୍ତମାନ ର ସାମାଜିକ ସ୍ଥିତି ଓ ତାର ପ୍ରତିକାର ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା। ପ୍ରାୟ ପାଞ୍ଚ ଶହ ଲୋକ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିଲେ।