DIstrictEducationHealthNationOdishaPolitics

ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗୁମ୍ମା ବ୍ଲକର ସିଣ୍ଡୁବୁର ଗ୍ରାମ ବିକାଶ ଠାରୁ ବହୁ ଦୁରରେ

ପାରଳାଖେମୁଣ୍ଡି,୦୩/୦୮: ବର୍ତମାନ କିଛିଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଦ୍ଵାରା ବିକାଶ ରଥ କୁ ଗଜପତି ଜିଲ୍ଲାର ପ୍ରତି ଗ୍ରାମକୁ ପଠାଇ ବହୁତ ପ୍ରଚାର କରିଥିଲେ l ସରକାରଙ୍କ ଯୋଜନା ଗୁଡିକର ସଫଳ ରୂପାୟନ କୁ ନେଇ ବ୍ୟାପକ ପ୍ରଚାର କରଯାଇଥିଲା । ହେଲେ ବାସ୍ତବ ରେ ଦେଖିବାକୁ ହେଲେ ଗୁମ୍ମା ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ସିଣ୍ଡିବୁର ଗ୍ରାମରେ ବିକାଶ ସପ୍ନ ହୋଇପଡିଛି l ଦେଶ ସ୍ଵାଧୀନ ହୋଈ ୭୫ ବର୍ଷ ପୁରିଯାଇ ଥିଲେ ମଧ୍ୟ ବିକାଶର ବହୁ ଦୁରରେ ସିଣ୍ଡିବୁର ଗ୍ରାମବାସୀ। କାରଣ ପ୍ରଶାସନର ଆଖି ଆଡୁଆଳରେ ରହିଯାଇଥିଲା ଏହି ଗ୍ରାମ। ଏହି ଗ୍ରାମ ଆର. ଡି ରାସ୍ତା ଠାରୁ ମାତ୍ର ୪କି. ମି ଦୂରତା ଅଟେ।

ସମ୍ପୂର୍ଣ ପାହାଡ଼ ଜଙ୍ଗଲ ଉପରେ ଅବସ୍ଥିତ। ୪୦ ପରିବାର କୁ ନେଇ ଏହି ସିଣ୍ଡିବୁର ଗ୍ରାମର ବସତି। ୨୦୨୦ ମସିହାରେ ଏସ. ପି ସାରା ଶର୍ମା ଗ୍ରାମକୁ ଯାଇ ଗ୍ରାମର ଅବସ୍ଥାକୁ ଦେଖି ପୋଷ୍ୟ ଗ୍ରାମ ଭାବେ ଘୋଷଣା କରିଥିଲେ। ସେହି ସମୟରେ ଗ୍ରାମବାସୀ ଅତ୍ୟନ୍ତ ଖୁସି ହୋଇଥିଲେ କି ଆମେ ସମସ୍ତ ସୁବିଧା ପାଇବୁବୋଲି। କିନ୍ତୁ ସେମାନଙ୍କ ଖୁସି ଖୁସିରେ ହିଁ ରହିଗଲା କାରଣ ଏସପି ମାଡାମ ସେହି ଗାଁ କୁ ଆଉ ପାଦ ପକେଇଲେନାହିଁ।

କେବଳ ପାହାଡ ପାଦଚଲା ରାସ୍ତା ପାଇଁ ମଧ୍ୟ ଉପଯୋଗୀ ନାହିଁ। ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସ୍ବପ୍ନ ପାଲଟିଛି କେବଳ ଖଟିଆ ହିଁ ଏକମାତ୍ର ସାହା। ଗତଦିନ ମାନଙ୍କରେ ତ୍ୱରିତ ଚିକିତ୍ସା ସୁବିଧା ନ ପାଇ ମୃତ୍ୟୁ ବରଣ କରିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ପଞ୍ଚାୟତ କୁ ଯାଇ ୧୦୦୦ ଟଙ୍କା ଭତ୍ତା ଆଣିବାକୁ ହେଲେ ପାଞ୍ଚ ଶହ ଟଙ୍କା ଖର୍ଚ୍ଚ ହେଉଥିବା ପ୍ରକାଶ କରିଛନ୍ତି ଗ୍ରାମ ବାସି ପାନୀୟ ଜଳ କଥା ନ କହିବା ଭଲ କାରଣ କେବଳ ଛୋଟିଆ ଝରଣା ପାଣିକୁ ଛାଡିଦେଲେ ଏମାନଙ୍କ ପାଖରେ କୌଣସି ବିକଳ୍ପ ନାହିଁ।

ଦୂଷିତ ପାଣି ପିଇ ଅନେକ ସମୟରେ ରୋଗ ବେମାରର ଶିକାର ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗ୍ରାମାରେ ସ୍କୁଲ ମଧ୍ୟ ନାହିଁ କେବଳ ଅଙ୍ଗନବାଡି କେନ୍ଦ୍ର ଅଛି ପାଠ ପଢିବାକୁ ଇଛାଥିଲେ ମଧ୍ୟ ବିଦ୍ୟାଳୟ ନ ଥିବାରୁ ପଢିପାରୁନାହାନ୍ତି।

ପଂଚାୟତକୁ ଯାଇ ମାସିକ ପଡି ଚାଉଳ ଆଣିବାକୁ ହେଲେ ଦୁଇ ଶହରୁ ଉର୍ଦ୍ଧ ଟଙ୍କା ଖର୍ଚ ହେଉଛି ବୋଲି ହିତାଧିକାରୀ ମନେ ପ୍ରକାଶ କରିଛନ୍ତି।ଗ୍ରାମବାସୀ ପ୍ରତେକ ତୁରନ୍ତ ରାସ୍ତା ନିର୍ମାଣ କରି ଆମର ଉପକାର କରିବାପାଇଁ ଗୁହାରି କରିଥିବା ବେଳେ ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଙ୍କୁ ପଚାରିବାରେ ରାସ୍ତା କାମ ନିମନ୍ତେ ଦରଖାସ୍ତ ଦିଆଯାଇଛି କିନ୍ତୁ ଏପର୍ଯ୍ୟନ୍ତ ଏହା ମଞ୍ଜୁରୀ ହୋଇନଥିବା ପ୍ରକାଶ କରିଛନ୍ତି ଏବଂ ଗୋଷ୍ଠୀ ଉନୟନ୍ନ ଅଧିକାରୀ ଦୁଲାରାମ ମାରାଣ୍ଡି ଙ୍କୁ ପଚାରିବାରୁ ମୁଁ ନୂଆ ଆସିଛି ଏବିଷୟରେ ମୋର ଅବଗତ ନାହିଁ ବୋଲି କହିଛନ୍ତି।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button