
କୋରାପୁଟ ଜିଲ୍ଲା ସୁନାବେଡ଼ା 02/08 : ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସୁନାବେଡ଼ା ମୁନିସିପାଲିଟି ଅଧୀନରେ ଥିବା ବିଭିନ୍ନ ହୋଟେଲ, ଖାଦ୍ୟ ଠେଲା ଓ ଦୋକାନ ଆଦିରେ ଖାଦ୍ୟ ପଦାର୍ଥ ଯାଞ୍ଚ କରାଯିବା ସହ ଅସ୍ୱାସ୍ଥ୍ୟକର ପରିବେଶ ରେ ଖାଦ୍ୟ ପ୍ରସ୍ତୁତି, ବାସି ଖାଦ୍ୟ ବିକ୍ରି ଓ ବିନା ଟ୍ରେଡ଼ ଓ ଫୁଡ ଲାଇସେନ୍ସ ନଥିବା ଯୋଗୁ ପ୍ରାୟ ୧୦ ରୁ ଉର୍ଦ୍ଧ ଦୋକାନୀ ଙ୍କ ଠାରୁ ୩୦ ହଜାର ରୁ ଉର୍ଦ୍ଧ ଟଙ୍କା ର ଜରିମାନା ଆଦାୟ କରାଯାଇଛି।
ସୁନାବେଡ଼ା ମୁନିସିପାଲିଟି ଅଧୀନରେ ଆସୁଥିବା ସେମିଳିଗୁଡା ସହର ଓ ଅନ୍ୟ ସ୍ଥାନ ଗୁଡିକରେ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରୁଥିବା ହୋଟେଲ ଓ ଠେଲା ଗୁଡିକରେ ଅସ୍ୱାସ୍ଥ୍ୟକର ଓ ବାସି ଖାଦ୍ୟ ପଦାର୍ଥ ବିକ୍ରି କରାଯାଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସେମିଳିଗୁଡା ତହସିଲଦାର ଶ୍ରୀ ଦେବବ୍ରତ କରାତି ଙ୍କ ନେତୃତ୍ୱ ରେ ଆଜି କୋରାପୁଟ ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଭାସ କୁମାର ସେଠି ଓ ସୁନାବେଡ଼ା ପୌରପରିଷଦ ର କର୍ମଚାରୀ ଙ୍କୁ ନେଇ ସେମିଳିଗୁଡା ବସଷ୍ଟାଣ୍ଡ ଅଂଚଳରେ ଥିବା ହୋଟେଲ, ମିଠା ଦୋକାନ ଓ ଖାଦ୍ୟ ଠେଲା ଗୁଡିକ ରେ ପହଞ୍ଚି ଖାଦ୍ୟ ପଦାର୍ଥ ଗୁଡିକ ଯାଞ୍ଚ କରିବା ସହ ଖାଦ୍ୟ ପ୍ରସ୍ତୁତ ହେଉଥିବା ସ୍ଥାନ ଗୁଡିକ ଯାଞ୍ଚ କରିଥିଲେ, ଯାଞ୍ଚ ସମୟରେ ଏକାଧିକ ହୋଟେଲରେ ଥିବା ବାସି ଖାଦ୍ୟ ଗୁଡିକୁ ନଷ୍ଟ କରାଯଇଥିବା ବେଳେ ଫାଇନ କଟା ଯାଇ ବ୍ୟବସାୟୀ ମାନଙ୍କୁ ତାଗିଦ କରିଥିଲେ, ଅସ୍ୱାସ୍ଥ୍ୟକର ସ୍ଥାନରେ ଖାଦ୍ୟ ପ୍ରସ୍ତୁତ କରୁଥିବାରୁ ଏକ ବେକେରି ଠାରୁ ଜରିମାନା ଆଦାୟ କରାଯିବା ସହ ଦୁଇ ଦିନ ପାଇଁ ଦୋକାନ ସିଲ କରାଯା ଥିବା
ବେଳେ ସେହିପରି ଅଧିକାଂଶ ହୋଟେଲ ବିନା ଫୁଡ ଓ ଟ୍ରେଡ଼ ଲାଇସେନ୍ସ ରେ ବେପାର କରୁଥିବାରୁ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା ଯାଞ୍ଚ ପ୍ରକ୍ରିୟା ଆଗକୁ କଡା କଡ଼ି ହେବାସହ ସେମିଳିଗୁଡା ସହର କୁ ଆସୁଥିବା ନକଲି ଖାଦ୍ୟ ସାମଗ୍ରୀ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି
ସେମିଳିଗୁଡା ତହସିଲଦାର ଶ୍ରୀ ଦେବବ୍ରତ କରାତି, ବାସି କିମ୍ବା ଖରାପ ଖାଦ୍ୟ ବିକ୍ରୟ ହେଲେ ସଚେତନ ନାଗରିକ ହିସାବରେ ଏହାର ପ୍ରତିବାଦ କରିବା ଉଚିତ ଏବଂ ଖାଦ୍ୟ ପ୍ରସ୍ତୁତ ସମୟରେ ପରିଷ୍କାର ପରିଚ୍ଛନତା କୁ ପ୍ରାଥମିକତା ଦେବାପାଇଁ ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ସେଠି କହିଛନ୍ତି ଏବେ କେତେ ଲୋକ ସଚେତନ ହେବେ ତାହା ଦେଖିବାକୁ ବାକି ରହିଲା।