
ନବରଙ୍ଗପୁର ,3/8: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ଵାରା ଆୟୋଜିତ ଓଡ଼ିଶା ସୂଚନା ସେବା ପରୀକ୍ଷା ଫଳ ବିଗତ କାଲି ପ୍ରକାଶିତ ହୋଇଛି, ଏଥିରେ ୨୭ତମ ସ୍ଥାନରେ ନବରଙ୍ଗପୁର ସହରର ଭାତିଶାଳଗୁଡାର ଶିବ ଶଙ୍କର ସମରଥ କୃତକାର୍ଯ୍ୟ ହୋଇଛନ୍ତି । ସେ କେନ୍ଦ୍ର ବିଶ୍ବବିଦ୍ୟାଳୟ, କୋରାପୁଟରୁ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପାଠ୍ୟକ୍ରମ ଶେଷ କରିଛନ୍ତି ।
ଆଗାମୀ ଦିନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଯାହା ଗୁରୁ ଦାୟିତ୍ଵ ମିଳିବ, ସେ ଅତ୍ୟନ୍ତ ନିଷ୍ଠା ଓ ସୁଚାରୁ ରୂପେ କାର୍ଯ୍ୟଭାର ତୁଲାଇବେ ବୋଲି କହିଛନ୍ତି । ସେ ଏହି ସଫଳତାର ଶ୍ରେୟ ପିତା ଗଙ୍ଗାଧର ସମରଥ, ମାତା ଶାନ୍ତି ସମରଥ, ଭାଇ ସାଗର ସମରଥ, ବଡ ଭଉଣୀ ଭବାନୀ ସମରଥ ଓ ଗୁରୁଜନଙ୍କୁ ଦେଇଛନ୍ତି । ମାଁ ଭଣ୍ଡାରଘରଣୀଙ୍କ କୃପାରୁ ହିଁ ସବୁ ସମ୍ଭବ ବୋଲି ସେ କହିଛନ୍ତି । ତାଙ୍କର ଏହି ସଫଳତାରେ ପରିବାରବର୍ଗ ଓ ବନ୍ଧୁବାନ୍ଧବ ମାନେ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ପିତୃକ ଗାଁ ହେଉଛି କୋଷାଗୁମୁଡା ବ୍ଲକ ର ମାଝୀଧନୁଆ ପଞ୍ଚାୟତ ଅନ୍ତର୍ଗତ ଭଇଁଷାବେଡା ଗ୍ରାମ।।