BusinessDIstrictEducationEntertainmentHealthMalkangiriNationOdishaPolitics

୩୦ ହଜାର ଧାର ଟଙ୍କା ନ ଫେରାଇବାରୁ ଯୁବକକୁ ହତ୍ୟା ଅଭିଯୋଗ ଗୋଟିଏ ଦିନ ପୂର୍ବରୁ ପରିବାର ଲୋକଙ୍କୁ ସମ୍ମୁଖରୁ ଅପହରଣ କରିଥିଲେ ଠିକାଦାର

କାଲିମେଳା, ୦୩/୦୮: କିଛିଟା ଟଙ୍କା ପାଇଁ ଯୁବକକୁ ହତ୍ୟା l ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଗୁମୁକା ପଞ୍ଚାୟତ ର ଏମପି ଭି 10 ଗ୍ରାମର ଜଣେ ଯୁବକକୁ ଧାର ଟଙ୍କା ଫେରାଇବାକୁ ନେଇ ପ୍ରଥମେ ଅପହରଣ କରିବା ସହିତ ମୋଟୁ ଥାନା ଅନ୍ତର୍ଗତ ଏମପିଭି – 81 ଗ୍ରାମରେ ହତ୍ୟା କରାଯାଇଥିବା ଘଟଣା କାଲିମେଳା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l

ଏହି ହତ୍ୟାକାଣ୍ଡ ରେ ଏମପି ଭି 81 ଗ୍ରାମର ଜଣେ ଠିକାଦାର ଏବଂ ଅନ୍ୟ ଜଣେ ତାଙ୍କର ବନ୍ଧୁ ସାମିଲ ଥିବା ନେଇ ଅଭିଯୋଗ ହୋଇଛି l ମୃତ ଯୁବକ ଜଣକ ଏମପିଭି 10 ଗ୍ରାମର ନିପୁନ ମଣ୍ଡଳ ଙ୍କ ପୁଅ ବାପି ମଣ୍ଡଳ (22) ବୁଲି ଜଣା ପଡିଛି l ଘଟଣା ପରେ ମୋଟୁ ପୋଲିସ ଦୁଇଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି l ସୂଚନା ନେବାରୁ ଜଣା ପଡିଛି ଯେ ଗତ ଶୁକ୍ରବାର ଅପରାହ୍ଣ 4.30 ସମୟରେ ଏମପିଭି 81 ଗ୍ରାମର ଠିକାଦାର କୁହା ଯାଉଥିବା ଅନନ୍ତ ହାଲଦାର ଏବଂ ସେହି ଗ୍ରାମର ସୁଜିତ ରୟ ଦୁଇଜଣ ଏମପିଭି 10 ଗ୍ରାହରେ ପହଁଚି ବାପି ମଣ୍ଡଳ ର ହାତକୁ ଏକ ଗାମୁଛା ସାହାଯ୍ୟରେ ବାନ୍ଧି ଜୋର ଜବରଦସ୍ତି ଉଠାଇ ଆଣିବାକୁ ଚେଷ୍ଟା କରୁଥିବା ବେଳେ ପରିବାର ଲୋକେ ପ୍ରତିବାଦ କରିଥିଲେ l

ଏ ନେଇ ଠିକାଦାର ଜଣଙ୍କ କହିଥିଲେ ଯେ ବାପି କାମ କରିବ କହି ମୋ ପାଖରୁ 30 ହଜାର ଟଙ୍କା ନେଇ ଆସିଛି l ଟଙ୍କା ମାଗିଲେ ଫେରାଉ ନାହିଁ l ମୁଁ ତାକୁ ମୋ ସହିତ ନେଇଯାଉଛି ଟଙ୍କା ଶୁଝିବା ପରେ ତାକୁ ଛାଡିଦେବ କହି ନିଜ ମୋଟର ସାଇକେଲ ରେ ବସାଇ ନେଇ ଯାଇଥିବା ବାପି ର ଜେଜେବାପା ଚାଣକ୍ଯ ମଣ୍ଡଳ କହିଛନ୍ତି l ତେବେ ଶନିବାର ଦିନ 11 ଟା ସମୟରେ ଠିକାଦାର ଅନନ୍ତ ହାଲଦାର ପୁଣି ଥରେ ଏମପିଭି 10 ଗ୍ରାମରେ ପହଁଚି ଗାଁ ସଭାପତି ବିକାଶ ମଣ୍ଡଳ ଙ୍କୁ ସାକ୍ଷାତ କରି ବାପି ର ଶରୀର ବହୁତ ଅସୁସ୍ଥ ଅଛି l ସେ ଗୁରୁତର ହୋଇ ପଡିଛି ତାଙ୍କ ଘର ଲୋକଙ୍କୁ ଜାଣଇ ଦେବା ପାଇଁ କହିଥିଲେ l

ଏହାର ଏକ ଘଣ୍ଟା ପରେ ବାପି ର ମୃତ୍ୟୁ ହୋଇଯାଇଚି ବୁଲି ଅନନ୍ତ ଫୋନ କରି ସଭାପତି ଙ୍କୁ ଜାଣଇ ବା ପରେ ଘଟଣା ଲୋକଲୋଚନକୁ ଆସିଥିଲା l ଠିକାଦାର ଏବଂ ତାର ସହଯୋଗୀ ବାପି କୁ ମାଡ ମାରି କୌଣସି ଉପାୟରେ ତାକୁ ହତ୍ୟା କରିଥିବା ଦର୍ଶାଇ ପରିବାର ଲୋକେ ମୋଟୁ ଥାନାରେ ଲକ୍ଷିତ ଅଭିଯୋଗ କରିଛନ୍ତି l ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଅନନ୍ତ ହାଲଦାର ଏବଂ ସୁଜିତ ରାୟ ଙ୍କୁ ଥାନାରେ ଅଟକ ରଖିଥିବା ଜଣାଯାଇଛି l

ରବିବାର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ବାପି ର କେମିତି ମୃତ୍ୟୁ ହୋଇଛି ତାହା ସଠିକ ଜଣା ପଡିନାହିଁ l ବାପି ଅସୁସ୍ଥ ଥିବା ଜାଣି ଠିକାଦାର ପରିବାର ଲୋକଙ୍କୁ ନ ଜଣାଇ ଗାଁ ସଭାପତି ଙ୍କୁ ଜଣାଇବା ଏହି ଘଟଣାରେ ଅଧିକ ସନ୍ଦେହ ପ୍ରକାଶ ପାଇଚି l ଏଥିସହ ଏମପିଭି – 81 ଅଞ୍ଚଳର ଜୈନେକ କ୍ଵାକ ଡାକ୍ତର ବାପି ର ଚିକିତ୍ସା କରିଥବା ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଚଳାଇଛି l ତବେ କିଛିଟା ଟଙ୍କା ପାଇଁ ଜଣେ ଯୁବକର ଜୀବନ ଯାଇଥିବା ବେଳେ ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ପୋଲିସ ତାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକ ଏବଂ ଅଂଚଳବାସୀ ଦାବି କରିଛନ୍ତି l

ସୂଚନା ଯୋଗ୍ୟ ଯେ ମୃତ ବାପି ଦେଢ ବର୍ଷ ତଳେ ଏମଭି 88 ଗ୍ରାମରୁ ବିବାହ କରିଥିବା ବେଳେ ତାଙ୍କ ସ୍ତ୍ରୀ ବର୍ତ୍ତମାନ ଗର୍ଭବତୀ ଅଛନ୍ତି l ଏହି ଘଟଣାରେ ତଦନ୍ତ ଚାଲିଛି ତଦନ୍ତ ପରେ ସତ୍ୟତା ଜଣା ବଢିବ ବୁଲି ମୋଟୁ ଥାନା ଏସଆଇ ଲକ୍ଷ୍ମୀଧର ଲେଙ୍କା ସୂଚନା ଦେଇଛନ୍ତି l

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button